Advertisment

ମା’ବାପା ହେଲେ ରିଚା ଓ ଅଲୀ

ରିଚା ଓ ଅଲୀ ୨୦୨୨ରେ ବାହା ହୋଇଥିଲେ।

author-image
Jitendra Garnayak
Ali and Richa

Ali and Richa

ଜନକଜନନୀ ହୋଇଛନ୍ତି ଅଭିନେତା ଅଲୀ ଫଜଲ ଓ ଅଭିନେତ୍ରୀ ରିଚା ଚଡ୍ଡା। ଜୁଲାଇ ୧୬ରେ ଏକ ଶିଶୁକନ୍ୟାକୁ ପ୍ରସବ କରିଛନ୍ତି ରିଚା। ଆଜି ଉଭୟ ରିଚା ଓ ଅଲୀ ଏ ସଂପର୍କରେ ଘୋଷଣା କରିଛନ୍ତି।

Advertisment

ରିଚା ଓ ଅଲୀ ୨୦୨୨ରେ ବାହା ହୋଇଥିଲେ। ଗତ ଫେବ୍ରୁଆରୀ ମାସରେ ରିଚା ଗର୍ଭବତୀ ଥିବା କଥା ଘୋଷଣା କରିଥିଲେ। ସେହିପରି ଜୁଲାଇ ୧୪ ତାରିଖରେ ରିଚା ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି କୁନି ସଦସ୍ୟଙ୍କ ଆଗମନକୁ ଅପେକ୍ଷା କରିଥିବା କଥା ଲେଖିଥିଲେ। 

ଶେଷଥର ପାଇଁ ରିଚାଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ହୀରାମଣ୍ଡି’ରେ ଦେଖିଥିଲେ ଦର୍ଶକ। ସେଥିରେ ସେ ଲଜ୍ଜୋ ଚରିତ୍ରରେ ଅଭିନୟ କରିଛନ୍ତି। ସେହିପରି ଅଲୀ ଫଜଲଙ୍କୁ ଶେଷଥର ପାଇଁ ‘ମୀରଜାପୁର-୩’ରେ ଦେଖିଛନ୍ତି ଦର୍ଶକ। ଏଥିରେ ସେ ଗୁଡ୍ଡୁ ପଣ୍ଡିତ ଚରିତ୍ରରେ ଅଭିନୟ କରିଛନ୍ତି। 

Advertisment
Richa Chadha Ali Fazal