ନୂଆ ବିବାଦରେ ଫସିଲେ ରଣବୀର

ମୁୁମ୍ବାଇ: ବଲିଉଡର ବାଜିରାଓ ଓରଫ ରଣବୀର ସିଂହଙ୍କ ପିଛା ଛାଡୁନି ବିବାଦ। ନିକଟରେ ନ୍ୟୁଡ୍ ଫଟୋଶୁଟ୍ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ରଣବୀର। ଏନେଇ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏବେ ପୁଣିଥରେ ରଣବୀର ଏକ ନୂଆ ବିବାଦରେ ଫସିଛନ୍ତି। ନିକଟରେ ରଣବୀର ସିଂହ ମୁମ୍ବାଇ ବିମାନ ବନ୍ଦରରେ ନିଜର ନୀଳ ରଙ୍ଗର ନୂଆ କାର୍ ଏଷ୍ଟନ ମାର୍ଟିନ୍ ସହ ନଜର ଆସିଥିଲେ। ଏବେ ଏହି କାର୍‌କୁ ଚଲାଇବାକୁ ନେଇ ରଣବୀରଙ୍କ ଅଡୁଆ ବଢ଼ିଛି। […]

Ranveer-singh

Madhupriya Mistry
  • Published: Wednesday, 19 October 2022
  • , Updated: 19 October 2022, 12:19 PM IST

ମୁୁମ୍ବାଇ: ବଲିଉଡର ବାଜିରାଓ ଓରଫ ରଣବୀର ସିଂହଙ୍କ ପିଛା ଛାଡୁନି ବିବାଦ। ନିକଟରେ ନ୍ୟୁଡ୍ ଫଟୋଶୁଟ୍ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ରଣବୀର। ଏନେଇ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏବେ ପୁଣିଥରେ ରଣବୀର ଏକ ନୂଆ ବିବାଦରେ ଫସିଛନ୍ତି।

ନିକଟରେ ରଣବୀର ସିଂହ ମୁମ୍ବାଇ ବିମାନ ବନ୍ଦରରେ ନିଜର ନୀଳ ରଙ୍ଗର ନୂଆ କାର୍ ଏଷ୍ଟନ ମାର୍ଟିନ୍ ସହ ନଜର ଆସିଥିଲେ। ଏବେ ଏହି କାର୍‌କୁ ଚଲାଇବାକୁ ନେଇ ରଣବୀରଙ୍କ ଅଡୁଆ ବଢ଼ିଛି। ଉକ୍ତ କାର୍‌ରେ ସେ ଏକ୍ସପାଏରୀ ହୋଇଯାଇଥିବା ରେଜିଷ୍ଟ୍ରେସନ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଲାଇସେନ୍ସ ଡେଟ୍ ଏକ୍ସପାଏରୀ ହୋଇସାରିଥିବା ବେଳେ ରଣବୀର ଉକ୍ତ କାର୍‌କୁ ଚଳାଉଥିବା ନେଇ ଜଣେ ସୋଶାଲ ମିଡିଆ ୟୁଜର୍ସ ଅଭିଯୋଗ ଆଣିଛନ୍ତି।

ଉକ୍ତ ଅଭିଯୋଗୀକାରୀ ରଣବୀର ସିଂହଙ୍କ କାର୍ ଡ୍ରାଇଭ୍ କରୁଥିବା ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଏହି ଟ୍ୱିଟ୍‌କୁ ସେ ମୁମ୍ବାଇ ପୁଲିସକୁ ଟ୍ୟାଗ୍ କରିଛନ୍ତି। ମୁମ୍ବାଇ ପୁଲିସ ଦୟାକରୀ ରଣବୀର ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଟ୍ୱିଟ୍‌ର୍‌ରେ ଅପିଲ୍ କରିଛନ୍ତି।

ସୋଶାଲ ମିଡିଆରେ ରଣବୀରଙ୍କ ଗାଡିର ଯେଉଁ ଫଟୋ ଭାଇରାଲ ହେଉଛି ସେଥିରେ ଲାଇସେନ୍ସ ଯୁକ୍ତ ନମ୍ବର ପ୍ଲେଟ୍‌ର ତାରିଖ ୨୦୨୦ ଜୁନ୍ ୨୮ ରହିଛି। ମୁମ୍ବାଇ ଟ୍ରାଫିକ ପୁଲିସକୁ ଏନେଇ ସୂଚିତ କରାଯାଇଥିବା ପୁଲିସ କହିଛି। ସେପଟେ ଏହି ମାମଲାରେ ରଣବୀର ସିଂହଙ୍କ କୌଣସି ପ୍ରତକ୍ରିୟା ମିଳିନାହିଁ।

 

View this post on Instagram

 

A post shared by Ranveer Singh (@ranveersingh)

Related story