Advertisment

ରଣବୀରଙ୍କ ରାଗିବା ଭିଡ଼ିଓ ସତ ନୁହେଁ, ବିଜ୍ଞାପନ!

ଜଣେ ପ୍ରଶଂସକ ରଣବୀର କପୁରଙ୍କ ସହ ବାରମ୍ବାର ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ। ବାସ୍‌ ଏତିକିରେ ରାଗିଯାଇଥିଲେ କପୁର ଖାନ୍‌ଦାନ୍‌ର ଲାଡ୍‌ଲା। ତେବେ ଏହା ସତ ଘଟଣା ନଥିଲା, ଥିଲା ବିଜ୍ଞାପନ ଶୁଟିଂ।

ଅଦ୍ୟତନ ହୋଇଛି
Ranbir kapoor threw mobile

Ranbir kapoor threw mobile

Advertisment

ରୋମାଣ୍ଟିକ ଷ୍ଟାର୍‌ରୁ ସାଜିଲେ ଆଙ୍ଗ୍ରି ୟଙ୍ଗମ୍ୟାନ୍‌। ରାଗିଗଲେ ଅଭିନେତା ରଣବୀର କପୁର। ରାଗରେ ଭୁଲଗଲେ ହିତାହିତ ଜ୍ଞାନ। ଫଟୋ ଉଠାଉଥିବା ଫ୍ୟାନ୍‌ଙ୍କ ପ୍ରତି କଲେ ଦୁର୍ବ୍ୟବହାର। ଫ୍ୟାନ୍‌ଙ୍କ ମୋବାଇଲ୍‌ ଛଡାଇ ଫିଙ୍ଗି ଦେଲେ। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ସୋଶାଲ ମିଡିଆରେ #AngryRanbirKapoor ଟ୍ରେଣ୍ଡ ମଧ୍ୟ କରୁଛି। ତେବେ ଏହା ଏକ ବିଜ୍ଞାପନ ଭିଡିଓ ବୋଲି ପରେ ଜଣାପଡ଼ିଛି। ଫ୍ୟାକ୍ଟଚେକ୍‌ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

Advertisment

ଜଣେ ପ୍ରଶଂସକ ରଣବୀର କପୁରଙ୍କ ସହ ବାରମ୍ବାର ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ। ବାସ୍‌ ଏତିକିରେ ରାଗିଯାଇଥିଲେ କପୁର ଖାନ୍‌ଦାନ୍‌ର ଲାଡ୍‌ଲା। ସେ ଉକ୍ତ ଫ୍ୟାନ୍‌ଙ୍କ ସହ ଫଟୋ ଉଠାଇଥିଲେ କିନ୍ତୁ ପରେ ତାଙ୍କ ମୋବାଇଲ ଛଡାଇ ଆଣି ଫିଙ୍ଗି ଦେଇଥିଲେ। ଏହି ସମସ୍ତ ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା।

Advertisment

ସୋଶାଲ ମିଡିଆରେ ରଣବୀରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଭିନ୍ନ ଭିନ୍ନ କମେଣ୍ଟ ସାମ୍ନାକୁ ଆସିଛି। ଜଣେ ୟୁଜର୍ସ କମେଣ୍ଟ କରି ରଣବୀରଙ୍କୁ ଅତ୍ୟନ୍ତ ଖରାପ କହିବା ସହ ପ୍ରଶଂସକଙ୍କୁ କିଭଳି ସମ୍ମାନ ଦିଆଯାଏ ତାହା ଜାଣିନାହିଁ ବୋଲି କହିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଏହି ଭିଡିଓକୁ ବିଜ୍ଞାପନର ଅଂଶ ବୋଲି କହୁଛନ୍ତି। ପରେ ପ୍ୟାକ୍ଟ ଚେକ୍‌ରୁ ମଧ୍ୟ ଏହା ସତ ଘଟଣା ନୁହେଁ ବୋଲି ଜଣାପଡ଼ିଛି। ଏହା ଏକ ବିଜ୍ଞାପନ ଶୁଟିଂର ଭିଡ଼ିଓ। 

ଉଲ୍ଲେଖଯୋଗ୍ୟ, ରଣବୀର ଏବେ ତାଙ୍କ ଅପ୍‌କମିଂ ଫିଲ୍ମ 'ଆନିମଲ୍‌' ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ଥିବା ବେଳେ ପ୍ରଥମ କରି ତାଙ୍କ ଅପୋଜିଟ୍‌ରେ ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନାଙ୍କୁ ଦେଖିବାକୁ ମିଳିବ।

Bollywood News Ranbir Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe