Film RRR Team
ଥମୁନି ଆର୍ଆର୍ଆର୍ର କ୍ରେଜ୍। ହଲିଉଡରେ ବି ସମସ୍ତଙ୍କୁ ପଛରେ ପକାଇଲା ଏସ୍ଏସ୍ ରାଜାମୌଲୀଙ୍କ ଫିଲ୍ମ। ପୂର୍ବରୁ ଏହି ଫିଲ୍ମ ଗୋଲ୍ଡେନ୍ ଗ୍ଲୋବ୍ସ ଆୱାର୍ଡ ଜିତି ଓ ଓସ୍କାର ଦୌଡରେ ସାମିଲ ହୋଇ ଦେଶର ନାଁ ଗର୍ବିତ କରିସାରିଛି। ଏବେ ରାମଚରଣ ଓ ଜୁନିଅର ଏନ୍ଟିଆର୍ଙ୍କ ଏହି ଫିଲ୍ମ ଆଉ ଏକ ଇତିହାସ ରଚିଛି। ସମସ୍ତଙ୍କୁ ପଛରେ ପକାଇ ହଲିଉଡ କ୍ରିଟିକ୍ସ ଆସୋସିଏସନ୍ ଫିଲ୍ମ ଆୱାର୍ଡରେ ହାତେଇଛି ଆଉ ୪ଟି ପୁରସ୍କାର।
ଏହି ଫିଲ୍ମକୁ ସାରା ବିଶ୍ୱରେ ବେଶ୍ ଭଲ ପାଇବା ମିଳିଛି। ପୂର୍ବରୁ ଫିଲ୍ମର ଗୀତ ନାଟୁ ନାଟୁ ଗୋଲ୍ଡେନ୍ ଗ୍ଲୋବସ୍ ପୁରସ୍କାର ଜିତି ବେଶ୍ ସଫଳତା ହାସଲ କରିସାରିଛି। ବର୍ତ୍ତମାନ ଫିଲ୍ମ ଆର୍ଆର୍ଆର୍ର ନାଁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଏଚ୍ସିଏଏ ଆୱାର୍ଡ ପାଇଛି। ହଲିଉଡ ଫିଲ୍ମ ‘ଆର୍ଜେଣ୍ଟିନା ୧୯୯୫’କୁ ପଛରେ ପକାଇ ଏହି ଆୱାର୍ଡ ହାସଲ କରିଛି ଆର୍ଆର୍ଆର୍। ସେହିପରି ଶ୍ରେଷ୍ଟ ଆକ୍ସନ ଫିଲ୍ମ, ଶ୍ରେଷ୍ଠ ଗୀତ ଓ ଷ୍ଟଣ୍ଟ ବର୍ଗରେ ମଧ୍ୟ ଏହି ଫିଲ୍ମକୁ ପୁରସ୍କୃତ କରାଯାଇଛି।
ଏହି ଆୱାର୍ଡ ଜିତିବା ପରେ ଆର୍ଆର୍ଆର୍ର ପୂରା ଟିମ୍ ଖୁସିରେ ନାଚି ଉଠିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ନିଜର ପୂରା ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ‘ହଲିଉଡ କ୍ରିଟିକ୍ସ ଆସୋସିଏସନ୍ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ।’
ସେହିପରି ଅଭିନେତା ରାମଚରଣ ଏହି ପୁରସ୍କାର ଗ୍ରହଣ କରିବାକୁ ଷ୍ଟେଜ ଉପରକୁ ଯାଇଥିଲେ। ସେ ପୁରସ୍କାର ଗ୍ରହଣ କରିବା ପରେ କହିଛନ୍ତି, ନମସ୍କାର, ମୁଁ ମଞ୍ଚ ଉପରକୁ ଆସିବାକୁ ଚାହୁଁନଥିଲି। କିନ୍ତୁ ମୋର ନିର୍ଦ୍ଦେଶକ ତାଙ୍କୁ ସମର୍ଥନ କରିବାକୁ କହିଥିଲେ। ଏତେ ସାରା ଭଲପାଇବା ଦେଇଥିବା ଯୋଗୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଆଗାମୀ ଭବିଷ୍ୟତରେ ମଧ୍ୟ ମୁଁ ଆପଣଙ୍କ ମନୋରଞ୍ଜନ କରିବି, ଏହା ମୋର ଦାୟିତ୍ୱ।
ଉଲ୍ଲେଖଯୋଗ୍ୟ, ଫିଲ୍ମ ଆର୍ଆର୍ଆର୍ ବକ୍ସ ଅଫିସ୍ରେ ଧମାଲ କରିଥିଲା। ୱାର୍ଲ୍ଡ ୱାଇଡ୍ ଏହି ଫିଲ୍ମ ୧୦୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବାରେ ସଫଳତା ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1677310150.jpg)