Advertisment

ସରିଲା ହଳଦୀ, ଆଜି ପଡ଼ିବ ହାତଗଣ୍ଠି

ମୁମ୍ବାଇ: ଆଜି କପୁର ଓ ଭଟ୍ଟ ପରିବାରରେ ବାଜିବ ଶାହାନାଇ। ଆଉ କିଛି ସମୟ ପରେ ହାତକୁ ଦି ହାତ ହେବେ ଆଳିଆ ଭଟ୍ଟ ଓ ରଣବୀର କପୁର। ତେବେ ଏହା ପୂର୍ବରୁ ଆଜି ସରିଛି ହଳଦୀ ସେରିମୋନି। ବାସ୍ତୁ ବିଲ୍ଡିଂରେ ସରିଛି ଷ୍ଟାର୍‌ କପଲଙ୍କ ହଳଦୀ ଫଙ୍କସନ୍‌। ଏହି ଫଙ୍କସନ୍‌ରେ ମା’ ନୀତି କପୁରଙ୍କ ସମେତ କପୁର ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ସେହିପରି ଭଟ୍ଟ ପରିବାର ପକ୍ଷରୁ ମଧ୍ୟ ସମସ୍ତେ ଯୋଗ ଦେଇଥିଲେ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସରିଲା ହଳଦୀ, ଆଜି ପଡ଼ିବ ହାତଗଣ୍ଠି

Alia Ranbir

ମୁମ୍ବାଇ: ଆଜି କପୁର ଓ ଭଟ୍ଟ ପରିବାରରେ ବାଜିବ ଶାହାନାଇ। ଆଉ କିଛି ସମୟ ପରେ ହାତକୁ ଦି ହାତ ହେବେ ଆଳିଆ ଭଟ୍ଟ ଓ ରଣବୀର କପୁର। ତେବେ ଏହା ପୂର୍ବରୁ ଆଜି ସରିଛି ହଳଦୀ ସେରିମୋନି। ବାସ୍ତୁ ବିଲ୍ଡିଂରେ ସରିଛି ଷ୍ଟାର୍‌ କପଲଙ୍କ ହଳଦୀ ଫଙ୍କସନ୍‌। ଏହି ଫଙ୍କସନ୍‌ରେ ମା' ନୀତି କପୁରଙ୍କ ସମେତ କପୁର ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ସେହିପରି ଭଟ୍ଟ ପରିବାର ପକ୍ଷରୁ ମଧ୍ୟ ସମସ୍ତେ ଯୋଗ ଦେଇଥିଲେ। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ହଳଦୀ ସେରିମୋନି ପରେ ଚୁଡା ଓ ପଗଡି ରସମ୍‌ ହେବ। ଅପରାହ୍ଣ ୨ରୁ ୩ ଟା ଭିତରେ ସାତ ଫେରା ନେବେ ଆଲିଆ ରଣବୀର। ଆଜି କପୁର ପରିବାରର ନିଜ ଲାଡଲା ପୁଅର ବରଯାତ୍ରୀ ନେଇ ବାହାରିବେ। କୁହାଯାଉଛି ଯେ, ବାସ୍ତୁ ଓ କୃଷ୍ଣା ରାଜ ବଙ୍ଗଳା ମଧ୍ୟରେ ରଣବୀରଙ୍କ ବରଯାତ୍ରୀ ବାହାରିବ। ବାରାତ କୃଷ୍ଣା ରାଜରୁ ଆରମ୍ଭ ହୋଇ ବାସ୍ତୁ ଯାଏଁ ଯିବ। ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ବାସ୍ତୁରେ ପହଞ୍ଚି ସ‌ାରିଛନ୍ତି।

ଆଜିର ଉତ୍ସବରେ ଶୁଦ୍ଧ ଶାକାହାରୀ ଖାଦ୍ୟ ସହିତ ଇଡଲି, ଦୋସା, ମେଦୁବରା, ଚାଟ-ପାପ୍ରି ଏବଂ ଭାଲେ ଭଳି ଦକ୍ଷିଣ ଭାରତୀୟ ସୁସ୍ବାଦୁ ଖାଦ୍ୟ ସହ ମିଠା ଓ ଲସି ପରସା ଯାଇଛି। ଅପରାହ୍ନ ୩ଟାରେ ବାସ୍ତୁ ବିଲ୍ଡିଂରେ ଥିବା ସେମାନଙ୍କ ଫ୍ଲାଟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ କେବଳ ଉଭୟ ପରିବାରର ଘନିଷ୍ଠ ବନ୍ଧୁମାନେ ଯୋଗଦେବେ।

Advertisment

ଗତକାଲିଠାରୁ ଆଲିଆ-ରଣବୀରଙ୍କ ବିବାହ ପର୍ବ ଆରମ୍ଭ ହୋଇଯାଇଛି। ଚେମ୍ବୁରର ଆର କେ ହାଉସରେ ବିବାହ ପର୍ବ ଆରମ୍ଭ ହୋଇଛି। ପ୍ରଥମେ ଗଣେଶ ପୂଜା ଓ ପରେ ମେହେନ୍ଦି ଏବଂ ସଂଗୀତ ହୋଇଥିଲା। ଏଥିରେ ମଧ୍ୟ ବହୁ ସେଲେବ୍ରିଟିଙ୍କ ସମେତ ଉଭୟ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ।

Ranbir-Alia Marriage