Advertisment

ଏଥର ଛୁଆ ଜନ୍ମ କରିବେ ରିତେଶ, ହେଲେ ଗର୍ଭବତୀ

ମୁମ୍ବାଇ: ଗୁଡ୍‌ ନ୍ୟୁଜ ଦେଲେ ଅଭିନେତା ରିତେଶ ଦେଶମୁଖ। ହେଲେ ଗର୍ଭବତୀ ଆଉ ସାଜିଲେ ‘ମିଷ୍ଟର ମମ୍ମି’। ପ୍ରେଗ୍‌ନେଣ୍ଟ ବାପା ହେଲେ ରିତେଶ। ପତ୍ନୀ ଜିନିଲିଆଙ୍କ ସହ ସେ ମଧ୍ୟ ଗର୍ଭବତୀ ହେଲେ। ଏଥର ସେ ବି ନିଜ ଛୁଆକୁ ପେଟରେ ନଅ ମାସ ରଖିବେ ଆଉ ଜନ୍ମ କରିବେ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋକୁ ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରି ଏହି ଖୁସି ଖବର ଜଣାଇଛନ୍ତି। ଯାହାକୁ ଶୁଣି […]

ଅଦ୍ୟତନ ହୋଇଛି
ଏଥର ଛୁଆ ଜନ୍ମ କରିବେ ରିତେଶ, ହେଲେ ଗର୍ଭବତୀ

Ritesh and genelia-dsouza

Advertisment

ମୁମ୍ବାଇ: ଗୁଡ୍‌ ନ୍ୟୁଜ ଦେଲେ ଅଭିନେତା ରିତେଶ ଦେଶମୁଖ। ହେଲେ ଗର୍ଭବତୀ ଆଉ ସାଜିଲେ 'ମିଷ୍ଟର ମମ୍ମି'। ପ୍ରେଗ୍‌ନେଣ୍ଟ ବାପା ହେଲେ ରିତେଶ। ପତ୍ନୀ ଜିନିଲିଆଙ୍କ ସହ ସେ ମଧ୍ୟ ଗର୍ଭବତୀ ହେଲେ। ଏଥର ସେ ବି ନିଜ ଛୁଆକୁ ପେଟରେ ନଅ ମାସ ରଖିବେ ଆଉ ଜନ୍ମ କରିବେ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋକୁ ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରି ଏହି ଖୁସି ଖବର ଜଣାଇଛନ୍ତି। ଯାହାକୁ ଶୁଣି ତାଙ୍କ ଫ୍ୟାନ୍‌ମାନଙ୍କ ହୋସ୍‌ ଉଡିଯାଇଛି।

Advertisment

ପ୍ରକୃତରେ ଅପ୍‌କମିଂ ଫିଲ୍ମ 'ମିଷ୍ଟର ମମ୍ମି'ର ରିଲିଜ ହୋଇଛି ପୋଷ୍ଟର। ଏଥିରେ ରିତେଶଙ୍କୁ କିଛି ଏଭଳି ନୂଆ ଅବତାରରେ ଦେଖିବାକୁ ମିଳିଛି। ସେ ଗର୍ଭବତୀ ଥିବା ନଜର ଆସିଛନ୍ତି। ତାଙ୍କ ସହ ଜିନିଲିଆ ଦେଶମୁଖ ମଧ୍ୟ ପ୍ରେଗ୍‌ନେଣ୍ଟ ନଜର ଆସିଛନ୍ତି। ଏହି ପୋଷ୍ଟର ରିଲିଜ ହେବା ପରେ ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି।

Riteish Deshmukh and Genelia D'Souza's next film 'Mister Mummy' announced, actors will become pregnant father

'ମିଷ୍ଟର ମମ୍ମି' ହେଉଛି ଏକ କମେଡି ଡ୍ରାମା ଫିଲ୍ମ। ଏଥିରେ ପ୍ରଥମ କରି ରିତେଶଙ୍କୁ ଏକ ନୂଆ ଚରିତ୍ରରେ ଦେଖିବାକୁ ମିଳିବ। ପ୍ରଥମ କରି ସେ ପ୍ରେଗ୍‌ନେଣ୍ଟ ବାପାର ଭୂମିକାରେ ଅଭିନୟ କରିବେ। ଏଥିସହ ଦୀର୍ଘ ଦିନ ପରେ ଏହି ଫିଲ୍ମ ଜରିଆରେ ରିତେଶ ଓ ଜିନିଲିଆଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ।

Advertisment

ଫିଲ୍ମର ପୋଷ୍ଟରକୁ ଇନଷ୍ଟାଗ୍ରାମରେ ଜିନିଲିଆ ଶେଆର କରି କ୍ୟାପସନ୍‌ରେ ଲେଖିଛନ୍ତି, 'ଟ୍ୱିଷ୍ଟେଡ୍‌, ହସର ଯାତ୍ରା ଓ କାହାଣୀ ଏଭଳି ଯାହାକୁ କେବେ ଦେଖିନଥିବେ। ହୃଦୟ ଖୋଲି ହସିବା ପାଇଁ ପ୍ରସ୍ତୁତ ହୋଇଯା'ନ୍ତୁ।' ଏହି ପୋଷ୍ଟରଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲାଇକ୍ସ ଓ କମେଣ୍ଟ ମଧ୍ୟ ଆସିଛି।

ଟି-ସିରିଜ ବ୍ୟାନର ତଳେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ କମେଡି, ଡ୍ରାମା, ଟ୍ୱିଷ୍ଟ ଏବଂ ଇମୋସନ୍‌ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଶାଦ ଅଲ୍ଲି ଅଛନ୍ତି। ଭୂଷଣ କୁମାର, କୃଷ୍ଣ କୁମାର, ଶାଦ ଅଲ୍ଲି ଏବଂ ଶିବ ଅନଙ୍ଗ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe