Advertisment

ଓସ୍କାର ଉତ୍ସବକୁ ଖାଲି ପାଦରେ ଗଲେ ରାମ ଚରଣ

ରାମ ଚରଣଙ୍କ ଏହି ଲୁକ୍ ଦେଖି ସମସ୍ତେ ଚକିତ ହୋଇ ପଡିଥିଲେ।

Ram Charan

Ram Charan

Advertisment

ସାଉଥ ଅଭିନେତା ରାମ ଚରଣ। ବ୍ଲକ ବଷ୍ଟର ଫିଲ୍ମ ଆର୍‌ଆର୍‌ଆର୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ରାମ। ସବୁଠୁ ବଡ଼ ପୁରସ୍କାର ଓସ୍କାର ପାଇଁ ଫିଲ୍ମଟି ନମିନେଟ୍ ହୋଇଥିବାରୁ ରାମ ଚରଣ ଖୁସି ଅଛନ୍ତି। ଏହି ଓସ୍କାର-୨୦୨୩ ସମାରୋହରେ ସାମିଲ ହେବା ପାଇଁ ସେ ୟୁଏସ୍‌ଏ ଯାଇଛନ୍ତି। ତେବେ ଏହି ସମୟରେ ସେ ଖାଲି ପାଦରେ ବିମାନ ବନ୍ଦରରେ ପହଞ୍ଚିଥିବା ନଜର ଆସିଛନ୍ତି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଓସ୍କାର ଉତ୍ସବକୁ ଖାଲି ପାଦରେ ଗଲେ ସାଉଥ ଷ୍ଟାର୍ ରାମ ଚରଣ। ଏଥର ସେ ୱେଷ୍ଟର୍ଣ୍ଣ ବଦଳରେ ପିନ୍ଧିଛନ୍ତି ଇଣ୍ଡିଆନ୍ ଆଉଟ୍‌ଫିଟ୍। କେବଳ ସେତିକି ନୁହେଁ ଖାଲି ପାଦରେ ସେ ବିଦେଶ ଯାଇଛନ୍ତି । ତାଙ୍କ ଏୟାରପୋର୍ଟ ଲୁକ୍ ଏବେ ଭାଇରାଲ ହେବାରେ ଲାଗିଛି।

ସେ ୟୁଏସ୍‌ଏ ଯିବା ପାଇଁ ଗତକାଲି ରାତିରେ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ କଳା ରଙ୍ଗର କୁର୍ତ୍ତା ପାଇଜାମାରେ ଦେଖିବାକୁ ମିଳିଥିଲା। କିନ୍ତୁ ତାଙ୍କ ପାଦରେ କୌଣସି ପ୍ରକାରର ଚପଲ ନଥିଲା। ଖାଲି ପାଦରେ ସେ ବିମାନ ବନ୍ଦରକୁ ଆସିଥିଲେ। ଏଥିସହ ସେ ମଥାରେ ବିଭୂତି ମଧ୍ୟ ଲଗାଇଥିଲେ। ରାମ ଚରଣଙ୍କ ଏହି ଲୁକ୍ ଦେଖି ସମସ୍ତେ ଚକିତ ହୋଇ ପଡିଥିଲେ। ତାଙ୍କର ଏହି ଲୁକ୍ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି।

Advertisment

ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ୯୫ତମ ଓସ୍କାର ଆୱାର୍ଡ ଆୟୋଜିତ ହେବ। ହଲିଉଡର ଡଲ୍‌ବି ଥିଏଟରରେ ଏହି ସମାରୋହ ଆୟୋଜିତ କରାଯିବ। ଏହି ଓସ୍କାର ଆୱାର୍ଡରେ ସାମିଲ ହେବା ପାଇଁ ରାମ ଚରଣ ପୂରାପୁରି ପ୍ରସ୍ତୁତ ଅଛନ୍ତି। ସେପଟେ ନିର୍ଦ୍ଦେଶକ ରାଜାମୌଲି ଓ ତାଙ୍କ ପରିବାର ମଧ୍ୟ ଖୁବଶୀଘ୍ର ଲସ୍ ଆଞ୍ଜଲିସ ଯିବେ। ସେପଟେ ଜୁନିଅର୍ ଏନ୍‌ଟିଆର୍ ମଧ୍ୟ ଖୁବଶୀଘ୍ର ଆମେରିକା ଯିବାକୁ ଥିବା ନେଇ ଶୁଣିବାକୁ ମିଳୁଛି।     

Bollywood RRR Oscar 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe