ପୁଣି ରାମୁଙ୍କ ଫିଲ୍ମରେ ଓଡ଼ିଶା ଝିଅ ଅପସରା ରାଣୀ, ରିଲିଜ୍ ହେଲା ଟ୍ରେଲର୍

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ନିଜର ଫିଲ୍ମ ଓ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ରାମ ଗୋପାଳ ବର୍ମା ନିଜର ପ୍ରଥମ ଲେସବିଆନ୍ କ୍ରାଇମ୍ ଡ୍ରାମା ଫିଲ୍ମ ‘ଡେଞ୍ଜରସ୍‌’ ପରଦା ଉପରକୁ ଆଣିବାକୁ ଯାଉଛନ୍ତି । ଏହି ଫିଲ୍ମରେ ପୁଣିଥରେ ଓଡ଼ିଶା ଝିଅ ଅପସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାକୁ ନେଇଛନ୍ତି । ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି ଏବଂ ନାଁ ଅନୁସାରେ ଫିଲ୍ମଟି ମଧ୍ୟ ବହୁତ ଡେଞ୍ଜରସ୍ […]

dangerous

dangerous

Ranjit Kumar Jena
  • Published: Monday, 17 May 2021
  • Updated: 17 May 2021, 09:15 PM IST

Sports

Latest News

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ନିଜର ଫିଲ୍ମ ଓ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ରାମ ଗୋପାଳ ବର୍ମା ନିଜର ପ୍ରଥମ ଲେସବିଆନ୍ କ୍ରାଇମ୍ ଡ୍ରାମା ଫିଲ୍ମ ‘ଡେଞ୍ଜରସ୍‌’ ପରଦା ଉପରକୁ ଆଣିବାକୁ ଯାଉଛନ୍ତି । ଏହି ଫିଲ୍ମରେ ପୁଣିଥରେ ଓଡ଼ିଶା ଝିଅ ଅପସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାକୁ ନେଇଛନ୍ତି । ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି ଏବଂ ନାଁ ଅନୁସାରେ ଫିଲ୍ମଟି ମଧ୍ୟ ବହୁତ ଡେଞ୍ଜରସ୍ ଲାଗୁଛି । ଏହି ଫିଲ୍ମରେ ଦର୍ଶକଙ୍କୁ ସବୁକିଛି ମସଲା ଦେଖବାକୁ ମିଳିବ ।

ଫିଲ୍ମରେ ଦୁଇ ଯୁବତୀଙ୍କ କାହାଣୀକୁ ଦର୍ଶାଯାଇଛି, ଯିଏ ଲେସବିଆନ୍ । ଫିଲ୍ମର ଟ୍ରେଲରରେ କୌଣସି ଡାଇଲଗ୍ ନାହିଁ, କିନ୍ତୁ ଏହାକୁ ଦେଖି ଜଣାପଡ଼ୁଛି ଯେ ଏହି ଦୁଇ ଯୁବତୀଙ୍କ ବୟଫ୍ରେଣ୍ଡ ସେମାନଙ୍କ ସହ ଖରାପ ବ୍ୟବହାର କରୁଛନ୍ତି । ଯେଉଁକାରଣରୁ ଦୁହେଁ ଲେସବିଆନ୍ ହେବାକୁ ବାଧ୍ୟ ହୋଇଛନ୍ତି । ଟ୍ରେଲରରେ ମସଲା ଭରପୂର ରହିଛି ଏବଂ ଫିଲ୍ମର ଥିମ ଅନୁଯାୟୀ ବହୁତ ହଟ୍ ସିନ୍ ଦର୍ଶକଙ୍କୁ ଦେଖିବାକୁ ମିଳିବ ।

ରାମ ଗୋପାଳ ବର୍ମାଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ଡେଞ୍ଜରସ୍‌’ ପାଇଁ ସୋଶାଲ ମିଡିଆରେ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ଏହି ଫିଲ୍ମରେ ନୈନା ଗାଙ୍ଗୁଲିଙ୍କ ବ୍ୟତୀତ ଅପସରା ରାଣୀ ଲିଡ୍ ରୋଲରେ ନଜର ଆସିବେ । ଫିଲ୍ମର ଟ୍ରେଲରେ ରାଜପାଲ୍ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଓଡ଼ିଆ ଝିଅ ଅପସରା ରାଣୀଙ୍କ ଗ୍ଲାମରସ୍ ଅନ୍ଦାଜ ଦେଖିବାକୁ ମିଳିବ ।

ଏହା ପୂର୍ବରୁ ଅପସରା ରାମୁଙ୍କ ‘ଥ୍ରୀଲର’ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମଟି ଗତବର୍ଷ ରିଲିଜ୍ ହୋଇଥିଲା । ଆଉ ଏହି ଫିଲ୍ମର ଉଭୟ ନାୟକ ଓ ନାୟିକା ଥିଲେ ଓଡ଼ିଆ। ସେମାନେ ହେଲେ ଅପସରା ରାଣୀ ଓ ରକ୍ କାଚି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos