ରଣବୀର କପୁରଙ୍କ ପରି ଅବିକଳ ଦେଖାଯାଉଥିବା ମଡେଲଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରି ଦେଖା ଯାଉଥିବା ୨୮ ବର୍ଷୀୟ ଜୁନୈଦ ଶାହଙ୍କର ମୃତ୍ୟୁ ହୋଇଛି। କଶ୍ମୀରର ଜଣେ ସାମ୍ବାଦିକ ୟୁସୁଫ ଜମିଲ ସୋଶାଲ୍ ମିଡିଆରେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ୟୁସୁଫ ଲେଖିଛନ୍ତି, ‘ହାର୍ଟ ଆଟାକ ଯୋଗୁଁ ଜୁନୈଦ ଶାହଙ୍କର ମୃତ୍ୟୁ ହୋଇଛି। ରଣବୀର କପୁରଙ୍କ ପରି ଦେଖାଯାଉଥିବା ଜୁନୈଦ ମୋର ପୁରୁଣା ପଡ଼ୋଶୀ ନିସାର ଅହମ୍ମଦଶାହଙ୍କ ପୁଅ ଥିଲେ। ଗୁରୁବାର ସେ ଆମକୁ ଛାଡ଼ି ଚାଲିଯାଇଛନ୍ତି।’

ୟୁସୁଫ ଆହୁରି ମଧ୍ୟ ଲେଖିଛନ୍ତି, ‘ଲୋକେ କହୁଛନ୍ତି, ସେ ରଣବୀର କପୁରଙ୍କ ଦ୍ୱିତୀୟ ଅବତାର ଥିଲେ। କିନ୍ତୁ ମୁଁ କହୁଛି ସେ ତାଙ୍କ ରୋଗୀଣା ବାପାମା’ ଓ କଶ୍ମୀର ପାଇଁ ଆଶାର କିରଣ ଥିଲେ।’

କଶ୍ମୀରରେ ରହୁଥିବା ଜୁନୈଦ ଶାହ ଜଣେ ମଡେଲ ଥିଲେ ଏବଂ ଅବିକଳ ରଣବୀର କପୁରଙ୍କ ପରି ଦେଖାଯାଉଥିବା ଯୋଗୁଁ ସେ ତାଙ୍କ ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ। ଅନୁପମ ଖେରଙ୍କ ଆକ୍ଟିଙ୍ଗ ସ୍କୁଲରେ ସେ ଆଡମିଶନ ମଧ୍ୟ ନେଇଥିଲେ। ସୋଶାଲ୍ ମିଡିଆରେ ଜୁନୈଦ ଶାହଙ୍କର ଫଟୋ ଭାଇରଲ୍ ହେବା ପରେ ରଣବୀରଙ୍କ ପରି ଦେଖାଯିବା ଯୋଗୁଁ ଋଷି କପୁର ମଧ୍ୟ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜୁନୈଦଙ୍କୁ ନେଇ ସେ ଏକ ଟ୍ୱିଟ ମଧ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ

୨୦ ହଜାର କୋଟି ଟଙ୍କାର ମାମଲା ଜିତିଲା ଭୋଡାଫୋନ, ହାରିଗଲେ ସରକାର

ଏଥିପାଇଁ ବନ୍ଦ ହେବାକୁ ଯାଉଛି ‘ୟେ ରିସ୍ତେ ପ୍ୟାର୍ କେ’

ମହାମାରୀ ସମୟରେ ନିର୍ବାଚନ: କ’ଣ ରହିଛି ସବୁ ନୂଆ ନିୟମ ପଢ଼ନ୍ତୁ

ସର୍ଭେ କହିଲା-ଖୁସି ନୁହନ୍ତି ଓଡ଼ିଶାବାସୀ, ଦେଶରେ ସବୁଠୁ ପଛୁଆ