ଜେଲରେ ସ୍ୱାମୀ, ଏବେ ପତ୍ନୀ ଶିଳ୍ପା ଓ ଶାଶୁଙ୍କ ପାଳି!

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପିଛା ଛାଡୁନି ଅଡୁଆ। ଅଶ୍ଲୀଳ ଫିଲ୍ମ ମାମଲାରେ ଗରିଫ ହୋଇ ସ୍ୱାମୀ ରାଜ କୁନ୍ଦ୍ରା ଜେଲ୍‌କୁ ଯିବା ପରେ ତାଙ୍କର ବଢ଼ି ଚାଲିଛି ବିବାଦ। ତାଙ୍କ କଳା କାରବାରର ଗୋଟିଏ ପରେ ଗେଟିଏ ଗୁମର ଫିଟୁଛି। ରାଜ କୁନ୍ଦ୍ରାଙ୍କ ପରେ ଏବେ ଶିଳ୍ପା ଏବଂ ତାଙ୍କ ମା’ଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ। ଓ୍ୱେଲନେସ୍‌ ସେଣ୍ଟର […]

Shilpa and his mother

Madhupriya Mistry
  • Published: Monday, 09 August 2021
  • , Updated: 09 August 2021, 04:29 PM IST

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପିଛା ଛାଡୁନି ଅଡୁଆ। ଅଶ୍ଲୀଳ ଫିଲ୍ମ ମାମଲାରେ ଗରିଫ ହୋଇ ସ୍ୱାମୀ ରାଜ କୁନ୍ଦ୍ରା ଜେଲ୍‌କୁ ଯିବା ପରେ ତାଙ୍କର ବଢ଼ି ଚାଲିଛି ବିବାଦ। ତାଙ୍କ କଳା କାରବାରର ଗୋଟିଏ ପରେ ଗେଟିଏ ଗୁମର ଫିଟୁଛି। ରାଜ କୁନ୍ଦ୍ରାଙ୍କ ପରେ ଏବେ ଶିଳ୍ପା ଏବଂ ତାଙ୍କ ମା'ଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ।

ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ମା' ସୁନନ୍ଦା ସେଟ୍ଟୀଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ। ଓ୍ୱେଲନେସ୍‌ ସେଣ୍ଟର ଖୋଲିବାକୁ କହି ଦୁହେଁ କୋଟି କୋଟି ଟଙ୍କାର ଠକେଇ କରିଥିବା କୁହାଯାଇଛି। ଏନେଇ ଲକ୍ଷ୍ନୌର ହଜରତଗଞ୍ଜ ଏବଂ ବିଭୂତି ଖଣ୍ଡ ଥାନାରେ ଦୁଇଟି ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶିଳ୍ପା ସେଟ୍ଟୀ ଆୟୋସିସ୍‌ ୱେଲନେସ୍‌ ନାଁରେ ଏକ ଫିଟ୍‌ନେସ୍‌ ସଂସ୍ଥା ଚଳାଉଛନ୍ତି। ଏହି କମ୍ପାନୀର ଅଧ୍ୟକ୍ଷ ଶିଳ୍ପା ସେଟ୍ଟୀ ଅଛନ୍ତି ଓ ତାଙ୍କ ମା' ସୁନନ୍ଦା ଅଛନ୍ତି ନିର୍ଦ୍ଦେଶକ। ଶିଳ୍ପା ଏବଂ ତାଙ୍କ ମା' ୱେଲନେସ୍‌ ସେଣ୍ଟର ଖୋଲିବାକୁ କହି ଦୁଇ ଜଣଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିଲେ କିନ୍ତୁ ପରେ ପ୍ରତିଶ୍ରୁତ ପୂରଣ କରିନଥିବା ଅଭିଯୋଗ ହୋଇଛି। ଏନେଇ ଜ୍ୟୋତ୍ସ୍ନା ଚୌହାନ ନାମକ ଜଣେ ମହିଳା ଏବଂ ରୋହିତ ବୀର ସିଂ ନାମକ ଜଣେ ବ୍ୟକ୍ତି ଥାନାରେ ଲିଖିତ ରୂପେ ଦୁହିଁଙ୍କ ନାଁରେ ଠକେଇ ମାମଲା ରୁଜୁ କରିଛନ୍ତି।

ଏହି ମାମଲାରେ ଏବେ ପୁଲିସ ଜୋରଦାର ଯାଂଚ ଆରମ୍ଭ କରିଛି। ପଚରାଉଚରା ପାଇଁ ପୁଲିସ ଶିଳ୍ପା ଏବଂ ତାଙ୍କ ମା'ଙ୍କୁ ନୋଟିସ ପଠାଇଛି। କୁହାଯାଉଛି ଯେ, ଶିଳ୍ପା ଏବଂ ତାଙ୍କ ମା' ସୁନନ୍ଦାଙ୍କୁ ପଚରାଉଚରା ପାଇଁ ଲକ୍ଷ୍ନୌ ପୁଲିସର ଏକ ଟିମ୍‌ ମୁମ୍ବାଇ ଯାଇପାରେ।

Related story