ଓସ୍କାର ଦୌଡ଼ରେ ‘କନ୍ତାରା’

ହାଇଦ୍ରାବାଦ: ଓସ୍କାର ଦୌଡରେ ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ହିଟ୍ ଫିଲ୍ମ କନ୍ତାରା। ନିଆରା କାହାଣୀ ଓ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରି ପ୍ରତ୍ୟେକ କୋଣଅନୁକୋଶରୁ ଦର୍ଶକଙ୍କୁ ପ୍ରଭାବିତ କରିବା ପରେ ଏହି ଫିଲ୍ମ ଏବେ ଓସ୍କାର-୨୦୨୧ ଉପରେ ନଜର ପକାଇଛି। ଏନେଇ କନ୍ତାରା ଫିଲ୍ମର ନିର୍ମାତା ତଥା ଅଭିନେତା ରିଷଭ ଶେଟ୍ଟୀ ସୂଚନା ଦେଇଛନ୍ତି। ଏହି ଫିଲ୍ମକୁ ଓସ୍କାର ନମିନେସନ ପାଇଁ ପଠାଯାଇଛି। ଆର୍‌ଆର୍‌ଆର୍ ପରେ ଭାରତୀୟ ସିନେମା ତରଫରୁ କନ୍ତାରା ସବୁଠୁ […]

kantara

Madhupriya Mistry
  • Published: Thursday, 22 December 2022
  • , Updated: 22 December 2022, 09:04 AM IST

ହାଇଦ୍ରାବାଦ: ଓସ୍କାର ଦୌଡରେ ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ହିଟ୍ ଫିଲ୍ମ କନ୍ତାରା। ନିଆରା କାହାଣୀ ଓ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରି ପ୍ରତ୍ୟେକ କୋଣଅନୁକୋଶରୁ ଦର୍ଶକଙ୍କୁ ପ୍ରଭାବିତ କରିବା ପରେ ଏହି ଫିଲ୍ମ ଏବେ ଓସ୍କାର-୨୦୨୧ ଉପରେ ନଜର ପକାଇଛି। ଏନେଇ କନ୍ତାରା ଫିଲ୍ମର ନିର୍ମାତା ତଥା ଅଭିନେତା ରିଷଭ ଶେଟ୍ଟୀ ସୂଚନା ଦେଇଛନ୍ତି।

ଏହି ଫିଲ୍ମକୁ ଓସ୍କାର ନମିନେସନ ପାଇଁ ପଠାଯାଇଛି। ଆର୍‌ଆର୍‌ଆର୍ ପରେ ଭାରତୀୟ ସିନେମା ତରଫରୁ କନ୍ତାରା ସବୁଠୁ ବଡ ପୁରସ୍କାର ଦ ଏକାଡେମୀ ଆୱାର୍ଡରେ ନିଜର ଭାଗ୍ୟ ପରୀକ୍ଷା କରିବ। ଫିଲ୍ମକୁ ନିଶ୍ଚିତ ପୁରସ୍କାର ମିଳିବ ବୋଲି ନିର୍ମାତା ଆଶା ରଖିଛନ୍ତି।

ଋିଷଭ ଶେଟ୍ଟୀଙ୍କ ଫିଲ୍ମ କନ୍ତାରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ ହିଟ୍ ଫିଲ୍ମ ପ୍ରମାଣିତ ହୋଇଛି। ଏହା ବାହୁବଳି, କେଜିଏଫ୍‌, ଆର୍‌ଆର୍‌ଆର୍ ଓ ପୁଷ୍ପା ଭଳି ହିଟ୍ ଫିଲ୍ମ ଲିଗ୍ କ୍ଲବ୍‌ରେ ସାମିଲ ହୋଇଯାଇଛି। ଏହି ଫିଲ୍ମ ପ୍ରତିଟି କୋଣରେ ପହଞ୍ଚି ଦର୍ଶକଙ୍କୁ ପ୍ରଭାବିତ କରିଛି। କେବଳ ଦର୍ଶକ ନୁହନ୍ତି ସେଲେବ୍ରିଟି, କ୍ରିକେଟର ଓ ରାଜନେତାମାନେ ମଧ୍ୟ ଏହି ଫିଲ୍ମକୁ ନେଇ ପ୍ରଶଂସା କରିଛନ୍ତି।

Related story