Advertisment

ସୁଶାନ୍ତ ସିଂହ ରାଜପୁତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ଏମିତି ପୋଷ୍ଟ କଲେ ରିୟା ଚକ୍ରବର୍ତ୍ତୀ

କିଛି ଗଣମାଧ୍ୟମ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଓ ଏହା ପଛରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ମଧ୍ୟ କହିଥିଲେ। ମିଡିଆ ଟ୍ରାଏଲ ପରେ ସିବିଆଇ ଘଟଣାର ତଦନ୍ତ କରିଥିଲା।

author-image
Hemant Lenka
Rhea Chakraborty

Rhea Chakraborty

ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁଙ୍କର ଆଜି ହେଉଛି ୩ ଶ୍ରାଦ୍ଧ ବାର୍ଷିକୀ। ଆଜିକୁ ଠିକ ୩ ବର୍ଷ ତଳେ ଅର୍ଥାତ ୨୦୨୦ ମସିହା ଜୁନ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ମିଳିଥିଲା।

Advertisment

କିଛି ଗଣମାଧ୍ୟମ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଓ ଏହା ପଛରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ମଧ୍ୟ କହିଥିଲେ। ମିଡିଆ ଟ୍ରାଏଲ ପରେ ସିବିଆଇ ଘଟଣାର ତଦନ୍ତ କରିଥିଲା। ହେଲେ ଏଯାଏ ରିୟା ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ଓ ତଥାକଥିତ ହତ୍ୟା ପଛରେ ରହିଛନ୍ତି ବୋଲି ପ୍ରମାଣ ମିଳିନାହିଁ।

ଏହି ଘଟଣାକୁ ଆଜି ୩ ବର୍ଷ ପୂରିଛି। ସମସ୍ତେ ସୁଶାନ୍ତଙ୍କୁ ମଧ୍ୟ କିଛି ମାତ୍ରାରେ ଭୁଲି ଗଲେଣି। ହେଲେ ରିୟା ଯିଏ ତାଙ୍କୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ, ସେ ଆଜି ବି ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି। ଖାସ ଏହି କାରଣ ପାଇଁ ସେ ଆଜି ସୁଶାନ୍ତଙ୍କ ତୃତୀୟ ଶ୍ରାଦ୍ଧ ଦିବସରେ ସ୍ୱତନ୍ତ୍ର ପୋଷ୍ଟ କରିଛନ୍ତି।

Advertisment

ସୁଶାନ୍ତ ଆତ୍ମହତ୍ୟା କରିବା ବେଳେ ରିୟା ତାଙ୍କ ଗର୍ଲଫ୍ରେଣ୍ଡ ଥିଲେ। ଦୁହେଁ ଅନେକ ସ୍ଥାନକୁ ଏକାଠି ବୁଲିବାକୁ ଯାଉଥିଲେ। ଏକାଠି ମଧ୍ୟ ରହୁଥିଲେ। ଆଜି ସେ ସୁଶାନ୍ତଙ୍କ ସହ ଛୁଟି କାଟିବା ବେଳର ଗୋଟିଏ ଭିଡିଓକୁ ପୋଷ୍ଟ କରିଛନ୍ତି। ଏଥିରେ ଉଭୟ ଗୋଟିଏ ପାହାଡ଼ ଉପରେ ବସି ରହିଛନ୍ତି। ସେ କେବଳ ଭିଡିଓ ପୋଷ୍ଟ କରିଥିବା ବେଳେ ତଳେ କଳା ରଙ୍ଗର ହାର୍ଟ ଇମୋଜି ଦେଇଛନ୍ତି।

ଜୁନ ୧୪ରେ ସୁଶାନ୍ତଙ୍କ ମୃତଦେହ ମିଳିବା ପରେ ତାଙ୍କ ପରିବାର ଲୋକ ରିୟାଙ୍କୁ ଦାୟୀ କରିଥିଲେ। ତେବେ ରିୟା ଏହାକୁ ଖଣ୍ଡନ କରିବା ସହ ସୁଶାନ୍ତ ମାନସିକସ୍ତରରେ ଦୁର୍ବଳ ହୋଇପଡ଼ିଥିବା କହିଥିଲେ।

ସିବିଆଇ ଓ ପୁଲିସ୍‌ ତଦନ୍ତରେ ବାରମ୍ବାର ଜେରାର ସମ୍ମୁଖୀନ ହୋଇଥିବା ରିୟା ସୁଶାନ୍ତଙ୍କ ଜନ୍ମ ଦିନରେ ମଧ୍ୟ ଇମୋସନାଲ ପୋଷ୍ଟ କରିବାର ନଜିର ରହିଛି।

Bollywood Sushant Singh Rajput