ନ୍ୟୁଡ୍‌ ଫଟୋଶୁଟ୍‌ ମାମଲା: ପୁଲିସ ଆଗରେ ବଡ଼ ଖୁଲାସା କଲେ ରଣବୀର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବାଜିରାଓ ରଣବୀର ସିଂହ। ନିଜ ନ୍ୟୁଡ୍‌ ଫଟୋ ଶୁଟ୍‌କୁ ନେଇ ସେ ପୁଣି ଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି। ଆଜି ମୁମ୍ବାଇ ପୁଲିସ ଆଗରେ ବଡ ଖୁଲସା କରିଛନ୍ତି ବି-ଟାଉନର ଏହି ଅଭିନେତା। ସେ ପୁଲିସ ଆଗରେ ନିଜ ସଫେଇ ମଧ୍ୟ ରଖିଛନ୍ତି। କିଛିଦିନ ତଳେ ରଣବୀର ସିଂ ନିଜର କିଛି ନ୍ୟୁଡ ଫଟୋ ଶୁଟ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋ ଭାଇରାଲ ହେବାପରେ ଏହାକୁ ପ୍ରଶଂସକମାନେ […]

Ranveer singh

Ranveer singh

Madhupriya Mistry
  • Published: Thursday, 15 September 2022
  • Updated: 15 September 2022, 02:10 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବାଜିରାଓ ରଣବୀର ସିଂହ। ନିଜ ନ୍ୟୁଡ୍‌ ଫଟୋ ଶୁଟ୍‌କୁ ନେଇ ସେ ପୁଣି ଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି। ଆଜି ମୁମ୍ବାଇ ପୁଲିସ ଆଗରେ ବଡ ଖୁଲସା କରିଛନ୍ତି ବି-ଟାଉନର ଏହି ଅଭିନେତା। ସେ ପୁଲିସ ଆଗରେ ନିଜ ସଫେଇ ମଧ୍ୟ ରଖିଛନ୍ତି।

କିଛିଦିନ ତଳେ ରଣବୀର ସିଂ ନିଜର କିଛି ନ୍ୟୁଡ ଫଟୋ ଶୁଟ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋ ଭାଇରାଲ ହେବାପରେ ଏହାକୁ ପ୍ରଶଂସକମାନେ ନାପସନ୍ଦ କରିବା ସହ ଏହାକୁ ନେଇ ନାନା ବିରୋଧ ହୋଇଥିଲା।

ଏବେ ଏହି ମାମଲାରେ ନିଜ ବୟାନ ରଖିଛନ୍ତି ରଣବୀର। ଯେତିକି ବି ଫଟୋ ସାମ୍ନାକୁ ଆସିଛି, ସେଥିରୁ ଗୋଟିଏ ଫଟୋକୁ ଏଡିଂ କରାଯାଇଥିବା ରଣବୀର ପୁଲିସ ଆଗରେ ଖୁଲାସା କରିଛନ୍ତି। ତାଙ୍କ ଫଟୋକୁ କେହି ଜଣେ ଦୁର୍ବୃତ୍ତ ବିକୃତ କରି ଲୋକଙ୍କୁ ସାମ୍ନାକୁ ଆଣିଥିବା ସେ ଅଭିଯୋଗ କରିଛନ୍ତି। ସେ ଏଭଳି କିଛି ନ୍ୟୁଡ୍‌ ଫଟୋ ଶୁଟ୍‌ କରିନଥିବା କଥା ପୁଲିସ ଆଗରେ କହିଛନ୍ତି। ରଣବୀରଙ୍କ ବୟାନ ରେକର୍ଡ କରିବା ପରେ ଏବେ ପୁଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ ଯେ,ଏହି ମାମଲାରେ ଗତମାସରେ ମୁମ୍ବାଇର ଚେମ୍ବୁର ପୁଲିସ ଷ୍ଟେସନରେ ହାଜର ହୋଇଥିଲା ରଣବୀର। ସେଠାରେ ସେ ଦୁଇଘଣ୍ଟା ଉପସ୍ଥିତ ରହି ନିଜୟ ବୟାନ ରେକର୍ଡ କରାଇଥିଲେ। ରଣବୀରଙ୍କର ଏହି ବୟାନ ଅଗଷ୍ଟ ୨୯ ତାରିଖରେ ରେକର୍ଡ କରାଯାଇଥିଲା।

ରଣବୀର ସିଂହ ପେପର୍‌ ମାଗାଜିନର କଭ୍‌ର ଷ୍ଟୋରୀ ପାଇଁ ଫଟୋଶୁଟ୍‌ କରାଇଥିଲେ। ଏହି ଫଟୋଶୁଟ୍‌କୁ ଗତ ଜୁଲାଇ ୨୧ ତାରିଖରେ ସୋଶାଲ ମିଡିଆରେ ଶେଆର କରାଯାଇଥିଲା। ଫଟୋଶୁଟ୍‌ରେ ରଣବୀର ପୂରାପୁରି ନ୍ୟୁଡ୍‌ ଲୁକ୍‌ରେ ନଜର ଆସିଥିଲେ। ଏହାପରେ ଏହି ଫଟୋକୁ ନେଇ ବିବଦା ମୁଣ୍ଡ ଟେକିଥିଲା। ସୋଶାଲ ମିଡିଆରେ ରଣବୀରଙ୍କୁ ଜୋରଦାର ଟ୍ରୋଲ କରାଯିବା ସହ ସେ ଅଶ୍ଳୀଳତା ପ୍ରସାର କରୁଥିବା କହି ତାଙ୍କ ବିରୋଧରେ ନାନା ମାମଲା ମଧ୍ୟ ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story