Advertisment

ବାୟୋଗ୍ରାଫିରେ ଖୁଲାସା, ମହିଳା ସେକ୍ରେଟେରୀଙ୍କ ସହ ଲିଭ୍-ଇନରେ ରହୁଛନ୍ତି ରେଖା

ମହିଳା ସେକ୍ରେଟେରୀଙ୍କ ସହ ଲିଭ-ଇନରେ ରହୁଛନ୍ତି ରେଖା। ରେଖାଙ୍କ ବାୟୋଗ୍ରାଫି ରେଖା: ଦ ଅନଟୋଲ୍ଡ ଷ୍ଟୋରୀରେ ଏହି ଦାବି କରାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Rekha Is In Live-In Relationship With Her Secretary

Rekha Is In Live-In Relationship With Her Secretary

ବଲିଉଡର ସୁନ୍ଦରୀ ଏବଂ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରେଖା। ତାଙ୍କର ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ରହିଛି। ଏହା ବ୍ୟତୀତ ସେ ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ୍ ପାଇଁ ମଧ୍ୟ ବେଶ୍ ଜଣାଶୁଣା। କିନ୍ତୁ, ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ବିବାଦରେ ରହିଆସିଛନ୍ତି। ପ୍ରେମରୁ ନେଇ ବିବାହ ପର୍ଯ୍ୟନ୍ତ... ରେଖାଙ୍କ ଜୀବନରେ ଅନେକ ରହସ୍ୟ ରହିଛି। ଅମିତାଭ ବଚ୍ଚନଙ୍କ ସହ ତାଙ୍କ ରିଲେସନସିପକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଏବେ ରେଖାଙ୍କର ଆଉ ଏକ ବିବାଦୀୟ ଷ୍ଟୋରୀକୁ ନେଇ ହେଉଛି ଚର୍ଚ୍ଚା।

Advertisment
Rekha  With Her Secretaryରେଖାଙ୍କ ସହ ତାଙ୍କ ସେକ୍ରେଟେରୀ

`ରେଖା: ଦ ଅନଟୋଲ୍ଡ ଷ୍ଟୋରୀ'ରେ କରାଯାଇଥିବା ଦାବି ଅନୁସାରେ ରେଖାଙ୍କର ତାଙ୍କ ସେକ୍ରେଟେରୀ ଫରଜାନାଙ୍କ ସହ ଅତି ନିବିଡ଼ ସମ୍ପର୍କ ରହିଛି।  ଏହି ବାୟୋଗ୍ରାଫିକୁ ୟାସିର ଉସମାନ ଲେଖିଛନ୍ତି। ସେ ଲେଖିଛନ୍ତି, ରେଖା ତାଙ୍କ ମହିଳା ସଚିବଙ୍କ ସହ ଲିଭ୍-ଇନରେ ରହନ୍ତି। ରେଖାଙ୍କ ସଚିବଙ୍କ ନାମ ଫରଜାନା, ଯିଏ ରେଖାଙ୍କ ସହ ଛାଇ ପରି ସବୁବେଳେ ରହନ୍ତି। ପ୍ରତ୍ୟେକ ଇଭେଣ୍ଟ, ପାର୍ଟୀ ଏବଂ ପ୍ରୋଗ୍ରାମରେ ଅଭିନେତ୍ରୀଙ୍କ ସହ ଫରଜାନାଙ୍କୁ ଦେଖିବାକୁ ମିଳିଥାଏ।

Rekha  With Her Secretaryରେଖା ଓ ଫରଜାନା

ୟାସିର ଉସମାନଙ୍କ ପୁସ୍ତକରେ ଆହୁରି ଦାବି କରାଯାଇଛି ଯେ, କେବଳ ଫରଜାନାଙ୍କୁ ହିଁ ରେଖାଙ୍କ ଶୋଇବା ଘରକୁ ପ୍ରବେଶ ଅନୁମତି ମିଳିଛି।  ଫରଜାନା ପୂର୍ବରୁ ରେଖାଙ୍କ ହେୟାର ଡ୍ରେସର ଥିଲେ। ଏହି କାମ ପାଇଁ ସେ ଅଭିନେତ୍ରୀଙ୍କ ସହ ଜଡିତ ଥିଲେ, କିନ୍ତୁ ଧୀରେ ଧୀରେ ସେମାନଙ୍କ ସମ୍ପର୍କ ଗଭୀର ହୋଇଥିଲା। ଏହା ପରେ ରେଖା ତାଙ୍କୁ ସେକ୍ରେଟେରୀ କରିଥିଲେ। 

Advertisment
Rekha  And Farzanaସଚିବ ଫରଜାନାଙ୍କ ସହ ରେଖା

କୁହାଯାଏ ଯେ, ଯଦି କେହି ରେଖାଙ୍କୁ ଭେଟିବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରଥମେ ଫରଜାନାଙ୍କଠାରୁ ଅନୁମତି ନେବାକୁ ପଡେ। ରେଖା ଏବଂ ଫରଜାନାଙ୍କ ସମ୍ପର୍କକୁ ନେଇ ଅନେକ ଥର ପ୍ରଶ୍ନ କରାଯାଇଛି। ଏବେ ରେଖା ଅଭିନୟଠାରୁ ଦୂରରେ, କିନ୍ତୁ ଅନେକ ରିଆଲିଟି ଶୋ' ଏବଂ ପାର୍ଟିରେ ତାଙ୍କୁ ଦେଖିବାକୁ ମିଳେ। 

Rekha The Untold Story Rekha Biography Rekha Secretary News Rekha Relationship Rekha