Advertisment

ଶିଳ୍ପା ସେଟ୍ଟୀଙ୍କ ଘରେ କଳାକନା ବୁଲାଇଦେଲେ ଚୋର

ମେ’ ୨୪ ତାରିଖରୁ ଶିଳ୍ପା ସେଟ୍ଟୀ ମୁମ୍ବାଇରେ ନାହାନ୍ତି।

ଅଦ୍ୟତନ ହୋଇଛି
shilpa-shettys

shilpa-shettys

Advertisment

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ କଳାକନା ବୁଲାଇ ଦେଲେ ଚୋର। ଚୋରମାନେ ଶିଳ୍ପାଙ୍କ ମୁମ୍ବାଇର ଜୁହୁ ସ୍ଥିତ ଘରୁ କିଛି ମୂଲ୍ୟମାନ ସାମଗ୍ରୀ ଚୋରି କରି ନେଇ ଯାଇଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। 

Advertisment

ଏହି ଦୁଇ ଅଭିଯୁକ୍ତ ହେଲେ ଅର୍ଜୁନ ଦେବେନ୍ଦ୍ର (୨୬) ଓ ରମେଶ ଦେବେନ୍ଦ୍ର (୨୨)। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ ଅନୁସାରେ, ଜୁନ୍ ୧୫ ତାରିଖରେ ମୁମ୍ବାଇର ଜୁହୁ ସ୍ଥିତ ଘରୁ ଚୋରି ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତ ୨୫ ଫୁଟର କାନ୍ଥ ଉପରେ ଚଢ଼ି ଘର ଭିତରେ ପ୍ରବେଶ କରିଥିଲେ। ଶିଳ୍ପାଙ୍କ ବେଡରୁମ୍, ଡାଇନିଂ ହଲ୍ ଓ ତାଙ୍କୁ ଝିଅଙ୍କ ରମ୍‌ରୁ କିଛି ମୂଲ୍ୟମାନ ସାମଗ୍ରୀ ନେଇ ଚମ୍ପଟ ମାରିଥିଲେ।

Advertisment

ଶିଳ୍ପା ବେଡରୁମ୍ ଥିବା ଆଲମାରୀ ଖୋଲା ପଡ଼ିଥିବା ବେଳେ ଡାଇନିଂ ହଲ୍ ଓ ତାଙ୍କୁ ଝିଅଙ୍କ ରମ୍‌ରେ ଜିନିଷ ପତ୍ର ଗୁଡ଼ିକ ଖୋଲାମେଲା ହୋଇ ପଡ଼ିଥିବା  ହାଉସ କିପିଂ ମ୍ୟାନେଜର ଶେଖର ଚୌଧୁରୀ ଦେଖିଥିଲେ। ଏନେଇ ସେ ଶିଳ୍ପାଙ୍କୁ ଜଣାଇବା ସହ ଜୁହୁ ଥାନାରେ ଅଭିଯୋଗ କରିଥିଲେ।

ମେ’ ୨୪ ତାରିଖରୁ ଶିଳ୍ପା ସେଟ୍ଟୀ ମୁମ୍ବାଇରେ ନାହାନ୍ତି। ବର୍ତ୍ତମାନ ସେ ନିଜ ପରିବାର ସହ ବିଦେଶରେ ଛୁଟି କାଟୁଛନ୍ତି। 

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe