Advertisment

ପରେଶ ରାଓ୍ୱଲଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ବଙ୍ଗାଳିମାନଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଫସିଥିଲେ ପରେଶ୍‌।

Paresh Rawal

Paresh Rawal

Advertisment

ବଲିଉଡର ବର୍ଷିଆନ୍ ଅଭିନେତା ପରେଶ ରାଓ୍ୱଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତାଙ୍କୁ କୋଲକାତା ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବଙ୍ଗୀୟମାନଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ଆଧାର କରି ତାଙ୍କ ବିରୋଧରେ କୋଲକାତା ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ଏବେ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି।

Advertisment

ହାଇକୋର୍ଟ ବିଚାରପତି ମନ୍ଥା ଏହି ମାମଲାର ଶୁଣାଣି କରି କହିଛନ୍ତି, ପରେଶ ରାଓ୍ୱଲ ଟ୍ୱିଟ୍‌ ଜରିଆରେ କ୍ଷମା ମାଗିଛନ୍ତି। ତେଣୁ କୋର୍ଟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ଯାଞ୍ଚ ଉପରେ ମଧ୍ୟ ରୋକ୍‌ ଲଗାଇ ଦିଆଯାଇଛି।

ମାକପାର ରାଜ୍ୟ ସଚିବ ମହମ୍ମଦ ସଲିମଙ୍କ ଅଭିଯୋଗ ଆଧାରରେ ପୁଲିସ ପରେଶ ରାଓ୍ୱଲଙ୍କ ବିରୋଧରେ ପ୍ରଥମିକ ମାମଲା ରୁଜୁ କରିବା ସହ ତାଙ୍କୁ ପୁଲିସ ଷ୍ଟେସନରେ ହାଜର ହେବାକୁ ନୋଟିସ ପଠାଇଥିଲା। ତେବେ କୋଲକାତାର ତଲତଲା ଥାନରେ ହାଜର ହେବାକୁ ପରେଶ ମନା କରିଦେଇଥିଲେ। ଏହାପରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି ଆଜି କୋର୍ଟ କରିଛନ୍ତି।

Advertisment

୨୦୨୨ ଗୁଜରାଟ ନିର୍ବାଚନ ପ୍ରଚାର ବେଳେ ବିଜେପି ପାଇଁ ପରେଶ ରାଓ୍ୱଲ ପ୍ରଚାର କରି ବିବାଦୀୟ ବୟାନ ଦେଇଥିଲେ। ସେ ବଙ୍ଗାଳିମାନଙ୍କ ମାଛ ଓ ଚାଉଳ ପ୍ରଥାକୁ ନେଇ ଟିପ୍ପଣୀ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ତାଙ୍କୁ ଚାରିଆଡୁ ବିରୋଧୀମାନେ ଟାର୍ଗେଟ୍‌ କରିଥିଲେ।

Bollywood News Paresh Rawal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe