ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଫସିଲେ ରଣବୀର, ହୋଇପାରନ୍ତି ଗିରଫ

ମୁମ୍ବାଇ: ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଫସିଲେ ବଲିଉଡର ବାଜିରାଓ ଓରଫ୍‌ ରଣବୀର ସିଂହ। ଥାନାରେ ପହଞ୍ଚିଲା ମାମଲା। ତାଙ୍କ ମୁଣ୍ଡ ଉପରେ ଝୁଲିଲା ଗିରଫଦାରୀର ଖଣ୍ଡା। ବିଭିନ୍ନ ରାଜ୍ୟରେ ରଣବୀର ଏହି ଫଟୋକୁ ନେଇ ବିରୋଧ ପ୍ରଦଶର୍ନ ମଧ୍ୟ ହୋଇଛି। ତାଙ୍କ ବିରୋଧରେ ମୁମ୍ବାଇ ଚେମ୍ବୁର ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୫୦୯, ୨୯୨, ୨୯୪ ଓ ଆଇଟି ଆକ୍ଟ ୬୭(କ)ରେ ପୁଲିସ ମାମଲା ରୁଜୁ କରିଛି। ଏହି ଆକ୍ଟ ଆଧାରରେ […]

Ranveer Singh

Ranveer Singh

Madhupriya Mistry
  • Published: Tuesday, 26 July 2022
  • Updated: 26 July 2022, 01:10 PM IST

Sports

Latest News

ମୁମ୍ବାଇ: ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଫସିଲେ ବଲିଉଡର ବାଜିରାଓ ଓରଫ୍‌ ରଣବୀର ସିଂହ। ଥାନାରେ ପହଞ୍ଚିଲା ମାମଲା। ତାଙ୍କ ମୁଣ୍ଡ ଉପରେ ଝୁଲିଲା ଗିରଫଦାରୀର ଖଣ୍ଡା। ବିଭିନ୍ନ ରାଜ୍ୟରେ ରଣବୀର ଏହି ଫଟୋକୁ ନେଇ ବିରୋଧ ପ୍ରଦଶର୍ନ ମଧ୍ୟ ହୋଇଛି। ତାଙ୍କ ବିରୋଧରେ ମୁମ୍ବାଇ ଚେମ୍ବୁର ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୫୦୯, ୨୯୨, ୨୯୪ ଓ ଆଇଟି ଆକ୍ଟ ୬୭(କ)ରେ ପୁଲିସ ମାମଲା ରୁଜୁ କରିଛି। ଏହି ଆକ୍ଟ ଆଧାରରେ ସେ ଗିରଫ ମଧ୍ୟ ହୋଇପାରନ୍ତି ବୋଲି ଜଣେ ଆଇନଜୀବୀ କହିଛନ୍ତି।

ଅଭିନେତା ରଣବୀର ସିଂହ ପେପର୍‌ ମାଗାଜିନ୍‌ ପାଇଁ ଏହି ନ୍ୟୁଡ୍‌ ଫଟୋସୁଟ୍‌ କରିଥିଲେ। ଯେବେଠୁ ସେ କ୍ୟାମେରା ଆଗରେ ଉଲଗ୍ନ ହୋଇଛନ୍ତି ଆଉ ତାଙ୍କ ନଗ୍ନ ଫଟୋ ସାମ୍ନାକୁ ଆସିଛି ସେବେଠୁ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କ ଏହି ଫଟୋକୁ ନେଇ ନିନ୍ଦା କରାଯାଇଛି। ସେପଟେ ସୋଶାଲ ମିଡିଆରେ ରଣବୀରଙ୍କ ଏହି ଫଟୋ ନିଆଁ ଲଗାଇ ଦେଇଛି। ଗୋଟିଏ ପଟେ ରଣବୀରଙ୍କ ଫ୍ୟାନ୍‌ମାନେ ତାଙ୍କୁ ସମର୍ଥନ କରୁଥିବା ବେଳେ ବିଭିନ୍ନ ସଙ୍ଗଠନ ଏହାକୁ ବିରୋଧ କରିଛନ୍ତି। ଏଥିସହ ଅଭିନେତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି ଉଠିଛି।

ଏବେ ଏହି ଫଟୋକୁ ନେଇ ରଣବୀରଙ୍କ ଅଡୁଆରେ ବଢ଼ିପାରେ ବୋଲି କୁହାଯାଉଛି। ସୋମବାର ଏକ ଏନ୍‌ଜିଓ ତରଫରୁ ରଣବୀରଙ୍କ ନାଁରେ ପୁଲିସରେ ଅଭିଯୋଗ ହୋଇଥିଲା। ସେ ମହିଳାଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହେବା ସହ ଟ୍ୱିଟର୍‌ ଓ ଇନ୍‌ଷ୍ଟାଗ୍ରାମରୁ ତାଙ୍କ ନଗ୍ନ ଫଟୋ ହଟାଇବାକୁ ଦାବି କରାଯାଇଥିଲା। ଅଭିଯୋଗ ପରେ ପୁଲିସ ତଦନ୍ତ ପାଇଁ ୪୮ ଘଣ୍ଟାର ସମୟ ମାଗିଥିଲା। ଏବେ ଏହି ଅଭିଯୋଗ ଭିତ୍ତି କରି ଚେମ୍ବୁର ପୁଲିସ ରଣବୀରଙ୍କ ନାଁରେ ଏଫ୍‌ଆଇର୍‌ ରୁଜୁ କରିଛି।

ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସ ମଧ୍ୟ ଏଭଳି ଏକ ଫଟୋ ଶୁଟ୍ କରିଥିଲେ। ବର୍ଟଙ୍କ ଠାରୁ ଅନୁପ୍ରାଣିତ ହୋଇ ଏହି ଫଟୋ ଶୁଟ୍ କରାଯାଇଥିବା ସୂଚନା ମିଳିଛି। ତେବେ ଫଟୋ ଶେୟାର ହେବା ପରେ ଏହାକୁ ନେଇ ବି-ଟାଉନରେ ଖୁବ୍ ଚର୍ଚ୍ଚା ଚାଲିଛି। କେତେକ ସେଲେବ୍ରିଟି ଏହାକୁ ସମର୍ଥନ କରୁଥିବା ବେଳେ ଆଉ କେତେକ ଏହାକୁ ବିରୋଧ କରୁଛନ୍ତି।

ରଣବୀରଙ୍କର ଫଟୋ ଉପରେ ପ୍ରତିକ୍ରିୟା ଦେଇଛନ୍ତି ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ। ଯଦି ଜଣେ ମହିଳା ଏଭଳି ଫଟୋ ଶୁଟ୍ କରି ଶେଆର କରିଥାନ୍ତେ ତେବେ କ'ଣ ତାଙ୍କୁ ଏଭଳି ପ୍ରଶଂସା କରାଯାଇଥା'ନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story