Advertisment

ସାମ୍ନାକୁ ଆସିଲା ରିୟାଙ୍କ ଆଇଟିଆର୍‌ ଡିଟେଲ୍‌ସ‌, ଇନ୍‌କମ୍‌ଠୁ ଇନ୍‌ଭେଷ୍ଟ୍ ଅଧିକ

ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରିରଖିଛି। ରିଆଙ୍କର ସମସ୍ତ ବ୍ୟାଙ୍କ୍‌ ଟ୍ରାଞ୍ଜାକସନକୁ ଯାଞ୍ଚ କରିବା ପରେ ଇଡିକୁ ତାଙ୍କର ଇନକମ୍‌ ଟ୍ୟାକ୍ସର ଡିଟେଲ୍‌ସ‌ ମିଳିଛି। ଏହା ମାଧ୍ୟମରେ ଅନେକ କଥା ସାମ୍ନାକୁ ଆସିଛି। ୧. ୨୦୧୭-୧୮ ଓ ୨୦୧୮-୧୯ରେ ରିୟା ଚକ୍ରବର୍ତ୍ତୀଙ୍କର ଅଚାନକ ଭାବରେ ରୋଜଗାରରେ ବୃଦ୍ଧି ହୋଇଛି। କିନ୍ତୁ କେଉଁ ଆଧାରରେ ସେ ଏହି ଅର୍ଥ ରୋଜଗାର କରିଛନ୍ତି, ଏହାର କୌଣସି […]

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଗଲା କୁଆଡ଼େ? ରିୟାଙ୍କ ଉପରକୁ ଉଠିଲା ଆଙ୍ଗୁଳି

rhea1

Advertisment

ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରିରଖିଛି। ରିଆଙ୍କର ସମସ୍ତ ବ୍ୟାଙ୍କ୍‌ ଟ୍ରାଞ୍ଜାକସନକୁ ଯାଞ୍ଚ କରିବା ପରେ ଇଡିକୁ ତାଙ୍କର ଇନକମ୍‌ ଟ୍ୟାକ୍ସର ଡିଟେଲ୍‌ସ‌ ମିଳିଛି। ଏହା ମାଧ୍ୟମରେ ଅନେକ କଥା ସାମ୍ନାକୁ ଆସିଛି।

Advertisment

୧. ୨୦୧୭-୧୮ ଓ ୨୦୧୮-୧୯ରେ ରିୟା ଚକ୍ରବର୍ତ୍ତୀଙ୍କର ଅଚାନକ ଭାବରେ ରୋଜଗାରରେ ବୃଦ୍ଧି ହୋଇଛି। କିନ୍ତୁ କେଉଁ ଆଧାରରେ ସେ ଏହି ଅର୍ଥ ରୋଜଗାର କରିଛନ୍ତି, ଏହାର କୌଣସି ସୋର୍ସ ନାହିଁ।

୨. ଏବେ ଇଡି ତାଙ୍କର ସୋର୍ସ ଅଫ୍‌ ଇନକମ୍‌ ଯାଞ୍ଚ କରୁଛି। ଅନେକ ସ୍ଥାନରେ ରିଆ ଇନଭେଷ୍ଟ କରିଛନ୍ତି। ଏହି ଇନଭେଷ୍ଟ ପରିମାଣ ରିୟାଙ୍କ ରୋଜଗାରଠାରୁ ଅଧିକ ରହିଛି।

Advertisment

୩. ୨୦୧୭-୧୮ରେ ଇନକମ୍‌ ଟ୍ୟାକ୍ସ ଦେବା ପରେ ରିଆଙ୍କର ରୋଜଗାର ପାଖାପାଖି ୧୮ ଲକ୍ଷ ଟଙ୍କା ଥିଲା।

୪. ସେହିପରି ୨୦୧୮-୧୯ରେ ଆଇଟିଆର୍‌ରେ ରିୟା ୧୮ ଲକ୍ଷ ରୋଜଗାର କରିଥିବା ଦେଖାଇଛନ୍ତି।

୫. ୨୦୧୮ରୁ ୨୦୧୯ ମଧ୍ୟରେ ରିଆଙ୍କର ଫିକ୍ସ ଆସେଟ୍‌ସ‌ ୯୬ ହଜାରରୁ ବଢ଼ି ୯ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି।

୬. ଆହୁରି ମଧ୍ୟ ରିୟା କିଛି କମ୍ପାନୀର ଶେଆର୍‌ ହୋଲଡର୍‌ ରହିଛନ୍ତି। ୨୦୧୭-୧୮ରେ ରିଆଙ୍କର ରୋଜଗାର ୧୮ ଲକ୍ଷ ଥିବାବେଳେ ସେ ୩୪ ଲକ୍ଷ ଟଙ୍କାର ଶେଆର୍‌ କାହାଠାରୁ କିଣିଲେ, ଇଡି ତା’ର ଯାଞ୍ଚ କରୁଛି।

୭. ରିୟାଙ୍କର ଶେଆର୍‌ ହୋଲଡର୍‌ ଫଣ୍ଡ ୨୦୧୭-୧୮ରେ ୩୪ ଲକ୍ଷରୁ ଆରମ୍ଭ ହୋଇ ୪୨ ଲକ୍ଷରେ ପହଞ୍ଚିଛି।

୮. ଅନ୍ୟପକ୍ଷରେ ଇଡି ରିଆଙ୍କର ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସି ବ୍ୟାଙ୍କ୍‌ର ଆକାଉଣ୍ଟକୁ ଏପର୍ଯ୍ୟନ୍ତ ଯାଞ୍ଚ କରିନାହିଁ।

୯. ଆଇଟିଆର୍‌ରେ ୨୦୧୭ରୁ ୨୦୧୯ ମଧ୍ୟରେ କୌଣସି ବଡ଼ ଟ୍ରାଞ୍ଜାକସନ୍‌ର ସୂଚନା ନଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe