ସ୍ଥଗିତ ହେଲା ଫରହାନ୍ ଅଖତରଙ୍କ ଫିଲ୍ମ ‘ତୁଫାନ୍‌’ ରିଲିଜ୍ ତାରିଖ

ମୁମ୍ବାଇ: ସାରା ଦେଶର କରୋନା ମହାମାରୀର ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଫରହାନ୍ ଅଖତରଙ୍କ ଅଭୀନିତ ‘ତୁଫାନ୍‌’ ଫିଲ୍ମର ରିଲିଜକୁ ସ୍ଥଗିତ କରାଯାଇଛି। ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଓ ଆରଓଏମପି ପିକଚର୍ସ ଏ ନେଇ ସୂଚନା ଦେଇଛି । ରିତେଶ ସିଦ୍ଧୱାନୀ, ରାକେଶ ଓମପ୍ରକାଶ ମେହରା ଓ ଫରହାନ୍ ଅଖତରଙ୍କ ଦ୍ୱାରା ନିର୍ମିତ ଏହି କ୍ରୀଡ଼ାଭିତ୍ତିକ ଡ୍ରାମ୍ ଫିଲ୍ମ ‘ତୁଫାନ’ର ରିଲିଜ୍ ଆମାଜନ ପ୍ରାଇମରେ ହେବାର ଥିଲା । କିନ୍ତୁ ଏବେ […]

Toofan

Ranjit Kumar Jena
  • Published: Monday, 03 May 2021
  • , Updated: 03 May 2021, 08:19 PM IST

ମୁମ୍ବାଇ: ସାରା ଦେଶର କରୋନା ମହାମାରୀର ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଫରହାନ୍ ଅଖତରଙ୍କ ଅଭୀନିତ ‘ତୁଫାନ୍‌’ ଫିଲ୍ମର ରିଲିଜକୁ ସ୍ଥଗିତ କରାଯାଇଛି। ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଓ ଆରଓଏମପି ପିକଚର୍ସ ଏ ନେଇ ସୂଚନା ଦେଇଛି ।

ରିତେଶ ସିଦ୍ଧୱାନୀ, ରାକେଶ ଓମପ୍ରକାଶ ମେହରା ଓ ଫରହାନ୍ ଅଖତରଙ୍କ ଦ୍ୱାରା ନିର୍ମିତ ଏହି କ୍ରୀଡ଼ାଭିତ୍ତିକ ଡ୍ରାମ୍ ଫିଲ୍ମ ‘ତୁଫାନ’ର ରିଲିଜ୍ ଆମାଜନ ପ୍ରାଇମରେ ହେବାର ଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ ଓ ସୁରକ୍ଷା କାରଣରୁ ଏହାକୁ ସ୍ଥଗିତ କରାଯାଇଛି । ଯେପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣକୁ ନଆସିଛି, ସେ ଯାଏ ଫିଲ୍ମକୁ ରିଲିଜ୍ କରାଯିବ ନାହିଁ ।

https://twitter.com/FarOutAkhtar/status/1389190928372408326?s=20

ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଓ ଆରଓଏମପି ପିକଚର୍ସ ଆଜି ତା’ର ଅଫିସିଆଲ୍ ସୋଶାଲ ମିଡିଆରେ ଜରିଆରେ ସମସ୍ତଙ୍କୁ ଘରେ ରହିବା ସହ ସୁରକ୍ଷିତ ରହିବାକୁ ଅନୁରୋଧ କରିଛି । ଗୋଟିଏ ପଟେ ସାରା ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି। ଏଭଳି ସ୍ଥିତିରେ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଓ ଆରଓଏମପି ପିକଚର୍ସ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ।

Related story