Advertisment

ଡିପ୍‌ ଫେକ୍‌ ଭିଡିଓକୁ ବିରୋଧ, ଥାନାକୁ ଗଲେ ବଲିଉଡର ବାଜିରାଓ

ରଶ୍ମୀକା ମନ୍ଦନା, ଆମୀର ଖାନ୍‌, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ସଚ୍ଚିନ ତେନ୍ଦୁଲକରଙ୍କ ପରେ ଏବେ ବଲିଉଡର ବାଜିରାଓ ତଥା ଅଭିନେତା ରଣବୀର ସିଂହ ମଧ୍ୟ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Ranveer Singh

Ranveer Singh

ଡିପ୍‌ ଫେକ୍ ଭିଡିଓର ଶିକାର ହେଲେଣି ବଡ଼ ବଡ଼ ଷ୍ଟାର୍‌। ଅଭିନେତ୍ରୀ ରଶ୍ମୀକା ମନ୍ଦନା, ଆମୀର ଖାନ୍‌, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ସଚ୍ଚିନ ତେନ୍ଦୁଲକରଙ୍କ ପରେ ଏବେ ବଲିଉଡର ବାଜିରାଓ ତଥା ଅଭିନେତା ରଣବୀର ସିଂହଙ୍କ ପାଳି ପଡିଛି। ସେ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ଏହାକୁ ବିରୋଧ କରି ସେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ନିକଟରେ ରଣବୀର ସିଂହଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ଏକ ରାଜନୈତିକ ଦଳକୁ ସମର୍ଥନ କରୁଥିବା ନଜର ଆସିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା। ଭିଡିଓରେ ଅଭିନେତାଙ୍କ ଅଡିଓକୁ ଏଆଇ ସହାୟତାରେ ବଦଳା ଯାଇଥିଲା।

ଏହାକୁ ନେଇ ଏବେ ଅଭିନେତା ଆକ୍ସନ ମୁଡ୍‌କୁ ଆସିଛନ୍ତି। ଭାଇରାଲ ହେଉଥିବା ଡିପ୍‌ ଫେକ୍‌ ଭିଡିଓକୁ ବିରୋଧ କରି ସେ ଥାନାରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଏଥିସହ ଯେଉଁ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଫେକ୍‌ ଭିଡିଓ ପୋଷ୍ଟ କରାଯାଇଛି ତା ବିରୋଧରେ ଆକ୍ସନ ନେବା ପାଇଁ ସାଇବର କ୍ରାଇମ୍‌କୁ ସେ ଅନୁରୋଧ କରିଛନ୍ତି।

Advertisment

ରଣବୀର ସିଂହଙ୍କ ପୂର୍ବରୁ ବଲିଉର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌ ମଧ୍ୟ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇଥିଲେ। ଏକ ରାଜନୈତିକ ଦଳକୁ ପ୍ରଚାର କରୁଥିବାର ତାଙ୍କର ଏକ ଡିପ୍‌ ଫେକ୍‌ ଭିଡିଓ ନିକଟରେ ଭାଇରାଲ ହୋଇଥିଲା। ଏହାପରେ ଅଭିନେତାଙ୍କ ଅଫିସିଆଲ୍‌ ଟଇମ୍‌ ସୋଶାଲ ମିଡିଆରେ ଏହି ଭିଡିଓକୁ ନେଇ ସ୍ପଷ୍ଟୀକରଣ ରଖିଥିଲା। ଏଥିସହ ଭିଡିଓକୁ ଯିଏ ପୋଷ୍ଟ କରିଥିଲେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯିବା ସହ ଏହାର ତଦନ୍ତ ଦାବି କରାଯାଇଥିଲା।

FIR Ranvir Singh Bollywood Deep Fake Video