Advertisment

ବାଜିବ ଆଲିଆ-ରଣବୀରଙ୍କ ଶାହାନାଇ, ଜଗିବେ ୨୦୦ ବାଉନ୍ସର୍‌!

ମୁମ୍ବାଇ: ଆସିଗଲାଣି ଡିଜାଇନ୍‌ର ଲେହେଙ୍ଗା। ସେପଟେ ବରର ସେରୱାନି ବି ରେଡ୍ଡି। ସବ୍ୟସାଚୀ କଲେକସନ୍‌ ଲେହେଙ୍ଗା ପିନ୍ଧିବେ ଆଲିଆ। ରଣବୀର କପୁର ମଧ୍ୟ ପିନ୍ଧିବେ ଡିଜାଇନର୍‌ ସେରୱାନି। ଖୁବ୍‌ଶୀଘ୍ର ବର ସାଜିବେ ଅଭିନେତା ରଣବୀର କପୁର। ଆଉ ତାଙ୍କ ନବବଧୂ ସାଜିବେ ଆଲିଆ ଭଟ୍ଟ। ହାତକୁ ଦିହା ହେବେ ଏହି ଲଭ୍‌ ବାର୍ଡ। ଦୀର୍ଘ ଦିନର ଅପେକ୍ଷା ପରେ ସାତ ଫେରା ନେବେ ଆଲିଆ-ରଣବୀର। ଏନେଇ ବି-ଟାଉନ୍‌ରେ ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି। କପୁର ହାଉସ ଓ ଭଟ୍ଟ […]

ଅଦ୍ୟତନ ହୋଇଛି
ବାଜିବ ଆଲିଆ-ରଣବୀରଙ୍କ ଶାହାନାଇ, ଜଗିବେ ୨୦୦ ବାଉନ୍ସର୍‌!

Ranbir and Alia

Advertisment

ମୁମ୍ବାଇ: ଆସିଗଲାଣି ଡିଜାଇନ୍‌ର ଲେହେଙ୍ଗା। ସେପଟେ ବରର ସେରୱାନି ବି ରେଡ୍ଡି। ସବ୍ୟସାଚୀ କଲେକସନ୍‌ ଲେହେଙ୍ଗା ପିନ୍ଧିବେ ଆଲିଆ। ରଣବୀର କପୁର ମଧ୍ୟ ପିନ୍ଧିବେ ଡିଜାଇନର୍‌ ସେରୱାନି। ଖୁବ୍‌ଶୀଘ୍ର ବର ସାଜିବେ ଅଭିନେତା ରଣବୀର କପୁର। ଆଉ ତାଙ୍କ ନବବଧୂ ସାଜିବେ ଆଲିଆ ଭଟ୍ଟ। ହାତକୁ ଦିହା ହେବେ ଏହି ଲଭ୍‌ ବାର୍ଡ। ଦୀର୍ଘ ଦିନର ଅପେକ୍ଷା ପରେ ସାତ ଫେରା ନେବେ ଆଲିଆ-ରଣବୀର। ଏନେଇ ବି-ଟାଉନ୍‌ରେ ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି।

Advertisment

କପୁର ହାଉସ ଓ ଭଟ୍ଟ ହାଉସରେ ମଧ୍ୟ ବିବାହକୁ ନେଇ ହଲ୍‌ଚଲ୍‌ ଆରମ୍ଭ ହୋଯାଇଛି। ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି। ଆଲୋକ ମାଳାରେ ଝଲସୁଛି ଆର୍‌କେ ଷ୍ଟୁଡିଓ। ଚାରିଆଡେ ଲାଇଟ୍‌ ମାଳରେ ସାଜଇ ଦିଆଯାଇଛି। କଥିତ ରୂପେ ଆସନ୍ତା ୧୭ ତାରିଖରେ ଆଲିଆ-ରଣବୀରଙ୍କ ପଡିବ ହାତ ଗଣ୍ଠି। ଏହି ବିବାହ ପାଇଁ ଖାସ୍‌ ବନ୍ଦୋବସ୍ତ କରାଯାଇଛି।

Ranbir Kapoor-Alia Bhatt wedding: Sabyasachi outfits arrive at venue; fans have questions about the taxi delivering them | Bollywood - Hindustan Times

ବି-ଟାଉନ୍‌ର ଏହି ଗ୍ରାଣ୍ଡ ବିବାହକୁ ଜଗିବେ ୨୦୦ ବାଉନ୍ସର୍‌। ୟୁସୁଫ ଭାଇଙ୍କୁ ଆଲିଆ ଓ ରଣବୀରଙ୍କ ବିବାହ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଏହି ଏଜେନ୍ସିରୁ ପ୍ରାୟ ୨୦୦ ବାଉନ୍ସରଙ୍କୁ ଡକାଯାଇଛି ଏନେଇ ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ ଖୁଲାସା କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଟିମ୍‌ରୁ ମଧ୍ୟ ୧୦ଜଣ ଯିବେ ବୋଲି ସେ କହିଛନ୍ତି। ଏହି ବାଉନ୍ସରମାନେ ଆର୍‌କେ ଷ୍ଟୁଡିଓ ଓ ବାସ୍ତୁ ହାଉସ୍‌ରେ ସୁରକ୍ଷା ଦେବେ।

Advertisment

ସବୁଠୁ ଖାସ୍‌ କଥା ହେଉଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଏଯାଏଁ ଅଫିସିଆଲ୍‌ ଘୋଷଣା ହୋଇନାହିଁ। ଦୁହେଁ ନିଜ ବିବାହକୁ ନେଇ ଚୁପ୍‌ ରହିଛନ୍ତି। ବିକ୍କି କୌଶାଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ବେଳେ ମଧ୍ୟ ଠିକ୍‌ ଏଭଳି ହୋଇଥିଲା।

Ranbir Kapoor - Alia Bhatt Wedding: 200 Bouncers Hired; Couple New Home Krishna Raj And RK Studio All Decked up With Lights- Latest Updates

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe