ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକାଙ୍କୁ ଝଟ୍‌କା

ମୁମ୍ବାଇ: ଫ୍ଲପ୍‌ ହେବାକୁ ଲାଗିଛି ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ। ସମଶେରା, ଲାଲ ସିଂହ ଚଡ୍ଡା ଓ ରକ୍ଷା ବନ୍ଧନ ଭଳି ବିଗ୍‌ ବଜେଟ୍‌ ଫିଲ୍ମ ବକ୍ସ ଅଫିସରେ ଧିମେଇ ଯାଇଛି। ଏହାକୁ  ଦେଖି ଆଗକୁ ଆସିବାକୁ ଯାଉଥିବା ବଡ ବଡ ଫିଲ୍ମଗୁଡିକ ଉପରେ ମଧ୍ୟ ବ୍ରେକ୍‌ ଲାଗିଯାଇଛି। ଅନେକ ଫିଲ୍ମ ନିର୍ମାତା ଭୟଭୀତ ହୋଇପଡିଛନ୍ତି। ଏଥିରେ ପୁଷ୍ପା ଫେମ୍‌ ରଶ୍ମୀକା ମନ୍ଦନାଙ୍କ ଫିଲ୍ମ ମଧ୍ୟ ସାମିଲ ଅଛି। ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକା ମନ୍ଦନାଙ୍କୁ […]

Rashmika

Madhupriya Mistry
  • Published: Wednesday, 24 August 2022
  • , Updated: 24 August 2022, 03:18 PM IST

ମୁମ୍ବାଇ: ଫ୍ଲପ୍‌ ହେବାକୁ ଲାଗିଛି ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ। ସମଶେରା, ଲାଲ ସିଂହ ଚଡ୍ଡା ଓ ରକ୍ଷା ବନ୍ଧନ ଭଳି ବିଗ୍‌ ବଜେଟ୍‌ ଫିଲ୍ମ ବକ୍ସ ଅଫିସରେ ଧିମେଇ ଯାଇଛି। ଏହାକୁ  ଦେଖି ଆଗକୁ ଆସିବାକୁ ଯାଉଥିବା ବଡ ବଡ ଫିଲ୍ମଗୁଡିକ ଉପରେ ମଧ୍ୟ ବ୍ରେକ୍‌ ଲାଗିଯାଇଛି। ଅନେକ ଫିଲ୍ମ ନିର୍ମାତା ଭୟଭୀତ ହୋଇପଡିଛନ୍ତି। ଏଥିରେ ପୁଷ୍ପା ଫେମ୍‌ ରଶ୍ମୀକା ମନ୍ଦନାଙ୍କ ଫିଲ୍ମ ମଧ୍ୟ ସାମିଲ ଅଛି।

ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକା ମନ୍ଦନାଙ୍କୁ ଲାଗିଛି ଝଟ୍‌କା। ଫିଲ୍ମ ରିଲିଜ ପୂର୍ବରୁ ତା'ଉପରେ ଲାଗିଛି ବ୍ରେକ୍‌। ନିକଟରେ କରଣ ଜୋହରଙ୍କ ପ୍ରଡକ୍ସନରେ ହାଉସର ଫିଲ୍ମ 'ସ୍କ୍ରୁ ଢ଼ିଲା'ର ଟିଜର ରିଲିଜ ହୋଇଥିଲା। ଏଥିରେ ଟାଇଗର ସ୍ରଫଙ୍କ ଅପୋଜିଟ୍‌ରେ ରଶ୍ମୀକା ମନ୍ଦନା ଅଛନ୍ତି। ଫିଲ୍ମଟି ଚଳିତ ବର୍ଷ ରିଲିଜ ହେବ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ବୟକଟ୍‌ ଟ୍ରେଣ୍ଡ ଓ ବଡ ବଡ ଫିଲ୍ମ ଫ୍ଲପ୍‌ ହେବା ପରେ ଏହାର ରିଲିଜ ଉପରେ ରୋକ୍‌ ଲାଗିଛି।  ଆସନ୍ତା ଏକ ବର୍ଷ ପାଇଁ ଏହି ଫିଲ୍ମର ସୁଟିଂକୁ ମଧ୍ୟ ବନ୍ଦ କରାଯାଇଛି।

ରିପୋର୍ଟ ମୁତାବକ, ଏହି ଫିଲ୍ମ ବ୍ୟତୀତ ରଶ୍ମୀକାଙ୍କ ହାତରେ ଆହୁରି ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ 'ମିଶନ ମଜନୁ', ରଣବୀର କପୁରଙ୍କ ସହ 'ଆନିମଲ୍‌' ଓ ଅମିତାଭ ବଚ୍ଚନଙ୍କ ସହ 'ଗୁଡବୟ' ଭଳି ଫିଲ୍ମ ତାଙ୍କ ହାତରେ ଅଛନ୍ତି।  କିନ୍ତୁ ବର୍ତ୍ତମାନ 'ସ୍କ୍ରୁ ଢ଼ିଲା' ଫିଲ୍ମର ନାଁ ଏହି ତାଲିକାରୁ ଦୂରେଇ ଯାଇଛି।

ବଲିଉଡର ଆକ୍ସନ୍ ଷ୍ଟାର୍ ଟାଇଗର ସ୍ରଫ୍ ଏବଂ ନ୍ୟାସନାଲ କ୍ରସ୍‌ ରଶ୍ମିକା ମନ୍ଦନାଙ୍କୁ ଏକାଠି ଦେଖିବାକୁ ପ୍ରଶଂସକଙ୍କ ଇଚ୍ଛା ବର୍ତ୍ତମାନ ପୂରଣ ହୋଇପାରିବ ନାହିଁ। ଫିଲ୍ମ ବିଳମ୍ବ ହେବାର କାରଣ ଏକ ତାରିଖ ବୋଲି କୁହାଯାଉଛି। ଧର୍ମ ପ୍ରଡକ୍ସନ୍ସ ଫିଲ୍ମ ଟାଇଗରଙ୍କ ସହିତ ଅନ୍ୟ ଏକ ଫିଲ୍ମରେ କାମ କରୁଛି ବୋଲି କୁହାଯାଉଛି।

https://youtu.be/MomAhAv-UbQ

Related story