Advertisment

ରିଲିଜ ପୂର୍ବରୁ 'ଆନିମଲ୍‌' ଉପରେ ବୁଲିଲା ସେନ୍ସର ବୋର୍ଡର କଇଁଚି

ସେନ୍ସର ବୋର୍ଡ ପକ୍ଷରୁ ଏହି ଫିଲ୍ମକୁ 'ଏ' ସାର୍ଟିଫିକେଟ୍ ମିଳିଛି।

Ranbir Kapoor and Rashmika

Ranbir Kapoor and Rashmika

Advertisment

ଆଉ ଦିନକ ପରେ ରିଲିଜ ହେବ ଫିଲ୍ମ 'ଆନିମଲ୍‌'। ଏଥିପାଇଁ ଜୋରସୋର୍‌ରେ ଚାଲିଛି ଆଡଭାନ୍ସ ବୁକିଂ। ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଜୋରଦାର କ୍ରେଜ ରହିଛି। ଏହାରି ଭିତରେ ଫିଲ୍ମ ଉପରେ ବୁଲିଛି ସେନ୍ସର ବୋର୍ଡର କଇଁଚି। ରିଲିଜ ପୂର୍ବରୁ ରଣବୀର କପୁରଙ୍କ ଏହି ଫିଲ୍ମରେ ହୋଇଛି କାଣ୍ଟଛାଣ୍ଟ।

Advertisment

ରଣବୀର କପୁର, ବବି ଦେଓଲ ଓ ରଶ୍ମୀକା ମନ୍ଦନାଙ୍କ ଫିଲ୍ମ ଆନିମଲ ଡିସେମ୍ବର ୧ ତାରିଖରେ ପରଦାକୁ ଆସିବ। ଫିଲ୍ମ ରିଲିଜ ପୂର୍ବରୁ ପୂରା ଷ୍ଟାର୍‌କାଷ୍ଟ ଜୋର୍‌ସୋର୍‌ ପ୍ରମୋସନରେ ଲାଗିପଡିଛନ୍ତି। ସେନ୍ସର ବୋର୍ଡ ପକ୍ଷରୁ ଏହି ଫିଲ୍ମକୁ 'ଏ' ସାର୍ଟିଫିକେଟ୍ ମିଳିଛି। ତେବେ ଏହା ସତ୍ତ୍ୱେ ବି ଫିଲ୍ମରେ ଅନେକ ପରିବର୍ତ୍ତନ କରାଯାଇଛି। ଫିଲ୍ମର ସିନ୍‌ ଠାରୁ ଆରମ୍ଭ କରି ଡାଏଲଗ୍‌କୁ ସବୁଠି କଇଁଚି ବୁଲାଇଛି ସେନ୍ସର ବୋର୍ଡ। ଫିଲ୍ମର ଯେଉଁଠି ଗାଳିଗୁଲଜ ଓ ଅପଶବ୍ଦର ବ୍ୟବହାର କରାଯାଇଥିଲା ତାକୁ ହଟାଇ ଦିଆଯାଇଛି। ଏପରିକି ଫିଲ୍ମର ସବ୍‌ ଟାଇଟଲ୍ସରେ ମଧ୍ୟ ପରିବର୍ତ୍ତନ କରିଛି ସେନ୍ସର ବୋର୍ଡ।

ଫିଲ୍ମ 'ଆନିମଲ୍‌'ରେ ସେନ୍ସର ବୋର୍ଡ ଦ୍ୱାରା କରାଯାଇଥିବା ପରିବର୍ତ୍ତନର କପି ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଡକ୍ୟୁମେଣ୍ଟ ଅନୁସାରେ 'ଆନିମଲ' ଫିଲ୍ମର ଅବଧି ୨୦୩ ମିନିଟ୍‌ ୨୯ ସେକେଣ୍ଡ ତଥା ୩ ଘଣ୍ଟା ୨୩ ମିନିଟ୍ ଓ ୨୯ ସେକେଣ୍ଡ ଅଛି।

Advertisment
Animal Filmଅଭିନେତା ରଣବୀର କପୁର ଓ ଭାଇରାଲ ହେଉଥିବା ସେନ୍ସର୍‌ ବୋର୍ଡର କପି।

ସନ୍ଦିପ ରେଡ୍ଡୀ ବାଙ୍ଗା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ରଣବୀର କପୁର, ରଶ୍ମୀକା ମନ୍ଦନା ଓ ବବି ଦେଓଲଙ୍କ ବ୍ୟତୀତ ଅନୀଲ କପୁର, ଶକ୍ତି କପୁର, ସୁରେଶ ଓବରୟ, ପ୍ରେମ ଚୋପ୍ରା ଓ ତୃପ୍ତି ଡିମରି ପ୍ରମୁଖ ଭୂମିକାରେ ଅଛନ୍ତି।

Ranbir Kapoor Bollywood News Bollywood Animal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe