Advertisment

ଆଲିଆଙ୍କ ପ୍ରାଇଭେଟ୍ ଫଟୋ ଲିକ୍ ଘଟଣା, କଡ଼ା ଆକ୍ସନ ନେବେ ରଣବୀର

ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ପୋଷ୍ଟ ଜରିଆରେ ସେଲେବ୍ରିଟିଙ୍କ ପ୍ରାଇଭେସିକୁ ନେଇ କଥା ଉଠାଇଥିଲେ।

Ranbir-Kapoor-with-wife Alia-Bhatt

Ranbir-Kapoor-with-wife Alia-Bhatt

Advertisment

ରାଗିଗଲେ କପୁର ଖାନ୍‌ଦାନ୍‌ର ଲାଡ୍‌ଲା ରଣବୀର କପୁର। ନିଜ ପତ୍ନୀ ଆଲିଆଙ୍କ ପ୍ରାଇଭେଟ୍ ଫଟୋ ଲିକ୍‌କୁ ନେଇ ଚିହିଁକି ଉଠିଲେ। ସେ ଏହି ମାମଲାରେ କଡା ଆକ୍ସନ ନେବେ ବୋଲି କହିଛନ୍ତି।

Advertisment

ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ପୋଷ୍ଟ ଜରିଆରେ ସେଲେବ୍ରିଟିଙ୍କ ପ୍ରାଇଭେସିକୁ ନେଇ କଥା ଉଠାଇଥିଲେ। କିଛି ଫଟୋଗ୍ରାଫର ସେ ଘରେ ଥିବା ବେଳେ ତାଙ୍କ ଫଟୋ ଉଠାଇଥିଲେ। ଏହି ଫଟୋକୁ ଆଲିଆ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରି ମୁମ୍ବାଇ ପୁଲିସକୁ ଟ୍ୟାଗ୍ କରିଥିଲେ। ପୁଲିସ ମଧ୍ୟ ମାମଲା ରୁଜୁ କରିବାକୁ ଆଲିଆଙ୍କୁ କହିଥିଲା। ଅନେକ ସେଲେବ୍ରିଟି ଆଲିଆଙ୍କ ସମର୍ଥନରେ ବାହାରି ଥିଲେ। ଏବେ ଏହି ମାମଲାରେ ଅଭିନେତା ରଣବୀର କପୁରଙ୍କ ରିଆକ୍ସନ ସାମ୍ନାକୁ ଆସିଛି।  

ଏହି ପୂରା ଘଟଣା ପରେ ରଣବୀର କପୁର ନିଜ ପରିବାରର ପ୍ରାଇଭେସିକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ସେ ରାଗି ଯାଇଛନ୍ତି। ଯେଉଁ ମିଡିଆ ଆଉଟ୍‌ଲେଟ୍ ଆଲିଆଙ୍କ ପ୍ରାଇଭେଟ୍ ଫଟୋ ଉଠାଇଥିଲା ତା’ ବିରୋଧରେ ସେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଥିବା ଦାବି କରାଯାଇଛି। ସେପଟେ ଆଲିଆଙ୍କ ପ୍ରାଇଭେଟ୍ ଫଟୋ ଲିକ୍ ପରେ ତାଙ୍କ ଘରର ସୁରକ୍ଷା ବଢ଼ାଇ ଦିଆଯାଇଛି। 

Advertisment

ଅନ୍ୟପଟେ ଏହି ମାମଲାକୁ ନେଇ ଅନ୍ୟ ଫିଲ୍ମ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ସେଲେବ୍ରିଟି ଆଲିଆଙ୍କ ଇନ୍‌ଷ୍ଟା ଷ୍ଟୋରୀକୁ ଶେଆର କରି ନିଜ କ୍ରୋଧ ଜାହିର କରିଛନ୍ତି। ଏଥିରେ କରଣ ଜୋହରଙ୍କ ଠାରୁ ଆରମ୍ଭ କରି ଅନୁଷ୍କା ଶର୍ମା, ସୁସ୍ମିତା ସେନ୍‌, ଅର୍ଜୁନ୍ କପୁର, ରଣବୀର ସିଂହ ଯାଏଁ ଅନେକ ସେଲେବ୍ରିଟି ସାମିଲ ଅଛନ୍ତି। 

ଉଲ୍ଲେଖଯୋଗ୍ୟ, ରଣବୀର କପୁର ଏବେ ମୁମ୍ବାଇରେ ନାହାନ୍ତି। ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ତୁ ଝୁଟି ମେଁ ମକ୍କାର୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ପ୍ରଥମ କରି ଶ୍ରଦ୍ଧା କପୁର ନଜର ଆସିବେ। ଆସନ୍ତା ମାର୍ଚ୍ଚ ୮ ତାରିଖରେ ଫିଲ୍ମଟି ପରଦାକୁ ଆସିବ। 

Alia Bhatt Ranbir Kapoor Bollywood News Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe