Advertisment

ଝିଅର ରିସେପସନ୍‌ ପାର୍ଟିରେ ଧୁମ୍‌ ନାଚିଲେ ମିଷ୍ଟର ଇଣ୍ଡିଆ

ମୁମ୍ବାଇ: ବଲିଉଡର ମିଷ୍ଟର ଇଣ୍ଡିଆ ଓରଫ ଅନିଲ କପୁର। ତାଙ୍କ ଗୋଡ ଆଉ ତଳେ ଲାଗୁନି। ଖୁସିରେ ସେ ନାଚୁଛନ୍ତି। ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ବଲିଉଡର ମିଷ୍ଟର ଝାକାସ୍‌। ପୂରାପୁରି ପାର୍ଟି ମୁଡ଼ରେ ନଜର ଆସିଛନ୍ତି ଅନିଲ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ନିକଟରେ ବିବାହ କରିଛନ୍ତି ଅନିଲ କପୁରଙ୍କ ସାନ ଝିଅ ରିଆ କପୁର। ରିଆ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବୁଲାନିଙ୍କ ସହ ନେଇଛନ୍ତି ସାତ ଫେରା। ବେଶ୍‌ ସିକ୍ରେଟ ଢ଼ଙ୍ଗରେ […]

ଝିଅର ରିସେପସନ୍‌ ପାର୍ଟିରେ ଧୁମ୍‌ ନାଚିଲେ ମିଷ୍ଟର ଇଣ୍ଡିଆ

Anil Kapoor Dance

Advertisment

ମୁମ୍ବାଇ: ବଲିଉଡର ମିଷ୍ଟର ଇଣ୍ଡିଆ ଓରଫ ଅନିଲ କପୁର। ତାଙ୍କ ଗୋଡ ଆଉ ତଳେ ଲାଗୁନି। ଖୁସିରେ ସେ ନାଚୁଛନ୍ତି। ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ବଲିଉଡର ମିଷ୍ଟର ଝାକାସ୍‌। ପୂରାପୁରି ପାର୍ଟି ମୁଡ଼ରେ ନଜର ଆସିଛନ୍ତି ଅନିଲ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ନିକଟରେ ବିବାହ କରିଛନ୍ତି ଅନିଲ କପୁରଙ୍କ ସାନ ଝିଅ ରିଆ କପୁର। ରିଆ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବୁଲାନିଙ୍କ ସହ ନେଇଛନ୍ତି ସାତ ଫେରା। ବେଶ୍‌ ସିକ୍ରେଟ ଢ଼ଙ୍ଗରେ ତାଙ୍କର ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ରିଆଙ୍କ ବିବାହର ଦିନକ ପରେ ହୋଇଥିଲା ତାଙ୍କ ରିସେପସନ ପାର୍ଟି।

[caption id="attachment_667754" align="aligncenter" width="650"]Rhea Kapoor ରିଆ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବୁଲାନିଙ୍କୁ ବିବାହ କରିଛନ୍ତି।[/caption]

Advertisment

ଅନିଲ କପୁରଙ୍କ ଜୁହୁ ସ୍ଥିତ ବଙ୍ଗଳାରେ ଏହି ରିସେପସନ ପାର୍ଟି ଆୟାଜିତ କରାଯାଇଥିଲା। ଏଥିରେ ବି-ଟାଉନର ବଡ ବଡ ସେଲେବ୍ରିଟିମାନେ ଯୋଗ ଦେଇ ଖୁବ୍‌ ମସ୍ତି କରିଥିଲେ। ଏ ସମସ୍ତଙ୍କ ଭିତରେ ଅନିଲ କପୁର ମଧ୍ୟ ପଛକୁ ହଟିନଥିଲେ। ଝିଅ ବାହାଘର ଖୁସିରେ ସେ ମଧ୍ୟ ଧୁମ୍‌ ମସ୍ତି କରିଥିଲେ। ତାଙ୍କ ଷ୍ଟାଇଲରେ ସେ କରିଥିଲେ ଡ୍ୟାନ୍ସ। କେବଳ ସେତିକି ନୁହେଁ ବାପା ଅନିଲଙ୍କ ଡ୍ୟାନ୍ସ ଦେଖି ଝିଅ ରିଆ ମଧ୍ୟ ଆଉ ରହିପାରି ନଥିଲେ। ସେ ମଧ୍ୟ ବାପାଙ୍କ ସହ ତାଳରେ ତାଳ ମିଶାଇ ନାଚିଥିଲେ।

ଫିଲ୍ମମେକର ଫାରା ଖାନ୍‌ ଅନିଲ ଏବଂ ରିଆଙ୍କ ଏହି ଦମଦାର ଡ୍ୟାନ୍ସକୁ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ଏଥିସହ ଏକ ସୁନ୍ଦର ମେସେଜ ମଧ୍ୟ ଲେଖିଛନ୍ତି। ଭିଡିଓରେ ଅନିଲ କପୁର ରିଆଙ୍କ ସହ ମିଶି 'ଅଭି ତୋ ପାର୍ଟି ସୁରୁ ହୁଇ ହୈ' ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ଅନିଲଙ୍କ ଏହି ଡ୍ୟାନ୍ସ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ବଲିଉଡ ରିପୋର୍ଟ ମୁତାବକ, ରିଆଙ୍କ ବିବାହ ବେଶ୍‌ ସିମ୍ପୁଲ ଢ଼ଙ୍ଗରେ ହୋଇଥିଲା। ଏଥିରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ତେବେ ତାଙ୍କ ରିସେପ୍‌ସନ ପାର୍ଟି କିନ୍ତୁ ଥିଲା ଟିକେ ଗ୍ରାଣ୍ଡ। ଏଥିରେ ବଲିଉଡ ତାରକାମାନେ ମଧ୍ୟ ଯୋଗ ଦେଇଥିଲେ।

Bollywood Anil Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe