Advertisment

ଆକ୍ସନ ଅବତାର ଦେଖାଇଲେ ଦୀପିକା

ଲେଡି ସିଙ୍ଘମ ଲୁକ୍‌ରେ ଦମ୍‌ ଦେଖାଇଛନ୍ତି ଦୀପିକା।

author-image
Madhupriya Mistry
Deepika Padukone

Deepika Padukone

ମୁହଁରୁ ଝରୁଛି ରକ୍ତ। ଦେହରେ ଖାକି ପୋଷାକ। ହାତରେ ବନ୍ଧୁକ। ଲେଡି ସିଙ୍ଘମ ଲୁକ୍‌ରେ ଦମ୍‌ ଦେଖାଇଛନ୍ତି ଦୀପିକା ପାଦୁକୋନ୍‌। ଅକ୍ସନ ଅବତାରରେ ନଜର ଆସିଛନ୍ତି ଏହି ଅଭିନେତ୍ରୀ। ତାଙ୍କର ଏହି ଲୁକ୍ ଫ୍ୟାନ୍‌ମାନଙ୍କ ହୋସ୍‌ ଉଡାଇ ଦେଇଛି।

Advertisment

ନବରାତ୍ରୀ ଅବସରରେ ଫ୍ୟାନ୍‌ମାନଙ୍କୁ ଭେଟି ଦେଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ରିଲିଜ ହୋଇଛି 'ସିଙ୍ଘମ ଅଗେନ୍‌'ର ଫାଷ୍ଟ ଲୁକ୍। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ଶକ୍ତି ଶେଟ୍ଟୀ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ଦୁଇଟି ପୋଷ୍ଟର ସେଆର କରି ସୂଚନା ଦେଇଛନ୍ତି।

ଫଟୋରେ ଦୀପିକା ପୁଲିସ ପୋଷାକରେ ନଜର ଆସିଛନ୍ତି। କେବଳ ସେତିକି ନୁହେଁ ଗୋଟିଏ ହାତରେ ବନ୍ଧୁକ ଓ ଆଉ ଗୋଟିଏ ହାତରେ କ୍ରିମିନାଲକୁ ଧରି ଦେଇଛନ୍ତି କିଲର୍ ପୋଜ୍‌। ଏହି ପୋଷ୍ଟରକୁ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ମଧ୍ୟ ସେଆର କରି ନାରୀର ଅନ୍ୟ ଏକ ରୂପ ଦୁର୍ଗା ହୋଇପାରେ ବୋଲି ଲେଖିଛନ୍ତି।

Advertisment

ସିଙ୍ଘମ ଅଗେନ୍‌ରେ ଦୀପିକାଙ୍କ ଏହି ନୂଆ ଲୁକ୍ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୀପିକାଙ୍କ ଏହି ପୁଲିସ ଅବତାରକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ନିର୍ଦ୍ଦେଶକ ରୋହିତ ଶେଟ୍ଟିଙ୍କ କପ୍‌ ୟୁନିର୍ଭସ୍‌ର ଏହା ହେଉଛି ପଞ୍ଚମ ଫିଲ୍ମ, ଯାହାର ଶୁଟିଂ ଆରମ୍ଭ ହୋଇସାରିଛି।

ସେପଟେ ଏହି ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିବା ପରେ ଦୀପିକାଙ୍କ ସ୍ୱାମୀ ରଣବୀର ସିଂହଙ୍କ କମେଣ୍ଟ କରି ନିଆଁ ଲଗାଇ ଦେବେ ବୋଲି କହିଛନ୍ତି। ସେହିପରି ଆଲିଆ ଭଟ୍ଟ, ଜାହ୍ନବୀ କପୁର, ସମିତା ଶେଟ୍ଟୀ ସମେତ ଅନେକ ବଲିଉଡ କଳାକାର ମଧ୍ୟ ଦୀପିକାଙ୍କ ଏହି ପୋଷ୍ଟରରେ କମେଣ୍ଟ କରି ତାଙ୍କ ଲୁକ୍‌କୁ ପ୍ରଶଂସା କରିଛନ୍ତି।

ସୂଚନା ମୁତାବକ, ଫିଲ୍ମ `ସିଙ୍ଘମ ଅଗେନ୍‌' ଆସନ୍ତା ବର୍ଷ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବ। ଏହି ଫିଲ୍ମର ଲିଡ୍ ରୋଲରେ ଅଜୟ ଦେବଗନ ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ଦୀପିକା ପାଦୁକୋନ୍‌ଙ୍କୁ ପ୍ରଥମ କରି ଦେଖିବାକୁ ମିଳିବ। ସେହିପରି ରଣବୀର ସିଂହ, କରୀନା କପୁର, ଅକ୍ଷୟ କୁମାର ଓ ବିକ୍କି କୌଶଲ ମଧ୍ୟ ଏଥିରେ ନଜର ଆସିପାରନ୍ତି। ୨୦୧୧ରେ ରିଲିଜ ହୋଇଥିବା ଫିଲ୍ମ `ସିଙ୍ଘମ'ର ଏହା ତୃତୀୟ ପାର୍ଟ।

Bollywood News Bollywood Deepika Padukone