Rekha
ମୁମ୍ବାଇ: ବଲିଉଡର ଉମ୍ରାଓ ଯାନ ଓରଫ୍ ଏଭର ଗ୍ରୀନ୍ ଅଭିନେତ୍ରୀ ରେଖା । ଆଜି ତାଙ୍କ ୬୮ତମ ଜନ୍ମ ଦିବସ। ରେଖା ଏଭଳି ଜଣେ ଅଭିନେତ୍ରୀ ଯାହାଙ୍କ ପାଇଁ ଆଜି ବି ଅନେକ ଦିୱାନା ଅଛନ୍ତି । ଆଜି ବି ନିଜର ଅପରୂପ ସୁନ୍ଦରତା ବଳରେ ସେ ବି-ଟାଉନ୍ର ଅନେକ ଯୁବ ଅଭିନେତ୍ରୀଙ୍କୁ ମାତ୍ ଦିଅନ୍ତି । ତାଙ୍କ ସୌନ୍ଦର୍ଯ୍ୟ ଆଗରେ ସବୁ ଫିକା।
/odisha-reporter/media/post_attachments/aajtak/styles/medium_crop_simple/public/images/story/202210/screenshot-2022-10-10-104102.jpg)
ରେଖା ସୁନ୍ଦରତାରେ ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରନ୍ତି। ଏହି ଅଭିନେତ୍ରୀଙ୍କ ସମ୍ପୂର୍ଣ୍ଣ ନାମ ଭାନୁରେଖା ଗଣେସନ। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରେଖା ନାଁରେ ସେ ବେଶ୍ ଜଣାଶୁଣା । ୧୦ ଅକ୍ଟୋବର ୧୯୫୪ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ। ରେଖାଙ୍କ ବାପା ଜେମିନି ଗଣେଶନ୍ ଜଣେ ତାମିଲ ଅଭିନେତା ଥିବା ବେଳେ ମା’ ପୁଷ୍ପାଭାଲୀ ଜଣେ ତେଲୁଗୁ ଅଭିନେତ୍ରୀ ଥିଲେ। ସେଜେମିନି ଗଣେଶନ୍ ୪ଜଣଙ୍କୁ ବିବାହ କରିଥିଲେ । ତାଙ୍କୀ ୮ଟି ସନ୍ତାନ ମଧ୍ୟରୁ ରେଖା ଅନ୍ୟତମ । ଭାଇ-ଭଉଣୀଙ୍କ ସହ ରେଖଙ୍କ ସମ୍ପର୍କ ବଶେ୍ ମଜଭୁତ । ପିଲାଦିନରୁ ରେଖା ଅଭିନୟ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ। ରେଖା ୧୫ ବର୍ଷ ବୟସରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।
/odisha-reporter/media/post_attachments/aajtak/styles/medium_crop_simple/public/images/story/202210/gemini.jpg)
ରେଖାଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ରହସ୍ୟମୟ। କୁହାଯାଉଛି ଯେ ସେ ତାଙ୍କ ସାଥୀ କଳାକାର ବିନୋଦ ମେହେରାଙ୍କୁ ବିବାହ କରିଥିଲେ କିନ୍ତୁ ବିନୋଦଙ୍କ ମା ଏହି ସମ୍ପର୍କକୁ ଗ୍ରହଣ କରିନଥିଲେ। ପରେ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ନାଁ ଯୋଡି ହୋଇଥିଲା। ଏକ ସୁଟିଂ ସେଟ୍ରେ ଅମିତାଭ ଓ ରେଖାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ବି-ଟାଉନ୍ରେ ଚର୍ଚ୍ଚା ହୋଇଥିଲା
। ତେବେ ପ୍ରକୃତ ସତ କ’ଣ ତାହା ଆଜିବି ରହସ୍ୟମୟ।
ପରେ ରେଖା ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ମୁକେଶ ମାନସିକ ସ୍ତରରେ ସୁସ୍ଥ ନଥିଲେ। ସେ ଅନେକ ସମୟରେ ରେଖାଙ୍କୁ ହଇରାଣ କରୁଥିଲେ। ୧୯୯୦ରେ, ମୁକେଶ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ।
ରେଖା ୧୮୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ୮୦ରୁ ୯୦ ଦଶକରେ ରେଖା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବଡ ଷ୍ଟାର୍ ଅଭିନେତ୍ରୀ ଥିଲେ। ଆଜି ବି ରେଖାଙ୍କ ଜଲୱା ବି-ଟାଉନରେ କାଏମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/Rekha.jpg)