Advertisment

ରିଆଙ୍କ ଖୁଲାସା : ୟୁରୋପ ଟ୍ରିପରେ ଦୁହିଁଙ୍କ ସହ ଘଟିଥିଲା ଏମିତି କିଛି ଘଟଣା

ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ ଇଡିର ପଚରାଉଚରା ପରେ ଏକ ଆଶ୍ଚର୍ଯ୍ୟଜନକ କାହାଣୀ ଶୁଣାଇଛନ୍ତି। ଯାହା ମାମଲାକୁ ଏକ ନୂଆ ମୋଡ଼ ଦେଇଛି। ରିଆଙ୍କ କହିବା ଅନୁସାରେ ୨୦୧୯ ଅକ୍ଟୋବରରେ ୟୁରୋପ ଟ୍ରିପ ସମୟରେ ଇଟାଲୀର ଫ୍ଲୋରେନ୍ସ ସହରରେ ସୁଶାନ୍ତଙ୍କ ସହିତ କିଛି ଅଜବ ଘଟଣା ଘଟିଥିଲା। ସେବେଠାରୁ ରିଆ ଜାଣିବାକୁ ପାଇଥିଲେ ଯେ ସୁଶାନ୍ତ କୌଣସି ମାନସିକ ରୋଗରେ ପୀଡ଼ିତ ଅଛନ୍ତି। ଟ୍ରିପରେ ଇଟାଲୀର ଫ୍ଲୋରେନ୍ସ ସହରରେ […]

ରିଆଙ୍କ ଖୁଲାସା : ୟୁରୋପ ଟ୍ରିପରେ ଦୁହିଁଙ୍କ ସହ ଘଟିଥିଲା ଏମିତି କିଛି ଘଟଣା

riaa

Advertisment

ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ ଇଡିର ପଚରାଉଚରା ପରେ ଏକ ଆଶ୍ଚର୍ଯ୍ୟଜନକ କାହାଣୀ ଶୁଣାଇଛନ୍ତି। ଯାହା ମାମଲାକୁ ଏକ ନୂଆ ମୋଡ଼ ଦେଇଛି। ରିଆଙ୍କ କହିବା ଅନୁସାରେ ୨୦୧୯ ଅକ୍ଟୋବରରେ ୟୁରୋପ ଟ୍ରିପ ସମୟରେ ଇଟାଲୀର ଫ୍ଲୋରେନ୍ସ ସହରରେ ସୁଶାନ୍ତଙ୍କ ସହିତ କିଛି ଅଜବ ଘଟଣା ଘଟିଥିଲା। ସେବେଠାରୁ ରିଆ ଜାଣିବାକୁ ପାଇଥିଲେ ଯେ ସୁଶାନ୍ତ କୌଣସି ମାନସିକ ରୋଗରେ ପୀଡ଼ିତ ଅଛନ୍ତି।

Advertisment

ଟ୍ରିପରେ ଇଟାଲୀର ଫ୍ଲୋରେନ୍ସ ସହରରେ ଥିବା ୬୦୦ ବର୍ଷ ପୁରୁଣା ହୋଟେଲରେ ରିଆ, ତାଙ୍କ ଭାଇ ଓ ସୁଶାନ୍ତ ରାତ୍ରୀଯାପନ କରିଥିଲେ। ହୋଟେଲର ରୁମ ବହୁତ ବଡ଼ ଥିଲା ଏବଂ କାନ୍ଥରେ କିଛି ପୁରୁଣା ପେଣ୍ଟିଙ୍ଗସ୍‌ ଲାଗିଥିଲା। ଏହି ପେଣ୍ଟିଙ୍ଗ ମଧ୍ୟରେ ଏକ ପେଣ୍ଟିଙ୍ଗ ଏପରି ଥିଲା, ଯେଉଁଥିରେ ସେଟର୍ନ ନାମରେ ଏକ ରାକ୍ଷସ ନିଜ ନବଜାତ ଛୁଆକୁ ଖାଉଛି। ରିଆ ଭାଇ ଶୌଭିକ ସହିତ ଅନ୍ୟ ଏକ ରୁମ୍‌ରେ ରହିଥିଲେ। ଫେରିବା ପରେ ସେ ଦେଖିଥିଲେ ଯେ ହାତରେ ରୁଦ୍ରାକ୍ଷ ଧରି ସୁଶାନ୍ତ କିଛି ମନ୍ତ୍ର ଜପ କରୁଛନ୍ତି ଏବଂ ଖୁବ୍‌ ଭୟଭୀତ ମଧ୍ୟ ଅଛନ୍ତି।

ଭୟଭୀତ ହେବାର କାରଣ ପଚାରିବା ପରେ ସୁଶାନ୍ତ କହିଥିଲେ କାନ୍ଥରେ ଲାଗିଥିବା ପେଣ୍ଟିଙ୍ଗରେ ତାଙ୍କୁ କିଛି ଅଜଣା ଚରିତ୍ର ଦେଖାଯାଉଛି। କିନ୍ତୁ ଏହାକୁ ସେ ଠିକ୍‌ ଭାବରେ କହି ପାରୁନାହାନ୍ତି। ସେ ଦିନ ରିଆ ଓ ତାଙ୍କ ଭାଇ ସୁଶାନ୍ତଙ୍କ ସହିତ ସେହି ରୁମ୍‌ରେ ଶୋଇ ଯାଇଥିଲେ।

Advertisment

publive-image

ରିଆ ଆହୁରି ମଧ୍ୟ କହିଛନ୍ତି, ‘ ସେହି ପେଣ୍ଟିଙ୍ଗକୁ ଦେଖିବା ପରେ ସୁଶାନ୍ତଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା। ଆମେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲୁ। ଏହାପରେ ସୁଶାନ୍ତ ଆମ ସହିତ ଅଷ୍ଟ୍ରିଆର ଡେଟୋକ୍ସ ସେଣ୍ଟରକୁ ଯାଇଥିଲେ। ହେଲେ ସେଠାରେ ମଧ୍ୟ ତାଙ୍କୁ ଭଲ ନଲାଗିବାରୁ ଚାଲି ଆସିଥିଲେ।୨ ନଭେମ୍ୱରରେ ଆମକୁ ୟୁରୋପ ଟ୍ରିପରୁ ଫେରିବାର ଥିଲା, ହେଲେ ସୁଶାନ୍ତଙ୍କ ମାନସିକ ଅବସ୍ଥା ପାଇଁ ଆମେ ୨୮ ଅକ୍ଟୋବରରେ ଫେରି ଆସିଥିଲୁ।’

ଏହି ଟ୍ରିପରୁ ଫେରିବା ପରେ ସୁଶାନ୍ତଙ୍କ ଏନର୍ଜି ଏକଦମ କମ୍‌ ହୋଇଯାଇଥିଲା। ଘଣ୍ଟା ଘଣ୍ଟା ଧରି ସେ ଚୁପଚାପ ବସିରହୁଥିଲେ। ଏପରିକି ମୁମ୍ୱାଇ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। କେବେକେବେ ସେ ଚିତ୍କାର କରୁଥିଲେ ତ କେବେ କାନ୍ଦିବାକୁ ଲାଗୁଥିଲେ।

ସୂଚନାଯୋଗ୍ୟ, ମୁମ୍ୱାଇ ପୁଲିସର କହିବା ଅନୁସାରେ ସୁଶାନ୍ତ ବାଇପୋଲାର ଡିଜର୍ଡରର ଟ୍ରିପମେଣ୍ଟ କରୁଥିଲେ। ଯାହା ଏକ ମାନସିକ ରୋଗ। ସେପଟେ ସୁଶାନ୍ତଙ୍କ ଘରଲୋକ ରିଆଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କର କହିବା ଅନୁସାରେ ସୁଶାନ୍ତଙ୍କର କୌଣସି ରୋଗ ବିଷୟରେ ଘରଲୋକଙ୍କୁ ଜଣାନଥିଲା। ଯଦି କିଛି ଥିଲା ତେବେ ରିଆ କାହିଁକି ଘର ଲୋକଙ୍କୁ ସୂଚନା ଦେଲେନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe