Advertisment

ଲିନ୍‌ଙ୍କୁ ବିବାହ କରିବେ ରଣଦୀପ୍‌ !

ମୁମ୍ୱାଇ : ବଲିଉଡ୍‌ ଅଭିନେତା ରଣଦୀପ୍‌ ହୁଡା ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ଙ୍କଠାରୁ ଅଲଗା ହେବା ପରେ ନିଜ ପାଇଁ ନୂଆ ଜୀବନସାଥୀ ଖୋଜି ନେଇଛନ୍ତି। ଅନେକ ଦିନ ଧରି ସେ ମଡେଲ୍ ଲିନ୍‌ ଲୈସରମ୍‌ଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର୍‌ ଧରିଛି। ରିପୋର୍ଟ ଅନୁସାରେ ବିବାହ ପାଇଁ ରଣଦୀପ୍‌ ଯୋଜନା କରୁଛନ୍ତି। ଏଥିପାଇଁ ହରିୟାଣାରେ ରହୁଥିବା ତାଙ୍କ ବାପାମା’ଙ୍କ ସହିତ ଲିନ୍‌ଙ୍କୁ ଭେଟ କରାଇଛନ୍ତି। କେବଳ ଏତିକି ନୁହେଁ, ଏହା ପୂର୍ବରୁ ଭଉଣୀ ଅଞ୍ଜଳି ହୁଡାଙ୍କ […]

ଲିନ୍‌ଙ୍କୁ ବିବାହ କରିବେ ରଣଦୀପ୍‌ !

bbb

Advertisment

ମୁମ୍ୱାଇ : ବଲିଉଡ୍‌ ଅଭିନେତା ରଣଦୀପ୍‌ ହୁଡା ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ଙ୍କଠାରୁ ଅଲଗା ହେବା ପରେ ନିଜ ପାଇଁ ନୂଆ ଜୀବନସାଥୀ ଖୋଜି ନେଇଛନ୍ତି। ଅନେକ ଦିନ ଧରି ସେ ମଡେଲ୍ ଲିନ୍‌ ଲୈସରମ୍‌ଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ରିପୋର୍ଟ ଅନୁସାରେ ବିବାହ ପାଇଁ ରଣଦୀପ୍‌ ଯୋଜନା କରୁଛନ୍ତି। ଏଥିପାଇଁ ହରିୟାଣାରେ ରହୁଥିବା ତାଙ୍କ ବାପାମା’ଙ୍କ ସହିତ ଲିନ୍‌ଙ୍କୁ ଭେଟ କରାଇଛନ୍ତି। କେବଳ ଏତିକି ନୁହେଁ, ଏହା ପୂର୍ବରୁ ଭଉଣୀ ଅଞ୍ଜଳି ହୁଡାଙ୍କ ସହିତ ମଧ୍ୟ ଲିନ୍‌ଙ୍କର ସାକ୍ଷାତ ହୋଇସାରିଛି।

୨୦୧୬ ମସିହାରୁ ରଣଦୀପ୍‌ ଓ ଲିନ୍‌ ଏକାଠି ରହିଆସୁଛନ୍ତି। ଲିନ୍‌ ପେସାରେ ଜଣେ ମଣିପୁରୀ ମଡେଲ୍‌। ଏଥି ସହିତ ଜାତୀୟ ଧନୁସର ପ୍ରତିଯୋଗୀତାରେ ସେ ଖେଳାଳି ବି ରହିସାରିଛନ୍ତି। ଏହା ବ୍ୟତୀତ ‘ମେରି କୋମ୍‌’, ‘ରଙ୍ଗୁନ୍‌’ ପରି ଫିଲ୍ମରେ ସେ କାମ କରିସାରିଛନ୍ତି। ବର୍ତ୍ତମାନ ସେ ନାସିରୁଦ୍ଦିନ୍ ଶାହଙ୍କ ଥିଏଟର୍‌ ସହିତ ଜଡ଼ିତ ଅଛନ୍ତି।

Advertisment

ଲିନ୍‌ଙ୍କ ସହିତ ସମ୍ପର୍କରେ ରହିବା ପୂର୍ବରୁ ରଣଦୀପ୍‌ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ସୁସ୍ମିତା ସେନଙ୍କୁ ଡେଟ୍‌ କରିଥିଲେ। କିନ୍ତୁ ଅଚାନକ କୌଣସି କାରଣରୁ ଦୁହେଁ ଅଲଗା ହୋଇଯାଇଥିଲେ।

ମିରା ନାୟରଙ୍କ ଫିଲ୍ମ ମନସୁନ୍‌ ୱେଡିଙ୍ଗରୁ ରଣଦୀପ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସେ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ : ଇଓର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ରେ କାମ କରୁଛନ୍ତି। ଏଥିରେ ତାଙ୍କ ସହିତ ଜ୍ୟାକି ଶ୍ରଫ୍‌, ଗୌତମ ଗୁଲାଟି ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe