Advertisment

ରିୟାଙ୍କୁ ଧମକ: ଆତ୍ମହତ୍ୟା କର ନଚେତ୍ ଦୁଷ୍କର୍ମ ଓ ହତ୍ୟା କରାଯିବ

ମୁମ୍ବାଇ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧ ମାସରୁ ଅଧିକ ସମୟ ହେଲାଣି। ହେଲେ ଆଜି ବି ପ୍ରଶଂସକଙ୍କ ଦୁଃଖ, ଶୋକ ଏବଂ ଆକ୍ରୋଶ ଦେଖିବାକୁ ମିଳୁଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଆଗଧାଡ଼ିର ସେଲିବ୍ରିଟିଙ୍କୁ ନେପୋଟିଜମ୍ ନାଁରେ ଟ୍ରୋଲ୍ କରାଯାଉଛି। ଏପଟେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସମସ୍ତେ ଟାର୍ଗେଟ୍ କରିଆସୁଛନ୍ତି। https://www.instagram.com/p/CCsrKbQH2th/?utm_source=ig_web_copy_link ତେବେ ଏସବୁ ଭିତରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କ କ୍ରୋଧ ଏତେ ବଢ଼ିଯାଇଛି ଯେ, ରିୟାଙ୍କୁ ଦୁଷ୍କର୍ମ […]

ଇଡିରେ ହାଜର ହେଲେ ରିୟା

Rhea

Advertisment

ମୁମ୍ବାଇ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧ ମାସରୁ ଅଧିକ ସମୟ ହେଲାଣି। ହେଲେ ଆଜି ବି ପ୍ରଶଂସକଙ୍କ ଦୁଃଖ, ଶୋକ ଏବଂ ଆକ୍ରୋଶ ଦେଖିବାକୁ ମିଳୁଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଆଗଧାଡ଼ିର ସେଲିବ୍ରିଟିଙ୍କୁ ନେପୋଟିଜମ୍ ନାଁରେ ଟ୍ରୋଲ୍ କରାଯାଉଛି। ଏପଟେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସମସ୍ତେ ଟାର୍ଗେଟ୍ କରିଆସୁଛନ୍ତି।

Advertisment

https://www.instagram.com/p/CCsrKbQH2th/?utm_source=ig_web_copy_link

ତେବେ ଏସବୁ ଭିତରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କ କ୍ରୋଧ ଏତେ ବଢ଼ିଯାଇଛି ଯେ, ରିୟାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଧମକ ମଧ୍ୟ ଦିଆଯାଉଛି। ହେଲେ ଦୀର୍ଘ ସମୟ ଧରି ନିଜ ମୁହଁ ବନ୍ଦ କରି ରଖିଥିବା ରିୟା ଏହି ଧମକର କଡ଼ା ଜବାବ୍ ଦେଇଛନ୍ତି।

ରିୟା ଏକ ମେସେଜର ସ୍କ୍ରିନ୍ ଶଟ୍ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି, ଯେଉଁଥିରେ ଜଣେ ମହିଳା ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ମନ୍ନତ ରାଓ୍ୱତ ନାମକ ଏହି ମହିଳା ଜଣକ ରିୟାଙ୍କୁ ମେସେଜ କରିଛନ୍ତି ଯେ, "ମୋର ବିଶ୍ୱାସ ରହିଛି ଯେ, ତୁମ ସହ ଦୁଷ୍କର୍ମ ହେବ ଏବଂ ତୁମକୁ ହତ୍ୟା କରାଯିବ। ନ ହେଲେ ତୁମେ ଆତ୍ମହତ୍ୟା କରିଦିଅ। ମୁଁ ଖୁବଶୀଘ୍ର କିଛି ଲୋକଙ୍କୁ ପଠେଇବି। ସେମାନେ ତୁମକୁ ହତ୍ୟା କରିଦେବେ।"

Advertisment

https://www.instagram.com/p/CCnBR95HAmO/?utm_source=ig_web_copy_link

ରିୟା ଏହି ମେସେଜ୍ ପାଇବା ପରେ ଏହାର ସ୍କ୍ରିନ୍ ଶଟ୍ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଆଉ ଲେଖିଛନ୍ତି, "ମୋତେ ଲୋଭୀ କୁହାଗଲା, ମୁଁ ଶାନ୍ତ ରହିଲି। ମୋତେ ହତ୍ୟାକାରୀ କୁହାଗଲା, ମୁଁ ଶାନ୍ତ ଥିଲି। ମୋତେ ନିର୍ଲଜ ମହିଳା କୁହାଗଲା, ମୁଁ ଶାନ୍ତ ଥିଲି। କିନ୍ତୁ ମୋର ଚୁପ ରହିବାକୁ ନେଇ ଆପଣମାନଙ୍କୁ ଏପରି କହିବାକୁ କିଏ ଅଧିକାର ଦେଲା ଯେ, ମୁଁ ଆତ୍ମହତ୍ୟା ନ କଲେ ମୋତେ ଦୁଷ୍କର୍ମ କରିଦିଆଯିବ ନ ହେଲେ ହତ୍ୟା କରାଯିବ। ଆପଣ ଯାହା କହିଲେ, ତାର ଗମ୍ଭୀରତା ବିଷୟରେ ଆପଣଙ୍କୁ ଧାରଣା ଅଛି ତ? ଏହା ସବୁ ଅପରାଧ ଅଟେ। କାହାକୁ ବି..ଏଭଳି ନିର‌୍ୟାତନାକୁ ସହିବା ଉଚିତ୍ ନୁହେଁ।"

https://www.instagram.com/p/CCsVR4vH2TV/?utm_source=ig_web_copy_link

ରିୟା ଏଭଳି ପ୍ରତିକ୍ରିୟା ସହ ନିଜ ପୋଷ୍ଟରେ ସାଇବର କ୍ରାଇମକୁ ଟ୍ୟାଗ୍ କରିଛନ୍ତି ଏବଂ ଆବଶ୍ୟକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Sushant Singh Rajput Rhea Chakraborty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe