Advertisment

ରାଗିଗଲେ ରଣବୀର, ଫଟୋଗ୍ରାଫର୍‌ଙ୍କୁ ଗଳାଧକ୍କା ମାରିଲେ!

ଜଣେ ଫଟୋଗ୍ରାଫରଙ୍କୁ ଗଳା ଧକ୍କା ମାରି ନିଜ ସହ ଲିଫ୍ଟ ଭିତରକୁ ଠେଲି ନେଇଯାଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Ranbir Kapoor

Ranbir Kapoor

ଅଭିନେତା ରଣବୀର କପୁର। ସେ ବଲିଉଡର ଟପ୍‌ ଅଭିନେତାଙ୍କ ମଧ୍ୟରୁ ଜଣେ। ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରନ୍ତି, ପ୍ରକୃତ ଜୀବନରେ ତାଙ୍କ ବ୍ୟବହାରକୁ ନେଇ ତାଙ୍କୁ ସେତିକି ଟ୍ରୋଲ କରାଯାଏ। କେତେବେଳେ ରଣବୀରଙ୍କ ମୁଡ୍‌ ଭଲ ଥାଏ ତ ଆଉ କେତେବେଳେ ଖରାପ। ଏବେ ଏହି ହ୍ୟାଣ୍ଡସମ ହଙ୍କ ଜଣକ ପାଲଟି ଯାଇଛନ୍ତି ଏଙ୍ଗ୍ରି ମ୍ୟାନ୍‌। ସର୍ବସମ୍ମୁଖରେ ଦେଖାଇଛନ୍ତି ତାଙ୍କ ରାଗ। ଜଣେ ଫଟୋଗ୍ରାଫରଙ୍କୁ ସେ କରିଛନ୍ତି ଦୁର୍ବ୍ୟବହାର। ସେ କ୍ୟାମେରା ଆଗରେ ଫଟୋଗ୍ରାଫରଙ୍କୁ ଗଳା ଧକ୍କା ମାରି ନେଇ ଯାଇଛନ୍ତି। ଯହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ବୁଧବାର ସନ୍ଧ୍ୟାରେ ଟି-ସିରିଜ ଅଫିସରେ ପହଁଞ୍ଚିଥିଲେ ରଣବୀର କପୁର। ଏତିକି ବେଳେ ଏଠାରେ ଉପସ୍ଥିତ ଥିବା କିଛି ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାକୁ ଚାହିଁଥିଲେ। କିନ୍ତୁ ଏହାକୁ ନେଇ ସେ ରାଗି ଯାଇଥିଲେ। ପରେ ଜଣେ ଫଟୋଗ୍ରାଫରଙ୍କୁ ଗଳା ଧକ୍କା ମାରି ନିଜ ସହ ଲିଫ୍ଟ ଭିତରକୁ ଠେଲି ନେଇଯାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପ୍ରକୃତରେ ରଣବୀର ଫଟୋଗ୍ରାଫରଙ୍କ ସହ ମଜାରେ ଏଭଳି କରିଥିବା କୁହାଯାଉଛି।

ଭିଡିଓରେ ରଣବୀର ଟି-ଶାର୍ଟ ଓ ଡାର୍କ ପ୍ୟାଣ୍ଟରେ ନଜର ଆସିଛନ୍ତି। ସେ ନିଜ କାର୍‌ରୁ ବାହାରି ବିଲ୍ଡିଂ ଆଡକୁ ଗଲା ବେଳେ ଫଟୋଗ୍ରାଫରମାନେ ତାଙ୍କୁ ଘେରି ଯାଉଛନ୍ତି। ହେଲେ ରଣବୀରଙ୍କ ରାସ୍ତାରେ ଜଣେ ଫଟୋଗ୍ରାଫର ଆସି ଯାଉଛନ୍ତି। ଏଭଳି ସ୍ଥିତିରେ ମଜାଳିଆ ଢ଼ଙ୍ଗରେ ଫଟୋଗ୍ରାଫରଙ୍କ ଗଳା ଧରି ତାଙ୍କୁ ଲିଫ୍ଟ ଭିତରକୁ ଠେଳି ନେଇ ଯାଉଛନ୍ତି ରଣବୀର। ଏଥିସହ, 'ୟାଙ୍କୁ ମୁଁ ମୋ ସହ ନେଇ ଯାଉଛି ବୋଲି କହୁଛନ୍ତି।' ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ଫଟୋଗ୍ରାଫରମାନେ ହସୁଥିବା ଦେଖିବାକୁ ମିଳିଛି।

Advertisment

କିଛି ଦିନ ପୂର୍ବେ ହିଁ ରଣବୀର କପୁର ମୁମ୍ବାଇ ଫେରିଛନ୍ତି। ସେ ନିଜ ପତ୍ନୀ ଆଲିଆ ଭଟ୍ଟଙ୍କ ସହ ଦିଲ୍ଲୀ ଯାଇଥିଲେ। ସେଠାରେ ଆୟୋଜିତ ହୋଇଥିବା ୯୬ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ସେ ଯୋଗ ଦେଇଥିଲେ।

Ranbir Kapoor Bollywood News Bollywood