Advertisment

ରଣବୀର କପୁରଙ୍କୁ ଇଡି ସମନ୍, ଶୁକ୍ରବାର ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ସମନ୍ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।

ଅଦ୍ୟତନ ହୋଇଛି
Ranbir Kapoor

Ranbir Kapoor

Advertisment

ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ସମନ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ରଣବୀର କପୁରଙ୍କୁ ସମନ୍ ପଠାଇଛି। ଅନଲାଇନ୍ ଗେମିଂ ଆପ୍ ସହ ଜଡିତ ଏକ ମାମଲାରେ ରଣବୀରଙ୍କୁ ସମନ ପଠାଇଛି ଇଡି।

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରଣବୀରଙ୍କୁ ଶୁକ୍ରବାର ସୁଦ୍ଧା କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଗତ ମାସରେ ଆର୍ଥିକ ଠକେଇର ଅନୁସନ୍ଧାନ କରୁଥିବା ଅନୁସନ୍ଧାନକାରୀ ଏଜେନ୍ସି ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ 417 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଇଡି ଜାଣିବାକୁ ପାଇଛି ଯେ, କମ୍ପାନୀର ପ୍ରୋତ୍ସାହକମାନେ(ପ୍ରୋମୋଟର୍ସ) ଛତିଶଗଡର ଭିଲାଇର। ସେମାନେ ଏହିପରି 4-5ଟି ଆପ୍ ଚଲାଉଛନ୍ତି ଏବଂ ଏଥିରୁ ଦିନକୁ 200 କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

ଇଡି କହିଛି ଯେ, ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଏକ ସିଣ୍ଡିକେଟ୍ ଭାବେ କାର୍ଯ୍ୟ କରୁଛି। ଏହି ସଂସ୍ଥା ଅନୈତିକ ଭାବେ ବେଟିଂ ୱେବସାଇଟ୍ ଚଲାଇବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ବ୍ୟବସ୍ଥା କରୁଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ୟଏଇରେ ଅବସ୍ଥିତ। ଏଥିସହ ଶ୍ରୀଲଙ୍କା ଏବଂ ନେପାଳରେ କଲ୍ ସେଣ୍ଟର ରହିଛି।

Advertisment

ଏହି ଆପ୍ ଭାରତୀୟଙ୍କୁ ଆକୃଷ୍ଠ କରିବା ପାଇଁ ବିଜ୍ଞାପନ ଜରିଆରେ ବିପୁଳ ପରିମାଣର ଅର୍ଥ ବିନିଯୋଗ କରୁଛି। ବଲିଉଡ୍ ଅଭିନେତା ରଣବୀର କପୁର ଆପର ପ୍ରଚାର ପ୍ରସାର ପାଇଁ ବିଜ୍ଞାପନ କରିଛନ୍ତି। ଏଥିପାଇଁ ପଚରାଉଚରା କରିବାକୁ ତଦନ୍ତକାରୀ ସଂସ୍ଥା ଇଡି ତାଙ୍କୁ ସମନ୍ ପଠାଇଛି। 

Enforcement Directorate Gaming App Case Ranbir Kapoor Summoned Ranbir Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe