Advertisment

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ଅଭିଯୋଗ, ମଦ ପିଇ ମହିଳାଙ୍କୁ କରିଛନ୍ତି ଆକ୍ରମଣ

ରବିନା ଏବଂ ତାଙ୍କ ଡ୍ରାଇଭରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ସୋଶାଲ ମିଡ଼ିଆରେ ଘଟଣା ସମୟର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି।

author-image
Debibandita Barick
Raveena Tandon

Raveena Tandon

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ରାସ୍ତାରେ ଜଣେ ମହିଳା ଏବଂ ତାଙ୍କ ପରିବାରବର୍ଗଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ରବିନା ଏବଂ ତାଙ୍କ ଡ୍ରାଇଭରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ସୋଶାଲ ମିଡ଼ିଆରେ ଘଟଣା ସମୟର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି।

Advertisment

ମହିଳାଙ୍କ ପୁଅ ମହମ୍ମଦ ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ ରବିନା ଟଣ୍ଡନ ମଦ୍ୟପାନ କରି ତାଙ୍କ ମାଆ ଏବଂ ଭାଣିଜିଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ରବିନାଙ୍କ କାର୍ ତାଙ୍କ ମାଆଙ୍କୁ ଧକ୍କା ଦେଇଥିଲା। ସେ ଏହାର ପ୍ରତିବାଦ କରିବାରୁ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ଗାଳି-ଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏଥିରେ ରବିନ ଟଣ୍ଡନ ସାମିଲ ଥିବାବେଳେ ତାଙ୍କ ମାଆ ଓ ଭାଣିଜିଙ୍କ ମୁଣ୍ଡ ଫାଟି ଯାଇଥିବା ସେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ପୁଅ ଆହୁରି ଅଭିଯୋଗ କରିଛନ୍ତି ଯେ, ରବିନାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ ସେମାନଙ୍କ କଥା ଶୁଣୁନାହିଁ। ସେମାନେ 4 ଘଣ୍ଟା ହେବ ପୁଲିସ ଷ୍ଟେସନରେ ରହିଛନ୍ତି। ଏହି ଘଟଣା ବାନ୍ଦ୍ରା ସ୍ଥିତ ରିଜଭି ଆଇନ ମହାବିଦ୍ୟାଳୟ ନିକଟରେ ଘଟିଥିବା କୁହାଯାଉଛି।

Advertisment

ଅନ୍ୟପକ୍ଷରେ ଭାଇରାଲ ଭିଡିଓରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳୁଛି। ରବିନା ଲୋକଙ୍କୁ ଗହଳି ନ କରିବା ସହ ତାଙ୍କ କଥା ଶୁଣିବାକୁ ଅନୁରୋଧ କରୁଥିବା ଶୁଣିବାକୁ ମିଳୁଛି। ଏଥିସହ ତାଙ୍କ ଡ୍ରାଇଭରଙ୍କୁ କୌଣସି ପ୍ରକାର କ୍ଷତି ନ ପହଞ୍ଚାଇବା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତି। ଏହି ସମୟରେ ଜଣେ ମହିଳା ମୋତେ ମାଡ଼ ମାରି ନାକ ଫଟାଛ ବୋଲି ରବିନାଙ୍କୁ କହୁଛନ୍ତି। 

ମହିଳାଙ୍କ ପୁଅ ମଧ୍ୟ ରବିନାଙ୍କୁ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା ସହ ତାଙ୍କୁ ମାର ବୋଲି କହୁଥିବା ଶୁଣିବାକୁ ମିଳୁଛି। ଭିଡିଓରେ ମଧ୍ୟ କିଛି ଲୋକ ରବିନାଙ୍କୁ ଟଣା-ଓଟରା କରୁଥିବା ଦେଖିବାକୁ ମିଳୁଛି। ତେବେ ଥାନାରେ ଏନେଇ ଅଭିଯୋଗ ହୋଇଥିବା ବେଳେ ମାମଲା କେଉଁ ଦିଗ ନେଉଛି ସେ ଉପରେ ସମସ୍ତଙ୍କ ନଜର। 

Raveena Tandon Allegation Against Raveena Tandon