Advertisment

ଚାଲିଗଲେ ଆଉ ଜଣେ ବର୍ଷିଆନ୍‌ ଅଭିନେତ୍ରୀ

୨୦୧୧ରେ ଟିଭି ସିରିଏଲ 'ସାଥ ନିଭାନା ସାଥିଆ'ରେ 'ଜାନକି ବା' ରୂପେ ଅଭିନୟ କରିଥିଲେ ଅପର୍ଣ୍ଣା।

Aparna Kanekae Passed away

Aparna Kanekae Passed away

Advertisment

ପୁଣି ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଲୋକପ୍ରିୟ ଟିଭି ସିରିଏଲ୍‌ 'ସାଥ ନିଭାନା ସାଥିଆ'ରେ କାମ କରିଥିବା ଫେମସ ଅଭିନେତ୍ରୀ ଅପର୍ଣ୍ଣା କାଣେକରଙ୍କ ଦେହାନ୍ତ ହୋଇଛି। ଫଳରେ ଫ୍ୟାନ୍‌ମାନଙ୍କୁ ଶକ୍ତ ଝଟ୍‌କା ଲାଗିଛି। ବୟସାଗତ ରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ଅପର୍ଣ୍ଣା କାଣେକରଙ୍କ ଦେହାନ୍ତ ନେଇ ତାଙ୍କ କୋ-ଷ୍ଟାର ଲବଲି ସସାନ ସୂଚନା ଦେଇଛନ୍ତି। ସେ ଅପର୍ଣ୍ଣାଙ୍କ ବେଶ୍‌ ନିକଟତର ଥିଲେ। ସେ ଇନ୍‌ଷ୍ଟାଗ୍ରାମରେ ଅପର୍ଣ୍ଣାଙ୍କ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ତାଙ୍କ ଦେହାନ୍ତ ଖବର ଦେଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସେପଟେ ଲବଲିଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜ ସମେତ ଅନେକ କୋ-ଷ୍ଟାର ରିଆକ୍ଟ କରି ଅପର୍ଣ୍ଣା କାଣେକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସୂଚନା ମୁତାବକ, ୨୦୧୧ରେ ଟିଭି ସିରିଏଲ 'ସାଥ ନିଭାନା ସାଥିଆ'ରେ 'ଜାନକି ବା' ରୂପେ ଅଭିନୟ କରିଥିଲେ ଅପର୍ଣ୍ଣା। ସେ ବେଶ୍‌ କମ୍‌ ସମୟ ମଧ୍ୟରେ ସମସ୍ତ ଫେଭରେଟ୍‌ ବନି ଯାଇଥିଲେ। ସେ ୫ ବର୍ଷ ଯାଏଁ ଏହି ଶୋ'ରେ କାମ କରିଥିଲେ। ସେ ପୁରା ଟିମ୍‌ର ଅତି ନିକଟତର ଥିଲେ। ଏଭଳି ସ୍ଥିତିରେ ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଶକ୍ତ ଝଟ୍‌କା ଦେଇଛି।

Advertisment

Actress Dead Aparna Kanekar TV Actress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe