Advertisment

ରିଲିଜ ହେଲା 'ରକି ଔର ରାନୀ କି ପ୍ରେମ୍ କାହାନୀ'

ଏହି ଚଳଚ୍ଚିତ୍ରଟି ୧୬୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ବେଳେ ଦ୍ବିତୀୟ ଦିନ ସୁଦ୍ଧା ୨୭ କୋଟି ୧୦ ଲକ୍ଷ ଟଙ୍କା ଆୟ କରିପାରିଛି।

ଅଦ୍ୟତନ ହୋଇଛି
Rocky Aur Rani Kii Prem Kahani

Rocky Aur Rani Kii Prem Kahani

Advertisment

କରଣ ଜୋହରଙ୍କ ବହୁ ପ୍ରତିକ୍ଷୀତ ଲଭଷ୍ଟୋରୀ ଫିଲ୍ମ 'ରକି ଔର ରାନୀ କି ପ୍ରେମ୍‌ କାହାନୀ' (ଶୁକ୍ରବାର) ରିଲିଜ ହୋଇଛି । ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଦର୍ଶକମାନେ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବାବେଳେ କରଣ ଜୋହର ଦୀର୍ଘ ସମୟ ପରେ ନିର୍ଦ୍ଦେଶକ ଚୌକିକୁ ଫେରିଛନ୍ତି। 

Advertisment

ଏହି ଚଳଚ୍ଚିତ୍ରରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ସହ ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀଙ୍କ ଭଳି ଭେଟେରାନ ତାରକା ମଧ୍ୟ ଅଛନ୍ତି। 

'ରକି ଔର ରାନୀ କି ପ୍ରେମ କାହାନୀ' ଫିଲ୍ମ ପ୍ରାୟ ୩୨୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି । ବକ୍ସ ଅଫିସ୍ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରାୟ ୩୦,୦୦୦ ଟିକେଟ୍ ଆଗୁଆ ବୁକିଂରେ ବିକ୍ରି ହୋଇଥିଲା । ଏଥିରେ PVR, ଆଇନକ୍ସ, ସିନେପୋଲିସ୍ ହଲ୍ ଆଦି ଅନ୍ତର୍ଭୁକ୍ତ । ଫିଲ୍ମ ସମୀକ୍ଷକଙ୍କ ଅନୁଯାଇ ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ୮୦ ରୁ ୯୦ ହଜାର ଟିକେଟ୍ ବିକ୍ରି ହୋଇପାରିଛି। ତେବେ ଏକ ରିପୋର୍ଟ ମୁତାବକ ଫିଲ୍ମଟି ପ୍ରଥମ ଦିନରେ ୧୧ କୋଟି ୧୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ (ଶନିବାର) ୧୬ କୋଟି ଟଙ୍କା ଆୟ କରିପାରିଛି। 

Advertisment

ଏହି ଫିଲ୍ମରେ ରଣବୀର ସିଂ ଏକ ପଞ୍ଜାବୀ ପରିବାରର ହୋଇଥିବା ବେଳେ ଆଲିଆ ଭଟ୍ଟଙ୍କୁ ଜଣେ ବଙ୍ଗାଳୀ ଝିଅ ଭୂମିକାରେ ଦେଖିବାକୁ ମିଳିଛି। ଏହି ଫିଲ୍ମଟି ଏକ ରୋମାଣ୍ଟିକ କମେଡି ତଥା ଫ୍ୟାମିଲି ଡ୍ରାମା। 

Alia Bhatt Bollywood Ranvir Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe