Advertisment

ମା' ହେଲେ ରୁବିନା, ଘରକୁ ଆସିଲେ ଦୁଇଟି କୁନି ଅତିଥି

ଅଭିନବ ଶୁକ୍ଳା ଓ ରୁବିନାଙ୍କ ଘରେ ଦୁଇଟି ଯମଜ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି।

Rubina Dilaik

Rubina Dilaik

Advertisment

ଗୁଡ୍‌ନ୍ୟୁଜ୍‌ ଦେଲେ ରୁବିନା। ଯମଜ ସନ୍ତାନର ମା' ହେଲେ ବିଗ୍‌ବସ୍‌ ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତ୍ରୀ ରୁବିନା ଦିଲୈକ୍‌। ତାଙ୍କୁ ଘରକୁ ଆସିଲେ ଦୁଇ ଦୁଇଟି କୁନି ଅତିଥି। ତାଙ୍କ ପାଇଲଟ୍‌ ଟ୍ରେନ୍‌ର ଏହି ଖୁସି ଖବର ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

ଅଭିନବ ଶୁକ୍ଳା ଓ ରୁବିନାଙ୍କ ଘରେ ଦୁଇଟି ଯମଜ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି। ବିବାହର ୫ ବର୍ଷ ପରେ ଏହି ଟିଭି କପଲ୍‌ ବାପା ମା' ହୋଇଛନ୍ତି। ଯଦିଓ ଏହି ଦମ୍ପତି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖୁସି ଖବର ସେୟାର କରିନାହାନ୍ତି, କିନ୍ତୁ ଅଭିନେତ୍ରୀଙ୍କ ପ୍ରଶିକ୍ଷକ ଜ୍ୟୋତି ପାଟିଲ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏନେଇ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ, କିନ୍ତୁ ପରେ ସେ ସୋଶାଲ ମିଡିଆରୁ ସେହି ପୋଷ୍ଟକୁ ଡିଲିଟ କରିଦେଇଛନ୍ତି।

ରୁବିନାଙ୍କ ଟ୍ରେନର୍‌ ଜ୍ୟୋତି ପାଟିଏ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ରୁବିନାଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଏହାର କ୍ୟାପସନରେ ସେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଏହା ପରେ ଜ୍ୟୋତି ଏହି ପୋଷ୍ଟକୁ ଏଡିଟ୍ କରି ଦେଇଥିଲେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ବର୍ତ୍ତମାନ ରୁବିନାଙ୍କ ଠାରୁ ସଠିକ୍ ନିଶ୍ଚିତକରଣକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରୁବିନା ଏବଂ ତାଙ୍କ ସ୍ୱାମୀ ଅଭିନାଭ ଶୁକ୍ଲା ଏ ସମ୍ପର୍କରେ କୌଣସି ଅଫିସିଆଲ ବିବୃତ୍ତି ଦେଇନାହାଁନ୍ତି। ତେଣୁ ଖୁବଶୀଘ୍ର ଏହି ଦମ୍ପତି ଏ ବିଷୟରେ ଅଫିସିଆଲ ଆନାଉନ୍ସମେଣ୍ଟ କରିବେ।

Advertisment
Rubinaନିଜ ପ୍ରଶିକ୍ଷକ ଜ୍ୟୋତି ପାଟିଲଙ୍କ ସହ ରୁବିନା

୨୦୧୮ରେ ସେ ଅଭିନେତା ଅଭିନବ ଶୁକ୍ଲାଙ୍କୁ ବିବାହ କରିଥିଲେ। ସେ ନିଜ ପ୍ରେଗ୍ନେନ୍ସି ପିରିୟଡକୁ ଖୁବ୍‌ ଏନ୍‌ଜୟ କରିଛନ୍ତି। ମେଟରନିଟି ଫଟୋସୁଟ୍‌ କରି ଫ୍ୟାନ୍‌ଙ୍କ ଧ୍ୟନ ଆକର୍ଷିତ କରିଥିଲେ। କେବଳ ସେତିକି ନୁହେଁ ତାଙ୍କର ଏହି ଫଟୋସୁଟ୍‌କୁ ନେଇ ଟେଲି ଜଗତରେ ଚର୍ଚ୍ଚା ହୋଇଥିଲା।

ଲୋକପ୍ରିୟ ସିରିଏଲ୍‌ 'ଛୋଟି ବହୁ'ରୁ ରୁବିନା ନିଜ ଟେଲିଭିଜନ କ୍ୟାରିୟର ଆରମ୍ଭ କରିଥିଲେ। ଏହା ବ୍ୟତୀତ ତାଙ୍କୁ 'ଖତ୍ରୋ କେ ଖିଲାଡି ୧୨'ରେ ଦେଖିବାକୁ ମିଳିଥିଲା। 'ବିଗ୍ ବସ୍ ୧୪'ର ବିଜେତା ହେବା ପରେ ରୁବିନାଙ୍କ ଲୋକପ୍ରିୟତା ଢ଼େର ବଢ଼ି ଯାଇଥିଲା।

Hindi Television Tele Actress Rubina Dilaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe