Advertisment

ରଶ୍ମିକାଙ୍କ ଡିପଫେକ୍ ଭିଡିଓ ଭାଇରାଲ୍ ଘଟଣା, ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ପୁଲିସର ତଦନ୍ତ ଆରମ୍ଭ।

ଅଦ୍ୟତନ ହୋଇଛି
Rashmika Mandanna

Rashmika Mandanna

Advertisment

ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ୍ ଭିଡିଓ ଭାଇରାଲ୍ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ପୁଲିସର ତଦନ୍ତ ଆରମ୍ଭ। ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏ ଉପରେ ତଦନ୍ତ ଆରମ୍ଭ କରିଛି।

Advertisment

ଖବର ଅନୁସାରେ, ରଶ୍ମିକାଙ୍କ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରସ୍ତୁତ ଡିପଫେକ୍ ଭିଡିଓ ଭାଇରାଲ୍ ଘଟଣାରେ ପୁଲିସ ଭାରତୀୟ ଦଣ୍ଡବିଧାନ ସଂହିତା 465 (ଜାଲିଆତି ପାଇଁ ଦଣ୍ଡ) ଏବଂ 469 (ଖ୍ୟାତି ଅର୍ଜନ କରିବା ଉଦ୍ଦେଶ୍ୟରେ ଜାଲିଆତି) ଅଧୀନରେ ମାମଲା ପଞ୍ଜୀକୃତ କରିଛି। ଏହାପୂର୍ବରୁ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ସିଟି ପୁଲିସକୁ ନୋଟିସ ପଠାଇଥିଲା।

କେବଳ ଏତିକି ନୁହେଁ, ରଶ୍ମିକାଙ୍କ ଭାଇରାଲ୍ ଭିଡିଓକୁ ନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶୋସାଲ ମିଡିଆ ପ୍ଲାଟଫର୍ମକୁ ଏକ ପରାମର୍ଶଦାତା ଜାରି କରି ଡିପଫେକକୁ ନିୟନ୍ତ୍ରିତ କରୁଥିବା ଆଇନଗତ ନିୟମାବଳୀ ଏବଂ ଏହି ଟେକ୍ନୋଲୋଜି ବାବଦରେ ସବିଶେଷ ତଥ୍ୟ ଦେଇଥିଲା।

Advertisment

ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ ମଧ୍ୟ ରଶ୍ମିକାଙ୍କ ଫେକ୍ ଭିଡିଓ ମାମଲାରେ ଦିଲ୍ଲୀ ପୁଲିସ ଏଫଆଇଆର ଦାଖଲ କରିଥିବା ନେଇ ଟ୍ୱିଟ୍(ବର୍ତ୍ତମାନର ଏକ୍ସ) ଯୋଗେ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ନିକଟରେ ପୁଷ୍ପା ଫେମ୍ ରଶ୍ମିକାଙ୍କର ଏକ ଏଆଇ ପ୍ରସ୍ତୁତ ଡିପଫେକ୍ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ରଶ୍ମିକାଙ୍କ ଚେହେରାକୁ ବ୍ୟବହାର କରାଯାଇ ଅନ୍ୟ ଏକ ମହିଳାଙ୍କ ଶରୀର ସହ ଏଡିଟ୍ କରାଯାଇଥିଲା। ଭିଡିଓ ଏପରି ପ୍ରସ୍ତୁତ କରାଯାଇଥିଲା, ଯାହା ରଶ୍ମିକାଙ୍କ ପର୍ସନାଲିଟି(ବ୍ୟକ୍ତିତ୍ୱ) ଉପରେ ଆଞ୍ଚ ଆଣିବା ପରି। ଏହି ଭିଡିଓ ଭାଇରାଲ୍ ହେବା ପରେ ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଟେକ୍ନୋଲୋଜିର ଦୂରୁପୋଯୋଗ ଉପରେ ପ୍ରଶ୍ନ ଉଠାଇଥିଲେ। 

Delhi Police Rashmika Mandanna FIR Rashmika Viral Video Deepfake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe