Advertisment

ଅଡୁଆରେ ଅଭିନେତ୍ରୀ ରିଚା ଚଡ୍ଡା, ହୋଇପାରେ ଆକ୍ସନ

ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡା। ନିଜ ମନ୍ତବ୍ୟକୁ ନେଇ ଫସିଲେ ନିଜେ। ଗଲୱାନ୍ ଘାଟିକୁ ନେଇ କରିଥିବା ଟ୍ୱିଟ୍ ଏବେ ତାଙ୍କୁ ଭାରି ପଡିଛି। ତାଙ୍କର ଏହି ଟ୍ୱିଟ୍‌କୁ ଚାରିଆଡୁ ବିରୋଧ କରାଯାଉଛି। ଏପରିକି ମଧ୍ୟପ୍ରଦେଶ ସରକାର ତାଙ୍କ ବିରୋଧରେ ବଡ ଆକ୍ସନ ନେଇପାରେ ବୋଲି କୁହାଯାଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ରିଚାଙ୍କ ବିବାଦୀୟ ଟ୍ୱିଟ୍‌କୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ରିଚାଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହାର ନିଶ୍ଚିତ […]

ଅଡୁଆରେ ଅଭିନେତ୍ରୀ ରିଚା ଚଡ୍ଡା, ହୋଇପାରେ ଆକ୍ସନ

richa-chadha

Advertisment

ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡା। ନିଜ ମନ୍ତବ୍ୟକୁ ନେଇ ଫସିଲେ ନିଜେ। ଗଲୱାନ୍ ଘାଟିକୁ ନେଇ କରିଥିବା ଟ୍ୱିଟ୍ ଏବେ ତାଙ୍କୁ ଭାରି ପଡିଛି। ତାଙ୍କର ଏହି ଟ୍ୱିଟ୍‌କୁ ଚାରିଆଡୁ ବିରୋଧ କରାଯାଉଛି। ଏପରିକି ମଧ୍ୟପ୍ରଦେଶ ସରକାର ତାଙ୍କ ବିରୋଧରେ ବଡ ଆକ୍ସନ ନେଇପାରେ ବୋଲି କୁହାଯାଇଛି।

Advertisment

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ରିଚାଙ୍କ ବିବାଦୀୟ ଟ୍ୱିଟ୍‌କୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ରିଚାଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହାର ନିଶ୍ଚିତ ରୂପେ ତଦନ୍ତ ହେବ। ଏହାପରେ ଅଭିନେତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରାଯିବ।

ଗୃହମନ୍ତ୍ରୀ ରିଚାଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ସେନା ବିଷୟରେ ଅଭିନେତ୍ରୀ ରିଚା ଚାଡ୍ଡାଙ୍କ ବିବୃତ୍ତି ଦେଶପ୍ରେମୀଙ୍କୁ ଆଘାତ ଦେଇଛି। ସେମାନେ ହେଉଛନ୍ତି ସେନା ସିନେମା ନୁହନ୍ତି। ମାଇନ୍‌ସ ୩୦ ଡିଗ୍ରୀ ଓ ୪୫ ଡିଗ୍ରୀରେ ରହିକି ଦେଖନ୍ତୁ  ୪୫ ଡିଗ୍ରୀ ତାପମାତ୍ରାରେ କାମ କରିବାକୁ ଚେଷ୍ଟା କରନ୍ତୁ। ଆପଣ ସେନାର ଶ୍ରମ ଓ ବଳିଦାନକୁ ବୁଝିପାରିବେ। ରିଲ୍ ଏବଂ ରିଅଲ୍ ଜୀବନରେ ବେଶ୍ ପାର୍ଥକ୍ୟ ଅଛି । ତେଣୁ ସେନାକୁ ସମ୍ମାନ ଦେବା ଶିଖନ୍ତୁ ବୋଲି ନରୋତ୍ତମ ମିଶ୍ରା କହିଛନ୍ତି।

Advertisment

ସେପଟେ ରିଚା ଚଡ୍ଡାଙ୍କ ଏଭଳି ବିବାଦୀୟ ଟ୍ୱିଟ୍‌କୁ ନେଇ ଫିଲ୍ମ ଜଗତର ଅନେକ କଳାକାର ମଧ୍ୟ ତାଙ୍କୁ ବିରୋଧ କରିଛନ୍ତି । ଅଭିନେତା ଅନୁପମ ଖେର୍ କହିଛନ୍ତି, ଦେଶର ଅନିଷ୍ଟ ଚିନ୍ତା କରି କିଛି ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଚେଷ୍ଟା କରିବା ଭିରୁ ତଥା ଛୋଟ ଲୋକଙ୍କ କାମ। ସେନାର ସମ୍ମାନକୁ ବାଜିରେ ଲଗାଇବା ଏହାଠାରୁ ଅଧିକ ଲଜ୍ଜାଜନକ ଆଉ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

https://twitter.com/AnupamPKher/status/1596072494863069184?s=20&t=W_PhoGxHO5ikPFZF-ml7Zw

ପ୍ରକୃତରେ ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନିକଟରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ଏକ ବିବୃତ୍ତି ଦେଇଥିଲେ। ସେ କହିଥିଲେ ପିଓକେ ପ୍ରତ୍ୟାହାର ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛି। ଆମେ ସରକାରଙ୍କ ଆଦେଶକୁ ଅପେକ୍ଷା କରିଛୁ। ଆମେ ଶୀଘ୍ର ଅପରେସନ୍ ସଂପୂର୍ଣ୍ଣ କରିବୁ।

ସେନା କମାଣ୍ଡରଙ୍କ ଏହି ବିବୃତ୍ତିରେ ରିଚା ଚଡ୍ଡା ରି-ଟ୍ୱିଟ୍ କରି କହିଥିଲେ ‘Galwan says hi’। ରିଚାଙ୍କ ଏଭଳି ଟ୍ୱିଟ୍ ଭାରତୀୟଙ୍କୁ ପସନ୍ଦ ଆସିନଥିଲା। ଏହାପରେ ସେମାନେ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏହି ଟ୍ୱିଟ୍ ମାଧ୍ୟମରେ ରିଚା ଗଲୱାନ୍ ସହିଦଙ୍କ ପରିହାସ କରିଥିବା ନେଇ ବିଭିନ୍ନ ହଙ୍ଗାମା ମଧ୍ୟ ଆରମ୍ଭ ହୋଇଥିଲା। ବିବାଦ ବଢ଼ିବା ପରେ ଅଭିନେତ୍ରୀ ନିଜ ଭୁଲ୍ ପାଇଁ କ୍ଷମା ମଧ୍ୟ ମାଗିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe