Advertisment

୧୨ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେଲେ ହନି ସିଂହ

୨୦୨୧ରେ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ।

author-image
Madhupriya Mistry
Honey singh and his Wife

Honey singh and his Wife

ରାପର୍‌ ତଥା ସିଙ୍ଗର ହନି ସିଂହଙ୍କ ଭାଙ୍ଗିଲା ବାହାଘର। ୧୨ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେଲେ ହନି ସିଂହ। ଦୀର୍ଘ ଦିନ ହେବ ନିଜ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ହନି ସିଂହ ଶେଷରେ ନିଜ ପତ୍ନୀ ଶାଳିନୀଙ୍କୁ ଛାଡପତ୍ର ଦେଇଛନ୍ତି। ଏଥିପାଇଁ କୋର୍ଟ ଦମ୍ପତିଙ୍କୁ ମଞ୍ଜୁରୀ ଦେଇଛନ୍ତି।

Advertisment

ଦିଲ୍ଲୀ ସାକେତର ଫ୍ୟାମିଲି କୋର୍ଟରେ ପ୍ରାୟ ଅଢ଼େଇ ବର୍ଷ ଯାଏ ହନି ସିଂହ ଓ ଶାଳିନୀ ତଲଓ୍ୱାରଙ୍କ ଛାଡପତ୍ର ମାମଲା ଚାଲିଥିଲା। ଶେଷରେ ଏବେ ଏହା ଉପରେ ରାୟ ଆସିଛି। ଶାଳିନୀ ହନିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣଇଥିଲେ। ଛାଡପତ୍ରକୁ ଅନୁମୋଦନ କରିବା ପୂର୍ବରୁ କୋର୍ଟ ହନି ସିଂଙ୍କୁ ଶେଷ ଥର ପାଇଁ ପଚାରିଥିଲେ କି ସେ ତାଙ୍କ ପତ୍ନୀଙ୍କ ସହ ରହିବା ଲାଗି ଚେଷ୍ଟା କରିବାକୁ ଚାହୁଁଛନ୍ତି କି? ବର୍ତ୍ତମାନ ଏକାଠି ରହିବାର କୌଣସି ଅର୍ଥ ନାହିଁ ବୋଲି ହନି ସିଂହ ଉତ୍ତର ଦେଇଥିଲେ। ଶାଲିନୀ ମଧ୍ୟ ଏଥିରେ ରାଜି ହୋଇଥିଲେ। ଏହାପରେ କୋର୍ଟ ତରଫରୁ ଉଭୟଙ୍କୁ ଛାଡପତ୍ର ପାଇଁ ମଞ୍ଜୁରୀ ମିଳିଛି।

ବ୍ୟକ୍ତିଗତ ବୁଝାମଣା ସ୍ୱରୂପ ହନି ସିଂହ ପତ୍ନୀ ଶାଲିନୀଙ୍କୁ ଏକ କୋଟି ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ହନି ସିଂହ ରାଜି ହେବା ପରେ ଶାଳିନୀ ତାଙ୍କ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗକୁ ଫେରାଇ ନେଇଛନ୍ତି। ୨୦୧୧ରେ ରାପର୍‌ ତଥା ସିଙ୍ଗର ହନି ସିଂହ ଶାଲିନୀଙ୍କୁ ବିବାହ କରିଥିଲେ। ୧୨ ବର୍ଷ ଯାଏ ଉଭୟ ଏକାଠି ରହିବା ପରେ ଏବେ ଅଲଗା ହୋଇଛନ୍ତି। ସେପ୍ଟେମ୍ବର ୨୦୨୨ରେ ଉଭୟ ଛାଡପତ୍ର ନେଇ କୋର୍ଟରେ ଆବେଦନ କରିଥିଲେ। ଆଜି ଏହି ମାମଲାର ରାୟ ଆସିଛି।

Advertisment

ସୂଚନା ମୁତାବକ, ୨୦୨୧ରେ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ। ହନି ସଂହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ସୋଶାଲ ମିଡିଆରେ ଶାଲିନୀ ଅଭିଯୋଗ କରିଥିଲେ। ଏଥିସହ ହନି ସିଂହ ତାଙ୍କୁ ଧୋକା ଦେବା ସହ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣି ଦିଲ୍ଲୀ ତିସ ହଜାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ସମୟରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ହନି ସିଂହ। ଦୁଇ ଜଣଙ୍କ ମଧ୍ୟରେ ଗତ ୨୦ ବର୍ଷ ଧରି ଭଲ ସମ୍ପର୍କ ଥିବାବେଳେ ପରବର୍ତ୍ତୀ ସମୟରେ ଏଥିରେ ଫାଟ ସୃଷ୍ଟି ହୋଇଥିଲା।

Bollywood News Bollywood Honey Singh Divorce