Advertisment

ରଣବୀର କପୁରଙ୍କ ପରି ଅବିକଳ ଦେଖାଯାଉଥିବା ମଡେଲଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରି ଦେଖା ଯାଉଥିବା ୨୮ ବର୍ଷୀୟ ଜୁନୈଦ ଶାହଙ୍କର ମୃତ୍ୟୁ ହୋଇଛି। କଶ୍ମୀରର ଜଣେ ସାମ୍ବାଦିକ ୟୁସୁଫ ଜମିଲ ସୋଶାଲ୍ ମିଡିଆରେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ୟୁସୁଫ ଲେଖିଛନ୍ତି, ‘ହାର୍ଟ ଆଟାକ ଯୋଗୁଁ ଜୁନୈଦ ଶାହଙ୍କର ମୃତ୍ୟୁ ହୋଇଛି। ରଣବୀର କପୁରଙ୍କ ପରି ଦେଖାଯାଉଥିବା ଜୁନୈଦ ମୋର ପୁରୁଣା ପଡ଼ୋଶୀ ନିସାର ଅହମ୍ମଦଶାହଙ୍କ ପୁଅ ଥିଲେ। ଗୁରୁବାର ସେ ଆମକୁ ଛାଡ଼ି ଚାଲିଯାଇଛନ୍ତି।’ ୟୁସୁଫ ଆହୁରି ମଧ୍ୟ […]

ରଣବୀର କପୁରଙ୍କ ପରି ଅବିକଳ ଦେଖାଯାଉଥିବା ମଡେଲଙ୍କ ପରଲୋକ

kaporr

Advertisment

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରି ଦେଖା ଯାଉଥିବା ୨୮ ବର୍ଷୀୟ ଜୁନୈଦ ଶାହଙ୍କର ମୃତ୍ୟୁ ହୋଇଛି। କଶ୍ମୀରର ଜଣେ ସାମ୍ବାଦିକ ୟୁସୁଫ ଜମିଲ ସୋଶାଲ୍ ମିଡିଆରେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

Advertisment

ୟୁସୁଫ ଲେଖିଛନ୍ତି, 'ହାର୍ଟ ଆଟାକ ଯୋଗୁଁ ଜୁନୈଦ ଶାହଙ୍କର ମୃତ୍ୟୁ ହୋଇଛି। ରଣବୀର କପୁରଙ୍କ ପରି ଦେଖାଯାଉଥିବା ଜୁନୈଦ ମୋର ପୁରୁଣା ପଡ଼ୋଶୀ ନିସାର ଅହମ୍ମଦଶାହଙ୍କ ପୁଅ ଥିଲେ। ଗୁରୁବାର ସେ ଆମକୁ ଛାଡ଼ି ଚାଲିଯାଇଛନ୍ତି।'

publive-imageୟୁସୁଫ ଆହୁରି ମଧ୍ୟ ଲେଖିଛନ୍ତି, 'ଲୋକେ କହୁଛନ୍ତି, ସେ ରଣବୀର କପୁରଙ୍କ ଦ୍ୱିତୀୟ ଅବତାର ଥିଲେ। କିନ୍ତୁ ମୁଁ କହୁଛି ସେ ତାଙ୍କ ରୋଗୀଣା ବାପାମା' ଓ କଶ୍ମୀର ପାଇଁ ଆଶାର କିରଣ ଥିଲେ।'

Advertisment

କଶ୍ମୀରରେ ରହୁଥିବା ଜୁନୈଦ ଶାହ ଜଣେ ମଡେଲ ଥିଲେ ଏବଂ ଅବିକଳ ରଣବୀର କପୁରଙ୍କ ପରି ଦେଖାଯାଉଥିବା ଯୋଗୁଁ ସେ ତାଙ୍କ ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ। ଅନୁପମ ଖେରଙ୍କ ଆକ୍ଟିଙ୍ଗ ସ୍କୁଲରେ ସେ ଆଡମିଶନ ମଧ୍ୟ ନେଇଥିଲେ। ସୋଶାଲ୍ ମିଡିଆରେ ଜୁନୈଦ ଶାହଙ୍କର ଫଟୋ ଭାଇରଲ୍ ହେବା ପରେ ରଣବୀରଙ୍କ ପରି ଦେଖାଯିବା ଯୋଗୁଁ ଋଷି କପୁର ମଧ୍ୟ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜୁନୈଦଙ୍କୁ ନେଇ ସେ ଏକ ଟ୍ୱିଟ ମଧ୍ୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe