Advertisment

ରୋଡିଜରେ ରିଆ ଚକ୍ରବର୍ତ୍ତୀ କହିଲେ CBI ଫୁଲ୍ ଫର୍ମ, ଭିଡିଓ ଭାଇରାଲ୍

CBI ର ଫୁଲ୍ ଫର୍ମ କହି ଚର୍ଚ୍ଚାରେ ରିଆ ଚକ୍ରବର୍ତ୍ତୀ। ଭାଇରାଲ୍ ହେଉଛି ଭିଡିଓ।

ଅଦ୍ୟତନ ହୋଇଛି
Rhea Chakraborty on Roadies

Rhea Chakraborty on Roadies

Advertisment

MTV ରୋଡିଜ୍ ଏକ ଲୋକପ୍ରିୟ ରିଆଲିଟି ଶୋ’। ଶୋ’ର 19ତମ ସିଜନ୍ ନିକଟରେ ଏହାର ଅନ୍-ଗ୍ରାଉଣ୍ଡ ଅଡିସନ୍ ଶେଷ କରିଛି। ଏଥିରେ 30 ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ଚଳିତ ସଂସ୍କରଣରେ ରିଆ ଚକ୍ରବର୍ତ୍ତୀ ଏବଂ ଗୌତମ ଗୁଲଟି ଗ୍ୟାଙ୍ଗ ଲିଡର୍ ଭାବରେ ଡେବ୍ୟୁ କରୁଛନ୍ତି। ଅଡିସନ୍ ପରେ ପ୍ରଥମ ପର୍ଯ୍ୟାୟ 16 ଜୁଲାଇ ରବିବାର ପ୍ରସାରିତ ହୋଇଥିଲା।

Advertisment

ରୋଡିଜ୍-19 ସହ ଦୀର୍ଘଦିନ ପରେ ପରଦାକୁ ଫେରିଛନ୍ତି ରିଆ। ସୋସିଆଲ ମିଡିଆରେ ତାଙ୍କ କମବ୍ୟାକକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସେ ଏହି କାର୍ଯ୍ୟକ୍ରମରେ CBI ର ଫୁଲ୍ ଫର୍ମ କହି ପୁଣି ଚର୍ଚ୍ଚାରେ। ରିଆଙ୍କର ଏହି ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି। ରୋଡିଜ୍-19 ର ଏକ ଏପିସୋଡରେ, ଗୌତମ ଗୁଲଟି ଜଣେ ପ୍ରତିଯୋଗୀଙ୍କୁ CBI ଫୁଲ୍ ଫର୍ମ ପଚାରିଥିଲେ। ଏହି ସମୟରେ ରିଆ ସଙ୍ଗେ ସଙ୍ଗେ ହାତ ଟେକି ବଡ ପାଟିରେ କହିଲେ, "ମୁଝେ ପତା ହୈ(ମୋତେ ଉତ୍ତର ଜଣା)," ।

ପ୍ରତିଯୋଗୀ ଜଣକ ଭୁଲ୍ ଉତ୍ତର ଦେବାରୁ ସେ ବେଶ୍ ଦୃଢତାର ସହ କହିଥିଲେ 'ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେସ୍ଟିଗେସନ୍'। ଏହି ଭିଡିଓକୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିଆ ବାରମ୍ବାର ସିବିଆଇର ଦ୍ୱାରସ୍ଥ ହେବାକୁ ନେଇ ସଂଶ୍ଲିଷ୍ଟ କରାଯାଉଛି ଏବଂ ନେଟିଜେନ୍ସ ଏ ଉପରେ ଖୁବ୍ ପ୍ରତିକ୍ରିୟା ରଖୁଛନ୍ତି। ପ୍ରକାଶ ଥାଉକି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ରିଆଙ୍କୁ ବାରମ୍ବାର ସମନ ପଠାଇବା ସହ ଜେରା କରିବା ପରେ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। 2020 ରେ ବାନ୍ଦ୍ରା ସ୍ଥିତ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେତେବେଳେ ରିଆ ସୁଶାନ୍ତଙ୍କ ସହ ଲିଭ୍-ଇନ୍-ରିଲେସନସିପରେ ରହୁଥିବା ଆଲୋଚନା ହେଉଥିଲା। 

Advertisment
Rhea Chakraborty Roadies Gautam Gulati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe