Advertisment

Ranveer Singh: ଅଭିନେତା ରଣବୀର ସିଂହଙ୍କୁ ହ୍ୱାଟସଆପରେ ମିଳିଲା ଧମକପୂର୍ଣ୍ଣ ମେସେଜ

ଭଏସ ନୋଟରେ ଏପରି ବାର୍ତ୍ତା ପାଇବା ପରେ ରଣବୀର ତୁରନ୍ତ ମୁମ୍ବାଇ ପୁଲିସ୍‌କୁ ଜଣାଇଥିଲେ। ଏହାପରେ ମୁମ୍ବାଇ ପୁଲିସ୍‌ ପକ୍ଷରୁ ତତ୍କାଳ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

author-image
Hemant Lenka
Ranveer-singh

ରଣବୀର ସିଂହ

ବଲିଉଡ ଅଭିନେତା ରଣବୀର ସିଂହ(Ranveer Singh)ଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେସେଜ। ହ୍ୱାଟସଆପ ଭଏସ ନୋଟରେ ତାଙ୍କୁ ମିଳିଛି ଧମକ। ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ଲୋକ ତାଙ୍କୁ କୋଟି କୋଟି ଟଙ୍କା ଦେବାକୁ କହିଛି। 

Advertisment

ଭଏସ ନୋଟରେ ଏପରି ବାର୍ତ୍ତା ପାଇବା ପରେ ରଣବୀର ତୁରନ୍ତ ମୁମ୍ବାଇ ପୁଲିସ୍‌କୁ ଜଣାଇଥିଲେ। ଏହାପରେ ମୁମ୍ବାଇ ପୁଲିସ୍‌ ପକ୍ଷରୁ ତତ୍କାଳ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ମେସେଜ ପଠାଇଥିବା ଦୁର୍ବୃତ୍ତ ନିଜକୁ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଭାବେ ପରିଚୟ ଦେଇଛି। 

ପୁଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିବା ସହ ମେସେଜ ପଠାଇଥିବା ଲୋକୁ ଚିହ୍ନଟ କରିବାକୁ ଲାଗି ପଡ଼ିଛି। କିନ୍ତୁ ଏଯାଏ କିଏ ଓ ପ୍ରକୃତରେ ସେ ରଣବୀରକୁ କେତେ କୋଟି ଟଙ୍କା ମାଗିଛି, ସେକଥା ଜଣାପଡ଼ିନି। 

Advertisment

ରଣବୀର ସିଂହ ଓ ଦୀପିକା ପାଦୁକୋଣ ରହୁଥିବା ହାଉସିଂ ସୋସାଇଟୀରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। କାହିଁକି ଅଧିକ ପୁଲିସ୍‌ କର୍ମଚାରୀ ଓ ଘରୋଇ ବଡିଗାର୍ଡଙ୍କୁ ମୁତୟନ କରାଯାଇଛି, ତା’ ଉପରେ ସ୍ପଷ୍ଟୀକରଣ ମାଗିଛି ସୋସାଇଟୀ ମ୍ୟାନେଜମେଣ୍ଟ। ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଯୋଗୁ ଏଠାରେ ରହୁଥିବା ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହାତରେ ବନ୍ଧୁକ ଧରି ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ ବୁଲୁଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିପାଇଁ ସୋସାଇଟୀ ମ୍ୟାନେଜମେଣ୍ଟ ପୁଲିସ୍‌କୁ ସ୍ପଷ୍ଟୀକରଣ ମାଗିଛି। 

ଏହାପୂର୍ବରୁ ଫିଲ୍ମ ମେକର ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିଲା। ଏହି ଘଟଣା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ଏବେ ରଣବୀଣ ସିଂହଙ୍କୁ ସମାନ ଲରେନ୍ସି ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ଧମକ ମିଳିଛି। 

ଏହି ଘଟଣାରେ ପୁଣେ ପୁଲିସ ୫ ଜଣଙ୍କୁ ଧରିଥିବା ବେଳେ ସେମାନଙ୍କର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ସଂପର୍କ ରହିଛି ବୋଲି ଅଭିଯୋଗ ଥିବା ସ୍ପଷ୍ଟ କରିଛି। ପୁଣେ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।  

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋଶାଲ ମିଡିଆ ମାଧ୍ୟମରେ ନିଜକୁ ଦାୟୀ କରିବା ପରେ ଅର୍ଜୁ ବିଷ୍ଣୋଇ ନାମକ ଜଣେ ଗ୍ୟାଙ୍ଗଷ୍ଟର ଏକ ଅଡିଓ ମେସେଜ ଜାରି କରି ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା।

ଏହି ଅଡିଓରେ ଅର୍ଜୁ ବିଷ୍ଣୋଇ କହିଛି ଯେ ଏହି ଘଟଣା ପାଇଁ ଶୁଭମ ଲୋନକର, ହରି ବକ୍ସର ଓ ସେ ଦାୟୀ। ସେମାନଙ୍କ ବ୍ୟାପାରରେ ମୁଣ୍ଡ ନଖେଳାଇବା ପାଇଁ ବାରମ୍ବାର ଏହି ଫିଲ୍ମ ନିର୍ମାତାଙ୍କୁ ଚେତାବନୀ ଦିଆଯାଇଥିଲା। ଯାହା ଘଟିଛି, ତାହା କେବଳ ଟ୍ରେଲର ବୋଲି ଏହି ଅଡିଓରେ କୁହାଯାଇଛି। 

Ranveer Singh