Advertisment

ମିଡିଆ ଉପରେ ରାଗିଗଲେ ସୈଫ

ସୈଫଙ୍କ ରୁଦ୍ର ରୂପ ଦେଖିବାକୁ ମିଳିଛି।

Saif ali khan and Kareena kapoor

Saif ali khan and Kareena kapoor

Advertisment

ରାଗିଗଲେ ପଟୌଦି ଖାନ୍‌ଦାନ୍‌ର ନୱାବ ସୈଫ ଅଲ୍ଲି ଖାନ୍। ରାଗରେ ତାଙ୍କ ପାଟିରେ ଆଉ ଲାଗିଲାନି ବ୍ରେକ୍। ଯାହା ଆସିଲା ତାହା କହି ଚାଲିଲେ। ଦେଖାଇଲେ ନିଜ ରୁଦ୍ର ରୂପ। ତାଙ୍କର ଏହି ରୂପ ଦେଖି ଚକିତ ହୋଇପଡିଲେ ଫ୍ୟାନ୍।

Advertisment

ସୈଫ ଅଲ୍ଲି ଖାନ୍ ଓ କରୀନା କପୁର। ଏ ଦୁହେଁ ବଲିଉଡର ଷ୍ଟାର୍ କପଲଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କୁ ଏକାଠି ଅନେକ ଇଭେଣ୍ଟରେ ଦେଖିବାକୁ ମିଳେ। ନିକଟରେ ସୈଫ ଓ କରୀନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସୈଫଙ୍କ ରୁଦ୍ର ରୂପ ଦେଖିବାକୁ ମିଳିଛି। ସେ ମିଡିଆ ଉପରେ ରାଗି ଯାଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ସାମ୍ନାକୁ ଆସିଥିବା ଭିଡିଓରେ ସୈଫ ଓ କରୀନା ଏକାଠି ନଜର ଆସିଛନ୍ତି।  ଦୁହେଁ କୌଣସି ଏକ କାର୍ଯ୍ୟକ୍ରମରୁ ଫେରୁଥିବା ଭିଡିଓକୁ ଦେଖିଲେ ଲାଗୁଛି। ତେବେ ନିଜ କାର୍‌ରୁ ଓହ୍ଲାଇବା ପରେ ଏହି ଷ୍ଟାର୍ କପଲଙ୍କୁ ମିଡିଆ ଫଟୋଗ୍ରାଫରମାନେ ଘେରି ଯାଉଛନ୍ତି। ଏଥିସହ କପଲଙ୍କୁ ଏକ ଫଟୋ ପାଇଁ ଡିମାଣ୍ଡ କରୁଛନ୍ତି। ଏହା ଦେଖି ରାଗି ଯାଉଛନ୍ତି ସୈଫ। କିନ୍ତୁ ଫଟୋଗ୍ରାଫରମାନେ ତାଙ୍କୁ ବାଧ୍ୟ କରୁଛନ୍ତି। ଏହାପରେ ସୈଫ ରାଗି ଯାଇ ତାଙ୍କୁ ‘ଆସ ଆମ ବେଡ୍ ରୁମ୍‌ରେ ଭିତରେ ପଶି ଯାଅ’ ବୋଲି କହୁଥିବା ଶୁଣିବାକୁ ମିଳିଛି। 

Advertisment

ସୈଫଙ୍କ ଏହି ନୂଆ ଅନ୍ଦାଜ ଦେଖି ଲୋକେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି। ସୈଫ ଏହା ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଯଦିଓ ସେ ନିଜ ଘର ବାହାରେ ଲୁଚି ରହିଥିବା ପାପାରାଜିଙ୍କୁ ଘୃଣା କରନ୍ତି, ତଥାପି ସେ ଅନୁଭବ କରନ୍ତି ଯେ କାହାର ଚାକିରି ଛଡ଼ାଇବା ଭୁଲ। 

Bollywood News Bollywood Kareena Kapoor Saif Ali Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe