Advertisment

ହୁଡାଙ୍କ ପଡ଼ିବ ହାତଗଣ୍ଠି, ଗାର୍ଲଫ୍ରେଣ୍ଡଙ୍କ ସହ ନେବେ ସାତଫେରା

ଛପି ସାରିଲାଣି କାର୍ଡ। ସଜେଇ ହେଲାଣି ମଣ୍ଡପ।

Randeep Hooda announces wedding with Lin

Randeep Hooda announces wedding with Lin

Advertisment

ହାତକୁ ଦି ହାତ ହେବେ ବଲିଉଡର ମୋଷ୍ଟ ଏଲିଜିବୁଲ ବାଚଲର ରଣଦୀପ ହୁଡ୍ଡା। ପଡିବ ହାତଗଣ୍ଠୀ। ଗାର୍ଲଫ୍ରେଣ୍ଡଙ୍କ ସହ ନେବେ ସାତ ଫେରା। ଖୁବ୍‌ଶୀଘ୍ର ବାଜିବ ଶାହାନାଇ। ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି। ଛପି ସାରିଲାଣି କାର୍ଡ। ସଜେଇ ହେଲାଣି ମଣ୍ଡପ। କେବଳ ବାର-କନ୍ୟାକୁ ଅପେକ୍ଷା।

Advertisment

ଆସନ୍ତା ୨୯ ତାରିଖରେ ବର ସାଜିବେ ରଣଦୀପ। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଲୀନ ଲେଶରାମଙ୍କୁ ବିବାହ କରିବେ ଏହି ବଲିଉଡ ଅଭିନେତା। ଏନେଇ ଖୋଦ୍‌ ରଣଦୀପ ସୂଚନା ଦେଇଛନ୍ତି। ଏଥିସହ ନିଜ ଓ୍ୱେଡିଂ କାର୍ଡର ଫଟୋକୁ ସୋଶାଲ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି। ସେ ନିଜ ବିବାହ ତାରିଖ ଘୋଷଣା କରିବାକୁ ନେଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି। ଜୀବନର ଏହି ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ରଣଦୀପ।

ମଣିପୁର ଇମ୍ଫାଲରେ ବିବାହର ସମସ୍ତ ରୀତିନୀତି ହେବ। ହୋ ହଲ୍ଲାଠାରୁ ଦୂରରେ ଇମ୍ଫାଲରେ ଦୁହେଁ ବିବାହ କରିବେ। ଏହାପରେ ମୁମ୍ବାଇରେ ଏକ ରିସେପ୍‌ସନ୍‌ର ଆୟୋଜନ କରାଯିବ। ଏଥିରେ ବଲିଉଡ ସେଲେବ୍ରିଟିମାନେ ମଧ୍ୟ ସାମିଲ ହେବେ।

Advertisment

ରିପୋର୍ଟ ମୁତାବକ, ରଣଦୀପ ହୁଡ୍ଡାଙ୍କ ବିବାହ ଥିମ୍‌ ପୌରାଣିକ କାହାଣୀ ଉପରେ ଆଧାରିତ ରହିବ। ମହାଭାରତର ଏକ କାହାଣୀର ଥିମ୍‌ ଉପରେ ଆଧାରିତ ହେବ ସେମାନଙ୍କ ବିବାହ। ପଞ୍ଚୁ ପାଣ୍ଡବଙ୍କ ମଧ୍ୟରୁ ଜଣେ ଅର୍ଜୁନ ମଣିପୁର ଆସିଥିଲେ। ଏଠାରେ ସେ ରାଜକୁମାରୀ ଚିତ୍ରାଙ୍ଗଦାଙ୍କୁ ବିବାହ କରିଥିଲେ। ରଣଦୀପ ଓ ଲୀନଙ୍କ ବିବାହର ଥିମ୍‌ ମଧ୍ୟ ଏଭଳି କିଛି ହେବ ବୋଲି କୁହାଯାଉଛି। ଏହି ବିବାହରେ କେବଳ ଉଭୟ ପକ୍ଷର ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ଉପସ୍ଥିତି ରହିବେ। ପରେ ମୁମ୍ବାଇରେ ବି-ଟାଉନ୍‌ର ଷ୍ଟାର୍‌ମାନଙ୍କ ପାଇଁ ପାର୍ଟି ଆୟୋଜିତ କରାଯିବ।

ରଣଦୀପ ଓ ଲୀନ ଦୀର୍ଘ ସମୟ ଧରି ସମ୍ପର୍କରେ ଅଛନ୍ତି। ରଣଦୀପଙ୍କୁ ୪୭ ବର୍ଷ ହୋଇଥିବା ବେଳେ ଲୀନ ତାଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ। ଉଭୟଙ୍କୁ ପ୍ରାୟତଃ ଏକାଠି ବହୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ। ଏମାନେ ଏହାପୂର୍ବରୁ ଗଣମାଧ୍ୟମରେ ଆଗରେ ନିଜ ସମ୍ପର୍କକୁ ନେଇ କେବେବି ମୁହଁ ଖୋଲି ନଥିଲେ।

Randeep Hooda Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe