Advertisment

ଅଳ୍ପକେ ବର୍ତ୍ତିଲେ ରଶ୍ମୀକା, ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ବିମାନ

ରଶ୍ମୀକା ମନ୍ଦନା ଏୟାର ବିସ୍ତାରା ବିମାନ ଯୋଗେ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲେ।

ଅଦ୍ୟତନ ହୋଇଛି
Rashmika-Mandanna

Rashmika-Mandanna

Advertisment

ଅଳ୍ପକେ ବର୍ତ୍ତିଲେ 'ଆନିମଲ' ଅଭିନେତ୍ରୀ ତଥା 'ପୁଷ୍ପା' ଫେମ୍‌ ରଶ୍ମୀକା ମନ୍ଦନା। ମୃତ୍ୟୁ ମୁଖରୁ ସେ ଅଳ୍ପକେ ବର୍ତ୍ତିଛନ୍ତି। ଟେକ୍‌ନିକାଲ ତ୍ରୁଟି ଯୋଗୁ ତାଙ୍କ ବିମାନକୁ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଛି। ଏନେଇ ସେ ଖୋଦ୍‌ ସୂଚନା ଦେଇଛନ୍ତି।

Advertisment
Rashmikaଅଭିନେତ୍ରୀ ଶ୍ରଦ୍ଧା ଦାସଙ୍କ ସହ ରଶ୍ମୀକା

ସୂଚନା ମୁତାବକ, ନିକଟରେ ରଶ୍ମୀକା ମନ୍ଦନା ଏୟାର ବିସ୍ତାରା ବିମାନ ଯୋଗେ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲେ। ତେବେ ଟେକ୍‌ ଅଫ୍‌ କରିବାର ୩୦ ମିନିଟ୍‌ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିଥିଲା। ଏହାପରେ ପାଇଲଟ ତୁରନ୍ତ ବିମାନଟିକୁ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଇଥିଲେ। ଏହାକୁ ନେଇ ଭୟଭୀତ ହୋଇପଡିଥିଲେ ରଶ୍ମୀକା। ଏହି ଫ୍ଲାଇଟ୍‌ରେ ତାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା ଦାସ ମଧ୍ୟ ଥିଲେ। 

ବିମାନର ଜରୁରୀ ଅବତରଣ ସମୟରେ ରଶ୍ମୀକା ମନ୍ଦନା ଅନୁଭବ କରିଥିଲେ ଯେ ସେ ଆଉ ବଞ୍ଚିବେ ନାହିଁ। ସୋଶାଲ ମିଡିଆ ପୋଷ୍ଟରେ ସେୟାର କରି ମୃତ୍ୟୁର ଅନୁଭବକୁ ତାଙ୍କ ପ୍ରଶଂସକଙ୍କ ସହ ବଖାଣିଛନ୍ତି ରଶ୍ମୀକା ମନ୍ଦନା। ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୂରା ଘଟଣାକୁ ବଖାଣିଛନ୍ତି ଅଭିନେତ୍ରୀ। ସେ ଅଭିନେତ୍ରୀ ଶ୍ରଦ୍ଧା ଦାସଙ୍କ ସହ ଏକ ସେଲ୍ଫି ପୋଷ୍ଟ କରିଛନ୍ତି। ଏହାର କ୍ୟାପସନରେ ଲେଖିଛନ୍ତି, 'କେବଳ ଆପଣଙ୍କ ସୂଚନା ପାଇଁ, ଆଜି ମୁଁ ମୃତ୍ୟୁ ମୁଖରୁ ବର୍ତ୍ତିଛି...।'

Advertisment

ଉଭୟ ଅଭିନେତ୍ରୀଙ୍କ ସମେତ ଯାତ୍ରୀମାନଙ୍କୁ ସୁରକ୍ଷା କାରଣରୁ ମୁମ୍ବାଇ ଫେରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଅତ୍ୟଧିକ ଭୟର ବାତାବରଣ ଦେଇ ଗତି କରିବାକୁ ପଡ଼ିଲା। ବିମାନରେ ଥିବା ଲୋକମାନେ ଭୟ କରୁଥିଲେ ଯେ ଜରୁରୀକାଳୀନ ଅବତରଣ ସମୟରେ ବିମାନଟି କିଛି ଦୁର୍ଘଟଣାର ସମ୍ମୁଖୀନ ହୋଇପାରେ। ତଥାପି, ଏହିପରି କିଛି ଘଟିଲା ନାହିଁ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଥିବା ବିମାନ କର୍ତ୍ତୃପକ୍ଷ କହିଛନ୍ତି।

ରଶ୍ମୀକା ମନ୍ଦନା ତାଙ୍କ ବହୁପ୍ରତିକ୍ଷିତ ଫିଲ୍ମ 'ପୁଷ୍ପା-୨ ଦ ରୁଲ୍‌'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅଲ୍ଲୁ ଅର୍ଜୁନଙ୍କ ଅପୋଜିଟ୍‌ରେ ନଜର ଆସିବେ। ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'ପୁଷ୍ପା: ଦ ରାଇଜ' ୨୦୨୧ରେ ରିଲିଜ ହୋଇଥିଲା। ସେତେବେଳେ ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ବ୍ଲକବଷ୍ଟର ହିଟ୍‌ ହୋଇଥିଲା ଏହି ଫିଲ୍ମ। 

Emergency Landing Rashmika Mandana Vistara Airlines Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe