Advertisment

ରଣବୀର କପୁର କରୋନା ପଜିଟିଭ

ମୁମ୍ବାଇ: ବଲିଉଡରେ ପୁଣି କାୟା ବିସ୍ତାର କଲା କୋଭିଡ । ମହାମାରୀ କରୋନା କବଳରେ ଅଭିନେତା ରଣବୀର କପୁର। ମା’ ନୀତୁ ସିଂହଙ୍କ ପରେ ପୁଅ ରଣବୀର କପୁର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ତାଙ୍କ ପା’ ନୀତୁ ସୂଚନା ଦେଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଜଣାପଡିବା ପରେ ଏବେ ସେ କ୍ୱାରେଣ୍ଟାଇନରେ ଅଛନ୍ତି। ସେଠାରେ ତାଙ୍କର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଚାଲିଛି। ସେ ଖୁବଶୀଘ୍ର ଆରୋଗ୍ୟ […]

author-image
Madhupriya Mistry
ରଣବୀର କପୁର କରୋନା ପଜିଟିଭ

ranbir-kapoor

ମୁମ୍ବାଇ: ବଲିଉଡରେ ପୁଣି କାୟା ବିସ୍ତାର କଲା କୋଭିଡ । ମହାମାରୀ କରୋନା କବଳରେ ଅଭିନେତା ରଣବୀର କପୁର। ମା’ ନୀତୁ ସିଂହଙ୍କ ପରେ ପୁଅ ରଣବୀର କପୁର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ତାଙ୍କ ପା’ ନୀତୁ ସୂଚନା ଦେଇଛନ୍ତି।

Advertisment

ତାଙ୍କ ରିପୋର୍ଟ ପଜିଟିଭ ଜଣାପଡିବା ପରେ ଏବେ ସେ କ୍ୱାରେଣ୍ଟାଇନରେ ଅଛନ୍ତି। ସେଠାରେ ତାଙ୍କର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଚାଲିଛି। ସେ ଖୁବଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ତାଙ୍କ ମା’ ନୀତୁ ଇନଷ୍ଟାଗ୍ରାମରେ ରଣବୀରଙ୍କ ଏକ ଫଟୋ ସେଆର କରି କହିଛନ୍ତି।

ସେପଟେ ରଣବୀର କପୁରଙ୍କ ବଡ ବାପା ରଣଧୀର କହିଛନ୍ତି, ‘ମୁଁ ଜାଣିଛି ସେ ଭଲ ନାହାଁନ୍ତି, କିନ୍ତୁ ମୋର ବିଶ୍ୱାସ ହେଉନି ତାଙ୍କୁ ଏହା କିପରି ହେଲା । ମୁଁ ବର୍ତ୍ତମାନ ସହରରେ ନାହିଁ। ‘ ଏହି ଖବର ଜାଣିବା ପରେ ଫ୍ୟାନ୍ସମାନେ ରଣବୀରଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।

Advertisment

ଗତ ବର୍ଷ ଡିସେମ୍ବରରେ ରଣବୀରଙ୍କ  ମା ଅଭିନେତ୍ରୀ ନୀତୁ କପୁର ମଧ୍ୟ କରୋନା ମହାମାରୀର ଶିକାର ହୋଇଥିଲେ ।  ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ ସମୟରେ ସେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

Bollywood