Advertisment

ପୁଣି ଗୁଡ୍‌ ନ୍ୟୁଜ୍‌ ଦେବେ ରାଣୀ!

ମୁମ୍ବାଇ: ଦୀର୍ଘ ଦିନ ହେବ ଲାଇମଲାଇଟ୍‌ ଠାରୁ ଦୂରେଇ ରହିଛନ୍ତି ବଲିଉଡର ବବ୍‌ଲି ଗାର୍ଲ ରାଣୀ ମୁଖାର୍ଜୀ। ଶେଷ ଥର ପାଇଁ ତାଙ୍କୁ କରଣ ଜୋହରଙ୍କ ୫୦ତମ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା। ଏବେ ରାଣୀ ମୁଖାର୍ଜୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପୁଣି ଥରେ ରାଣୀ ଗୁଡ୍‌ ନ୍ୟୁଜ୍‌ ଦେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ସର୍ବଦା ଲାଇମ୍‌ ଲାଇଟ୍‌ରୁ ଗାଏବ […]

author-image
Madhupriya Mistry
ପୁଣି ଗୁଡ୍‌ ନ୍ୟୁଜ୍‌ ଦେବେ ରାଣୀ!

Rani Mukharjee

ମୁମ୍ବାଇ: ଦୀର୍ଘ ଦିନ ହେବ ଲାଇମଲାଇଟ୍‌ ଠାରୁ ଦୂରେଇ ରହିଛନ୍ତି ବଲିଉଡର ବବ୍‌ଲି ଗାର୍ଲ ରାଣୀ ମୁଖାର୍ଜୀ। ଶେଷ ଥର ପାଇଁ ତାଙ୍କୁ କରଣ ଜୋହରଙ୍କ ୫୦ତମ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା। ଏବେ ରାଣୀ ମୁଖାର୍ଜୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପୁଣି ଥରେ ରାଣୀ ଗୁଡ୍‌ ନ୍ୟୁଜ୍‌ ଦେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି।

Advertisment

Rani Mukerji makes a rare public appearance, seeks blessings at Siddhivinayak temple in Mumbai | Hindi Movie News - Bollywood - Al Awais Movers

ସର୍ବଦା ଲାଇମ୍‌ ଲାଇଟ୍‌ରୁ ଗାଏବ ରୁହନ୍ତି ରାଣୀ ମୁଖାର୍ଜୀ। ନିକଟରେ ସେ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଦର୍ଶନ କରିବାକୁ ପହଞ୍ଚିଥିଲେ। ତାଙ୍କ ସ୍ୱାମୀଙ୍କ ଫିଲ୍ମ 'ସମଶେରା'ର ସକ୍‌ସେସ୍‌ ପାଇଁ ରାଣୀ ମନ୍ଦିରକୁ ପ୍ରାର୍ଥନା କରିବାକୁ ଯାଇଥିଲେ। ତେବେ  ମନ୍ଦିରରୁ ବାହାରକୁ ଆସୁଥିବା ବେଳେ ତାଙ୍କୁ ଦେଖିବାକୁ ମିଳିଥିଲା।

ଏହି ସମୟରେ ରାଣୀ ପୂରା ଦେଶି ଲୁକ୍‌ରେ ନଜର ଆସିଥିଲେ। ସେ ଏକ ସବୁଜ ରଙ୍ଗର ସାଲୱାର ସହ ଗୋଲାପୀ ରଙ୍ଗର ଓଢଣୀ ପିନ୍ଧିଥିଲେ। କିନ୍ତୁ ତାଙ୍କର ଫିଗରକୁ ଦେଖି ଲାଗୁଥିଲା ସେ ଗର୍ଭବତୀ ଥିଲା ଭଳି। ତାଙ୍କର ତାଙ୍କ ଚାଲିଚଳନ ମଧ୍ୟ କିଛି ଅଲଗା କହୁଥିଲା। ରାନୀଙ୍କ ବେବି ବମ୍ପକୁ ଦେଖି ଏବେ ସୋଶାଲ ମିଡିଆରେ ନା ନା କଳ୍ପନା ଜଳ୍ପନା ଚାଲିଛି। ସେ କୁଆଡେ ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

Advertisment

ରାନୀ ମୁଖାର୍ଜୀ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ତାଙ୍କ କ୍ୟାରିୟରରେ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମ ଦେଇଛନ୍ତି। ହେଲେ ବିବାହ ଏବଂ ଝିଅ ହେବା ପରେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ। ଶେଷଥର ପାଇଁ ତାଙ୍କୁ 'ବଣ୍ଟି ଔର ବବଲି-୨'ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ସୈଫ ଅଲ୍ଲି ଖାନ୍‌, ସିନ୍ଧାନ୍ତ ଚର୍ତୁବେଦୀ, ଶରବରୀ ଲିଡ୍‌ ରୋଲ୍‌ରେ ଥିଲେ। ଆଗକୁ ତାଙ୍କ ହାତରେ ଫିଲ୍ମ 'ଚାଟାର୍ଜୀ ଭର୍ସେସ୍‌ ନୋର୍ବେ' ଅଛନ୍ତି। ତେବେ ଏହି ଫିଲ୍ମଟିର କେବେ ଶୁଟିଂ ଆରମ୍ଭ ହେବ ସେ ନେଇ କୌଣସି ତାଜା ଅପଡେଟ୍‌ ମିଳିନାହିଁ।