ଏନ୍‌ସିବିର ବଡ଼ ଅଭିଯୋଗ, ସୁଶାନ୍ତଙ୍କୁ ଡ୍ରଗ୍ସ ଅଭ୍ୟାସ କରାଇଥିଲେ ରିଆ

ମୁମ୍ବାଇ: ପୁଣି ଅଡୁଆରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଏବେବି ରିଆ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାର୍‌ରେ ଅଛନ୍ତି। ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ମାମଲାରେ ଏବେ ଏନ୍‌ସିବି ରିଆଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛି। ରିଆ ଡ୍ରଗ୍ସ କାରବାର କରୁଥିବା ନେଇ ଏନ୍‌ସିବି ତା’ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। କେବଳ ସେତିକି ନୁହେଁ ରିଆ ସୁଶାନ୍ତଙ୍କୁ ଡ୍ରାଗ୍ସ ଖାଇବା ଅଭ୍ୟାସ କରାଥିବା ଏନ୍‌ସିବି ଚାର୍ଜସିଟ୍‌ରେ କହିଛି। ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମେତ […]

Sushant and rhea

Madhupriya Mistry
  • Published: Wednesday, 13 July 2022
  • , Updated: 13 July 2022, 12:12 PM IST

ମୁମ୍ବାଇ: ପୁଣି ଅଡୁଆରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଏବେବି ରିଆ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାର୍‌ରେ ଅଛନ୍ତି। ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ମାମଲାରେ ଏବେ ଏନ୍‌ସିବି ରିଆଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛି। ରିଆ ଡ୍ରଗ୍ସ କାରବାର କରୁଥିବା ନେଇ ଏନ୍‌ସିବି ତା' ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। କେବଳ ସେତିକି ନୁହେଁ ରିଆ ସୁଶାନ୍ତଙ୍କୁ ଡ୍ରାଗ୍ସ ଖାଇବା ଅଭ୍ୟାସ କରାଥିବା ଏନ୍‌ସିବି ଚାର୍ଜସିଟ୍‌ରେ କହିଛି।

ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମେତ ସୁଶାନ୍ତ ରାଜପୁତ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ୩୫ଜଣ ଅଭିଯୁକ୍ତଙ୍କ ନାଁରେ ଏନ୍‌ସିବି ମଙ୍ଗଳବାର ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଦାଏର କରିଛି। ଯେଉଁଥିରେ ରିଆ ଏବଂ ଅନ୍ୟ ୩୪ ଅଭିଯୁକ୍ତଙ୍କୁ ହାଇ ସୋସାଇଟି ତଥା ବଲିଉଡର ଲୋକଙ୍କୁ ଡ୍ରଗ୍ସ ଯୋଗାଣ ଅଭିଯୋଗ ହୋଇଛି।

ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିଯୁକ୍ତ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ସେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିଥିଲେ। ରିଆ ସାମୁଏଲ୍‌ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଆଣିଛନ୍ତି। ଏହି ଗଞ୍ଜେଇକୁ ଆଣି ସେ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଛନ୍ତି। ରିଆ ୨୦୨୦ ମାର୍ଚ୍ଚ ରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଏହି ଗଞ୍ଜେଇ ନେଣଦେଣ ମାମଲାରେ ଦେୟ ପୈଠ କରିଥିଲେ।

ରିଆଙ୍କ ଭାଇ ସୌଭିକ ମଧ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ସେ ଏମାନଙ୍କ ଠାରୁ ଗଞ୍ଜେଇ ଚରସ ମଗାଉଥିଲେ। ଏହି ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ବୋଲି ଏନ୍‌ସିବି ତା' ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।

ସେହିପରି ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ମଧ୍ୟ ଅଡୁଆ ବଢ଼ିଛି। ପିଠାନୀ ଅଭିଯୁକ୍ତ ସାମୁଏଲ୍‌ ମିରାଣ୍ଡା, ସୌଭିକ, ଦୀପେଶ ସାୱନ୍ତ ରିଆ ଓ ସୁଶାନ୍ତଙ୍କ ସହ ଡ୍ରଗ୍ସ/ଗଞ୍ଜେଇ କିଣା କିଣି କରିବାରେ ସିଧାସଳଖ ଜଡିତ ଥିଲେ। ପିଠାନୀ ସୁଶାନ୍ତଙ୍କ କୋଟାକ୍ ଆପ୍ ବ୍ୟବହାର କରୁଥିଲେ। ବିଡି ଏବଂ ଗଞ୍ଜା ସମେତ ଅନ୍ୟାନ୍ୟ ଡ୍ରଗ୍ସ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି କିଣା କରାଯାଇଥିଲା ଏବଂ ଏହାକୁ ବ୍ୟାଙ୍କ କାରବାରରେ ପୂଜା ସାମଗ୍ରୀ ଭାବରେ ଦର୍ଶାଇଥିଲା ବୋଲି ଅଭିଯୋଗ ହୋଇଛି। ଏହିପରି ଭାବରେ ସୁଶାନ୍ତଙ୍କୁ ନିଶା ସେବନ ଆଡକୁ ଠେଲି ଦିଆଯାଇଥିଲା। ଯାହାକୁ ଏନସିବି ଏକ ଅପରାଧ ବୋଲି ବିବେଚନା କରିଛି।

ଦାଏର କରିଥିବା ଅଭିଯୋଗରେ ଏନ୍‌ସିବି କହିଛି, ୨୦୨୦ ମାର୍ଚ୍ଚରୁ ଡିସେମ୍ବର ମାସ ମଧ୍ୟରେ ଉପରୋକ୍ତ ଅଭିଯୁକ୍ତମାନେ ଡ୍ରଗ୍‌ ଯୋଗାଡ଼ କରି ଖରିଦ କରିବା, ବିକ୍ରି କରିବା, ପରିବହନ କରିବା ଏବଂ ସେ ସବୁକୁ ସମାଜର ଉଚ୍ଚବର୍ଗରେ ଏବଂ ବଲିଉଡ୍‌ରେ ବଣ୍ଟନ କରିବା ଭଳି ଅପରାଧିକ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ। ଏହାଛଡ଼ା, ସେମାନେ ଗଞ୍ଜେଇ, ଚରସ୍‌ ‘ଏଲ୍‌ଏସ୍‌ଡି’, କୋକେନ୍‌ ଏବଂ ଅନ୍ୟାନ୍ୟ ଡ୍ରଗ୍‌ ଖାଉଥିଲେ ମଧ୍ୟ।

୩୫ଜଣ ଅଭିଯୁକ୍ତଙ୍କ ନାମରେ ଏନ୍‌ସିବି ମୋଟ ୩୮ଟି ମାମଲା ରୁଜୁ କରିଛି।  ନାକ୍ରୋଟିକ୍ସ୍‌ ଡ୍ରଗ୍ସ୍‌ ଆଣ୍ଡ୍‌ ସାଇକୋଥେରାପି ସବ୍‌ଷ୍ଟାନ୍‌ସ୍‌ (ଏନ୍‌ଡିପିଏସ୍‌) ଆକ୍ଟ୍‌’ ଅଧୀନସ୍ଥ ସ୍ୱତନ୍ତ୍ର ଅଦାଲତଙ୍କୁ ଏନ୍‌ସିବି ଉକ୍ତ ଅଭିଯୋଗ ପତ୍ରର ‘ଡ୍ରାଫ୍‌ଟ୍‌’ ହସ୍ତାନ୍ତର କରିଛି।

ଉଲ୍ଲେଖଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ୨୦୨୦ ଜୁନ୍‌ ୧୪ ତାରିଖ ଦିନ ତାଙ୍କ ବାସଭବନରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କର ଏଭଳି ହଠାତ୍‌ ମୃତ୍ୟୁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ସ୍ତବ୍ଧ କରିଦେଇଥିଲା। ସୁଶାନ୍ତଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁ ପାଇଁ ଅଭିନେତ୍ରୀ ରିଆଙ୍କୁ ଦାୟୀ କରିଥିଲେ।

Related story