Advertisment

ବିରାଟଙ୍କୁ ପଛରେ ପକାଇ ରଣବୀର ଭାରତର ସବୁଠାରୁ ମୂଲ୍ୟବାନ ସେଲେବ୍ରିଟି

୨୦୨୦ ବର୍ଷରେ ବିରାଟଙ୍କ ବ୍ରାଣ୍ଡଭ୍ୟାଲୁ ୨୩୭ ମିଲିୟନ ଡଲାର ରହିଥିଲା। ୨୦୨୧ରେ ଏହା ୧୮୫.୭ ମିଲିୟନ ଡଲାରକୁ ହ୍ରାସ ପାଇଥିଲା।

author-image
Hemant Lenka
Virat

Virat

କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଲେ ଆକ୍ଟର ରଣବୀର ସିଂହ। ୨୦୨୨ ବର୍ଷରେ ରଣବୀର ସିଂହ ଭାରତର ସବୁଠାରୁ ମୂଲ୍ୟବାନ ସେଲେବ୍ରିଟିର ମାନ୍ୟତା ପାଇଛନ୍ତି। କର୍ପୋରେଟ ଇନଭେଷ୍ଟିଗେସନ ଓ ରିସ୍କ କମ୍ପାନୀ କରୋଲ୍ଲ ଏସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ କରିଛି।

Advertisment

“Celebrity Brand Valuation Report 2022: Beyond the Mainstream ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ରଣବୀର ସିଂହଙ୍କ ବ୍ରାଣ୍ଡ ମୂଲ୍ୟ ୨୦୨୨ ବର୍ଷରେ ୧୮୧.୭ ମିଲିୟନ ଡଲାର ରହିଛି। ଏହାର ଅର୍ଥ ସେ କ୍ରମାଗତ ୫ ବର୍ଷ ଧରି ୧ନଂ ସ୍ଥାନରେ ରହି ଆସୁଥିବା ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।

କୋହଲି ଏବେ ଭାରତର ଦ୍ୱିତୀୟ ମୂଲ୍ୟବାନ ସେଲେବ୍ରିଟି। ତାଙ୍କ ବ୍ରାଣ୍ଡ ଭ୍ୟାଲୁର ମୂଲ୍ୟ ୧୭୬.୯ ମିଲିୟନ ଡଲାର ରହିଛି। ବିରାଟଙ୍କ ବ୍ରାଣ୍ଡଭ୍ୟାଲୁ କ୍ରମାଗତ ୨ ବର୍ଷ ହେଲା ହ୍ରାସ ପାଇବାରେ ଲାଗିଛି। ବିଶେଷ କରି ସେ ଭାରତୀୟ ଟିମର କ୍ୟାପ୍ଟେନ୍ସି ଛାଡ଼ିବା ପରେ ମୂଲ୍ୟ ହ୍ରାସ ପାଉଛି। ୨୦୨୦ ବର୍ଷରେ ବିରାଟଙ୍କ ବ୍ରାଣ୍ଡଭ୍ୟାଲୁ ୨୩୭ ମିଲିୟନ ଡଲାର ରହିଥିଲା। ୨୦୨୧ରେ ଏହା ୧୮୫.୭ ମିଲିୟନ ଡଲାରକୁ ହ୍ରାସ ପାଇଥିଲା। ୨୦୨୨ରେ ବିରାଟଙ୍କ ମୂଲ୍ୟ ୧୭୬.୯ ମିଲିୟନ ଡଲାରକୁ ହ୍ରାସ ପାଇଛି।

Advertisment

ତାଲିକାର ତୃତୀୟ ସ୍ଥାନରେ ଅଭିନେତା ଅକ୍ଷୟ କୁମାର ରହିଛନ୍ତି। ତାଙ୍କ ବ୍ରାଣ୍ଡଭ୍ୟାଲୁର ମୂଲ୍ୟ ୧୫୩.୬ ମିଲିୟନ ଡଲାର ଓ ୧୦୨.୯ ମିଲିୟନ ଡଲାର ସହ ଆଲିଆ ଭଟ୍ଟ ୪ର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଆଲିଆ ଭାରତତ ସବୁଠାରୁ ମୂଲ୍ୟବାନ ମହିଳା ସେଲେବ୍ରିଟିର ମାନ୍ୟତା ମଧ୍ୟ ପାଇଛନ୍ତି। ତାଙ୍କ ପଛକୁ ଦୀପିକା ପାଦୁକୋନ ରହିଛନ୍ତି। ତାଙ୍କ ବ୍ରାଣ୍ଡଭ୍ୟାଲୁର ମୂଲ୍ୟ ୮୨.୯ ମିଲିୟନ ଡଲାର।

ଏମାନଙ୍କ ବ୍ୟତୀତ ଟପ ୧୦ରେ ଅମିତାଭ ବଚ୍ଚନ, ହ୍ରିତିକ ରୋଶନ ଓ ଶାହରୁଖ ଖାନ ରହିଛନ୍ତି। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୮୦ ମିଲିୟନ ଡଲାର ସହ ୬ଷ୍ଠ ସ୍ଥାନରେ ଅଛନ୍ତି। ସଚିନ ତେନ୍ଦୁଲକର ଟପ ୧୦ରେ ପ୍ରବେଶ କରିଛନ୍ତି। ୭୩.୬ ମିଲିୟନ ଡଲାର ସହ ତେନ୍ଦୁଲକର ୮ମ ସ୍ଥାନରେ ରହିଛନ୍ତି।

Virat Kohli Ranvir Singh