Advertisment

ଲିନ୍‌ଙ୍କ ହାତ ଧରିଲେ ରଣଦୀପ, ମଣିପୁରୀ ରୀତିନୀତିରେ ହେଲା ବିବାହ

ଉଭୟଙ୍କ ବିବାହ ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

author-image
Niharika Rout
ଅଦ୍ୟତନ ହୋଇଛି
Randeep-Hooda- & Lin-Laishram

Randeep-Hooda- & Lin-Laishram

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଭର୍ସଟାଇଲ ଆକ୍ଟର ରଣଦୀପ ହୁଦା। ଲଙ୍ଗ ଟାଇମ୍‌ ଗର୍ଲଫ୍ରେଣ୍ଡ ଲିନ୍ ଲେସରାମଙ୍କ ହାତ ଧରିଛନ୍ତି ରଣଦୀପ। ଇମ୍ପାଲର ଏକ ରିସର୍ଟରେ ସମ୍ପୂର୍ଣ୍ଣ ମୈତେଇ ରୀତିନୀତିରେ ହୋଇଛି ଏହି ବିବାହ। ଉଭୟଙ୍କ ବିବାହ ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Advertisment

ନିଜ ବିବାହରେ ରଣଦୀପ ଧୋତି ଏବଂ ଧଳା କୁର୍ତ୍ତା ପିନ୍ଧିଥିବା ବେଳେ ମଣିପୁରୀ ପୋଷାକରେ ବେଶ୍ ସୁନ୍ଦର ଲାଗୁଥିଲେ ପତ୍ନୀ ଲିନ୍। ବିବାହ ଉତ୍ସବରେ କେବଳ ଉଭୟଙ୍କ ପରିବାର ଓ ସମ୍ପର୍କୀୟ ଯୋଗ ଦେଇଥିଲ। ମାତ୍ର ଏଥିରେ ବଲିଉଡର କାହାକୁ ବି ଦେଖିବାକୁ ମିଳିନାହିଁ।

ଏହି ବିବାହରେ ମଣିପୁର ଝଲକ ଦେଖିବାକୁ ମିଳିଥିଲା। ଉଭୟଙ୍କ ବରମାଳା ଦୃଶ୍ୟ ଅନ୍ୟ ବିବାହଠୁ ବେଶ୍‌ ଅଲଗା ଥିଲା। ବରମାଳା ସମୟରେ ରଣଦୀପ ବସିଥିବା ବେଳେ ଲିନ୍‌ ଛିଡ଼ା ହୋଇ ତାଙ୍କ ବେକରେ ବରଣମାଳା ପିନ୍ଧାଇଥିଲେ। ଏହାପରେ ରଣଦୀପ ଲୀନ୍‌ଙ୍କ ବେକରେ ବରଣମାଳା ପିନ୍ଧାଇଥିଲେ। ଏହାପରେ ବିବାହର ରୀତିନୀତି ଆଗକୁ ବଢ଼ିଥିଲା।

Advertisment

ମଣିପୁରରେ ପାରିବାରିକ ଉତ୍ସବରେ ବିବାହ ପରେ ମୁମ୍ବାଇରେ ସେମାନଙ୍କ ଗ୍ରାଣ୍ଡ ରିସେପସନ୍ ହେବ ବୋଲି ରଣଦୀପ କହିଛନ୍ତି।

ମହାଭାରତରେ ଅର୍ଜୁନ ମଣିପୁରୀ ସାହସୀ ରାଣୀ ଚିତ୍ରଙ୍ଗଦାଙ୍କୁ ବିବାହ କରିବା ଭଳି ସେ ମଧ୍ୟ ଲିନ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ବିବାହ କାର୍ଡରେ ଲେଖିଥିଲେ ରଣଦୀପ ହୁଦ୍ଦା।

Marriage Randeep Hooda